ନୂଆଦିଲ୍ଲୀ,୧୨/୧୨; ଭାରତ ଏବଂ ଆମେରିକା ସେମାନଙ୍କ ମଧ୍ୟରେ ରହିଥିବା ଅଧିକାଂଶ ବାଣିଜ୍ୟିକ ମତଭେଦଗୁଡ଼ିକୁ ଦୂର କରିଛନ୍ତି । ଦୁଇ ରାଷ୍ଟ୍ର ମଧ୍ୟରେ ମାର୍ଚ୍ଚ ସୁଦ୍ଧା ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବ୍ୟାପାର ଚୁକ୍ତି ସ୍ୱାକ୍ଷର ହୋଇପାରେ । ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା (ସିଇଏ) ଭି. ଅନନ୍ଥ ନାଗେଶ୍ୱରନ ଗୁରୁବାର ଏହା କହିଛନ୍ତି । ୨୦୨୬-୨୭ ଆର୍ଥିକବର୍ଷର ଦୃଶ୍ୟପଟ ମଜଭୁତ ରହିଥିବା ନାଗେଶ୍ୱରନ କହିଛନ୍ତି । ନଭେମ୍ବର ଶେଷ ସୁଦ୍ଧା ଏ ଚୁକ୍ତି ସ୍ୱାକ୍ଷର ହେବ ବୋଲି ଆଶା ରହିଥିଲା । କିନ୍ତୁ ଏହା ହୋଇପାରିଲା ନାହିଁ । ମାର୍ଚ୍ଚ ସୁଦ୍ଧା ଆମେରିକା ସହ ଏକ ବାଣିଜ୍ୟ ଚୁକ୍ତି ନ ହେଲେ ମୁଁ ଆଶ୍ଚର୍ଯ୍ୟ ହେବି ବୋଲି କହିଛନ୍ତି ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା  ଏହାକୁ ନେଇ କେନ୍ଦ୍ର ବାଣିଜ୍ୟିକ ମନ୍ତ୍ରୀ ପିୟୂଶ ଗୋଏଲ କହିଛନ୍ତି, ଯଦି ୱାସିଂଟନକୁ ଭାରତର ଅଫର ପସନ୍ଦ ତେବେ ଆମେରିକାକୁ ଭାରତ ସହ ମୁକ୍ତ ବାଣିଜ୍ୟିକ ବୁଝାମଣା (ଏଫଟିଏ)ରେ ତୁରନ୍ତ ସାଇନ୍ କରିଦେବା କଥା । ଏହା ସହିତ ଟ୍ରମ୍ପ ପ୍ରଶାସନର ଭାରତର ପ୍ରସ୍ତାବକୁ ପ୍ରଶଂସା କରିଛନ୍ତି । ହେଲେ ଦୁଇଦେଶ ମଧ୍ୟରେ ଦୀର୍ଘ ଦିନ ଧରି ଅଟକିଥବା ଡିଲ୍ କେବେ ହେବ ସେ ନେଇ କୌଣସି ସମୟସୀମା ବାବଦରେ କିଛି କହିନାହାନ୍ତି ।

'ଯଦି ସେମାନେ ଖୁସି ତେବେ ତୁରନ୍ତ ସାଇନ୍ କରନ୍ତୁ'- କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଯଦି ୱାଶିଂଟନ ଭାରତର ପ୍ରସ୍ତାବକୁ ପସନ୍ଦ କରେ ତେବେ ଆମେରିକା ତୁରନ୍ତ ଭାରତ ସହିତ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିବା ଉଚିତ୍ । ଆମେରିକା ଭାରତଠୁ ସର୍ବୋତ୍ତମ ପ୍ରସ୍ତାବ ପାଇଛି ବୋଲି ୟୁଏସ ବାଣିଜ୍ୟ ପ୍ରିତିନିଧି ଜାମିସନ ଗ୍ରୀୟରଙ୍କ ମନ୍ତବ୍ୟରେ ପୀୟୁଷ ଗୋଏଲ କହିଛନ୍ତି, ଯଦି ସେମାନେ ଖୁସି ତେବେ ତୁରନ୍ତ ଡିଲ୍ ସାଇନ୍ କରିଦେବା ଉଚିତ୍ ।

'ଡେଡ୍‌ଲାଇନ୍ ଚାପରେ ଡିଲ୍ ହେବା କଥା ନୁହେଁ'- କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ନିକଟରେ ଚିଲି, ଇସ୍ରାଏଲ ଏବଂ ନ୍ୟୁଜିଲାଣ୍ଡ ସମେତ ଅନେକ ଦେଶ ସହିତ ଏଫଟିଏ ଉପରେ କାମ କରୁଛନ୍ତି । ଯେବେ ତାଙ୍କୁ ମୁଖ୍ୟ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଭି. ଅନନ୍ଥ ନାଗେଶ୍ୱରନଙ୍କ ଉକ୍ତ ଟିପ୍ପଣୀ ଉପରେ ପଚାରା ଯାଇଥିଲା କି ଏହି ଡିଲ୍ ଆସନ୍ତାବର୍ଷ ମାର୍ଚ୍ଚରେ ସ୍ୱାକ୍ଷର ହେବ ? ସେ କହିଥିଲେ ଏ ବାବଦରେ ସୂଚନା ନାହିଁ । କୌଣସି ସମୟସୀମା ଉପରେ ଟିପ୍ପଣୀ କରିବାକୁ ଚାହେଁନି । ଡିଲ୍ ସେବେ ହୁଏ ଯେବେ ଦୁଇପକ୍ଷଙ୍କୁ ଫାଇଦା ମିଳିବ । ଡେଡଲାଇନ୍ ଚାପରେ ବୁଝାମଣା ହେବା କଥା ନୁହେଁ ।'