ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଆମେରିକାରେ ବିମାନ ଦୁର୍ଘଟଣା; ୧୫ରୁ ଅଧିକ ଘର ଧ୍ୱଂସ, ଏକାଧିକ ଲୋକ ମୃତ

Published By : Bijay Swain | May 23, 2025 12:22 AM

Image courtesy: abc news

କାଲିଫର୍ଣ୍ଣିଆ: ଗୁରୁବାର ସକାଳ ପ୍ରାୟ ୩:୪୫ରେ (ସ୍ଥାନୀୟ ସମୟ) ଆମେରିକାର ସାନ୍ ଡିଏଗୋର ମର୍ଫି କାନ୍ୟନ ଅଞ୍ଚଳରେ ଏକ ସେସନା ୫୫୦ ବ୍ୟକ୍ତିଗତ ଜେଟ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାହା ଫଳରେ ପ୍ରାୟ ୧୫ରୁ ଅଧିକ ଘର ଏବଂ ଅନେକ ଗାଡ଼ି ଜଳି ପାଉଁଶ ହୋଇଯାଇଛି। ଏହି ଘଟଣା ସାନ୍ ଡିଏଗୋର ଟିଏରାସାଣ୍ଟା ନିକଟସ୍ଥ ମିଲିଟାରୀ ହାଉସିଂ ଅଞ୍ଚଳରେ ଘଟିଛି। ଯେଉଁଠାରେ ବିମାନଟି ମଣ୍ଟଗୋମେରୀ-ଗିବସ୍ ଏକ୍ସିକ୍ୟୁଟିଭ୍ ଏୟାରପୋର୍ଟରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ସାନ୍ ଡିଏଗୋ ଅଗ୍ନିଶମ ବିଭାଗର ସହକାରୀ ମୁଖ୍ୟ ଡାନ୍ ଏଡିଙ୍କ କହିବା ଅନୁସାରେ, ବିମାନଟି ଭୟଙ୍କର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହାଫଳରେ ବିମାନରୁ ଇନ୍ଧନ ଲିକ କରିବାରେ ଲାଗିଥିଲା ଯେଉଁଥିପାଇଁ ୧୫ରୁ ଅଧିକ ଘରେ ନିଆଁ ଲାଗିଯିବା ସହ ରାସ୍ତାରେ ପାର୍କ ହୋଇଥିବା ଗାଡିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ସାନ୍ ଡିଏଗୋ ପୋଲିସ ମୁଖ୍ୟ ସ୍କଟ୍ ୱାଲ୍ ଏନେଇ ସୂଚନା ଦେଇ କହିଛନ୍ତି ଯେ, "ଜେଟ୍ ଇନ୍ଧନ ରାସ୍ତାରେ ପ୍ରବାହିତ ହେବାଫଲରେ ଘର, ଗାଡି ସବୁକିଛି ଏକସଙ୍ଗେ ଜଳୁଥିଲା। ସତରେ ଏହା ଦେଖିବା ଅତି ଭୟଙ୍କର ଥିଲା।"

ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ବିମାନରେ ଥିବା ଅନେକ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି। କିନ୍ତୁ ସ୍ଥାନୀୟ ଅଞ୍ଚଳର କୌଣସି ବାସିନ୍ଦାଙ୍କର ମୃତ୍ୟୁ ହୋଇନାହିଁ। କେତେକ ସ୍ଥାନୀୟ ଲୋକଙ୍କୁ ସାମାନ୍ୟ ଆଘାତ ଲାଗିଛି। ଏଡି କହିଛନ୍ତି, "ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ସମସ୍ତ ଘର ଅନୁସନ୍ଧାନ କରି ନିଶ୍ଚିତ କରିବା ଯେ କେହି ଭିତରେ ଯେପରି ଫସି ନରନ୍ତି।" ଏହି ଦୁର୍ଘଟଣା ଯୋଗୁଁ ଉକ୍ତ ଅଞ୍ଚଳରୁ ପ୍ରାୟ ୧୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଫେଡେରାଲ ଏଭିଏସନ୍ ଆଡମିନିଷ୍ଟ୍ରେସନ (FAA) ଏବଂ ନ୍ୟାସନାଲ ଟ୍ରାନ୍ସପୋର୍ଟେସନ ସେଫଟି ବୋର୍ଡ (NTSB) ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ବିମାନଟି ଏକ ପାୱାର ଲାଇନ୍ ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟମା ଘଟିଥାଇପାରେ ବୋଲି ଅଧିକାରୀମାନେ ଅନୁମାନ କରୁଛନ୍ତି। ସୂଚନା ଅନୁସାରେ, ଦୁର୍ଘଟଣା ସମୟରେ ଉକ୍ତ ଅଞ୍ଚଳରେ ଘନ କୁହୁଡ଼ି ଥିଲା, ଯାହା ଦୁର୍ଘଟଣାର ଅନ୍ୟ ଏକ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି।

ବିମାନଟି ଡେଭିଡ ସାପିରୋ ନାମକ ଜଣେ ବ୍ୟକ୍ତିଙ୍କ ମାଲିକାନାରେ ଥିଲା, ଯିଏକି ଜଣେ ସାର୍ଟିଫାଏଡ୍ ଫ୍ଲାଇଟ ଇନଷ୍ଟ୍ରକ୍ଟର। ତେବେ ସେ ବିମାନରେ ଥିଲେ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବିମାନଟି ୮ରୁ ୧୦ ଜଣ ଯାତ୍ରୀ ନେବାଆଣିବା କରିବାର କ୍ଷମତା ରଖିଥିଲା, କିନ୍ତୁ ଦୁର୍ଘଟଣା ସମୟରେ କେତେ ଜଣ ଯାତ୍ରୀ ବିମାନରେ ଉପସ୍ଥିତ ଥିଲେ ତାହା ସ୍ପଷ୍ଟ ହୋଇନାହିଁ।

ସାନ୍ ଡିଏଗୋ ମେୟର ଟଡ୍ ଗ୍ଲୋରିଆ କହିଛନ୍ତି ଯେ ସହର ପ୍ରଶାସନ ଏହି ଦୁର୍ଘଟଣାରେ ପ୍ରଭାବିତ ଲୋକମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବ। ଅଗ୍ନିଶମ ବିଭାଗ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଦଳ ଘଟଣାସ୍ଥଳରେ ପରବର୍ତ୍ତୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିବେ।

ଏହି ଦୁର୍ଘଟଣା ସାନ୍ ଡିଏଗୋରେ ହୋଇଥିବା ଆଉ ଏକ ବିମାନ ଦୁର୍ଘଟଣାର ପୁନରାବୃତ୍ତି ମନେକରାଇ ଦେଇଛି। ୨୦୨୧ ଏବଂ ୨୦୦୮ ମସିହାରେ ମଧ୍ୟ ସମାନ ଘଟଣା ଘଟିଥିଲା। ଯେଉଁଠାରେ ବିମାନ ଦୁର୍ଘଟଣା ଯୋଗୁଁ ଧନଜୀବନ କ୍ଷୟକ୍ଷତି ହୋଇଥିଲା। ତେବେ ଏହି ବିମାନ ଦୁର୍ଘଟଣା ନେଇ ତଦନ୍ତ ଜାରି ରହିଛି, ଏବଂ ଆଗାମୀ ଦିନରେ ଏନେଇ ଅଧିକ ତଥ୍ୟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.