ଭୁବନେଶ୍ୱର ୧୩/୦୭: ଗ୍ରହ ଦୋଷରେ ପୀଡ଼ିତ ବ୍ୟକ୍ତିମାନେ ବିଭିନ୍ନ ପ୍ରକାର ସମସ୍ୟାରେ ସନ୍ତୁଳି ହୋଇଥାନ୍ତି । ଗ୍ରହ ପୀଡ଼ାରୁ ରକ୍ଷା ପାଇବା ପାଇଁ ଗ୍ରହରିଷ୍ଟ ଦୂରକାରୀ ପୂଜା, ବ୍ରତ ତଥା ନିୟମ ପାଳନ କରିବାକୁ ଜ୍ୟୋତିଷମାନେ ପରାମର୍ଶ ଦେଇଥାନ୍ତି । ମାତ୍ର ସମସ୍ତ ନିୟମ ପାଳନ କରିବା ଅନେକଙ୍କ ପକ୍ଷେ ସମ୍ଭବ ହୋଇନଥାଏ । ଏ ପରିସ୍ଥିତିରେ ସ୍ୱାଭାବିକ ଭାବେ ମନକୁ ଭାବନା ଆସେଯେ ଏମିତି କିଛି ସରଳ ଅଥଚ ପ୍ରଭାବଶାଳୀ ଉପାୟ ରହିଛି କି, ଯାହାକୁ ପାଳନ କଲେ ଗ୍ରହ ରିଷ୍ଟରୁ ରକ୍ଷା ମିଳିପାରେ? ହଁ, ଅଛି । ଏହି ଉପାୟଟି ହେଉଛି ଜଗତର ନାଥ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ବିଗ୍ରହର ଦର୍ଶନ । ଗ୍ରହରାଜ ବୋଲାଉଥିବା ଶ୍ରୀଜଗନ୍ନାଥଙ୍କ ପ୍ରତିଟି ଅଙ୍ଗ ଗ୍ରହଦୋଷ କ୍ଷୟକାରୀ ବୋଲି ବିଶ୍ୱାସ ରହିଛି ।

ଶ୍ରୀଜଗନ୍ନାଥଙ୍କ ଦୁଇ ଆଖି ସବୁଠୁ ଆକର୍ଷଣୀୟ । ସେ ନିଜର ଚକା ଚକା ଡୋଳାରେ ଭକ୍ତ ମନକୁ ବାନ୍ଧି ଦିଅନ୍ତି । ତାଙ୍କ ଆଖିରେ ଆଖି ମିଶିଗଲେ ଜୀବନର ସବୁ ଦୁଃଖ ଦୂର ହୋଇଗଲା ଭଳି ଅନୁଭବ ହୁଏ । ଶାସ୍ତ୍ର ଅନୁସାରେ ଜଗନ୍ନାଥଙ୍କ ଡାହାଣ ଆଖି ଦର୍ଶନରେ କୁଣ୍ଡଳୀରେ ଥିବା ସୂର୍ଯ୍ୟ ଗ୍ରହ ଦୋଷ ଦୂର ହୋଇଯାଉଥିବାବେଳେ ବାମ ଆଖି ଦର୍ଶନରେ ଚନ୍ଦ୍ର ଦୋଷ କ୍ଷୟ ହୋଇଯାଇଥାଏ ।

-ଯେଉଁମାନଙ୍କ ଜାତକରେ ମଙ୍ଗଳ ଗ୍ରହ ଦୋଷ ରହିଛି ସେମାନେ ପ୍ରଭୁଙ୍କର ନାସିକାର ନିୟମିତ ଦର୍ଶନ କରିବା ଉଚିତ । ଏହା ଦ୍ୱାରା ମଙ୍ଗଳ ଗ୍ରହ ଦୋଷ ଦୂର ହୋଇଯାଏ ।

-ବୁଧ ଗ୍ରହ ଦୋଷ ଦୂର କରିଥାଏ ଶ୍ରୀଜଗନ୍ନାଥଙ୍କ ଅଧରକୁ ବାରମ୍ବାର ନୀରିକ୍ଷଣ କରିବା ଦ୍ୱାରା ।

-ଗୁରୁ ଗ୍ରହର କୁପ୍ରଭାବ ଦୂର କରିବାକୁ ହେଲେ ପ୍ରଭୁ ଜଗନ୍ନାଥଙ୍କ ଲଲାଟରେ ଝଟକୁଥିବା ତିଳକକୁ ଦର୍ଶନ କରନ୍ତୁ । ଜଗନ୍ନାଥଙ୍କ ତିଳକ ଦର୍ଶନ ଦ୍ୱର କରେ ଗୁରୁ ମହାଦଶା ।

-ଶ୍ରୀଜଗନ୍ନାଥଙ୍କ ମୁଖାରବିନ୍ଦ ଦର୍ଶନରେ ଦୂର ହୁଏ ଶୁକ୍ର ଗ୍ରହ ଦୋଷ ଜନିତ ସମସ୍ୟା । ଶ୍ରୀଜଗନ୍ନାଥଙ୍କ ଚତୁଃକୋଣୀ ମୁଖ ଶୁକ୍ର ଗ୍ରହର ପ୍ରତିନିଧିତ୍ୱ କରୁଥାଏ ।

-ଶ୍ରୀଜଗନ୍ନାଥଙ୍କ ଶରୀରର ରଙ୍ଗ କଳା । ଜଗନ୍ନାଥଙ୍କ ସମ୍ପୂର୍ଣ୍ଣ ବିଗ୍ରହକୁ ବାରମ୍ବାର ଦର୍ଶନ କରିବା ଦ୍ୱାରା ମହାଗ୍ରହ ଶନିଙ୍କ ସାଢ଼େ ସାତୀ ଅବା ଅଢ଼େଇ ଦଶା ଦୂର ହୋଇଯାଏ ।

-ରାହୁ,କେତୁ ଗ୍ରହଙ୍କ କୁପ୍ରଭାବରୁ ମୁକ୍ତ ହେବାକୁ ଚାହୁଁଥିଲେ ମହାପ୍ରଭୁଙ୍କର ସ୍ୱର୍ଣ୍ଣ କିରୀଟଧାରଣକାରୀ ବେଶକୁ ବାରମ୍ବାର ସନ୍ଦର୍ଶନ କରନ୍ତୁ । ସୁତରାଂ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ ୯ଟି ଯାକ ଗ୍ରହର ବିଭିନ୍ନ ଦୋଷ ଦୂର ହୋଇଯିବା ସୁନିଶ୍ଚିତ ।

ଆହୁରି ପଢ଼ନ୍ତୁ...Shree Jagannath Untold Story : ହାତ ଅଛି, ହେଲେ କାହିଁକି ଦାରୁ ଦିଅଁଙ୍କର ନାହିଁ ପାପୁଲି ? ନିମ୍ବ କାଠରେ କାହିଁକି ଗଢ଼ା ହେଲେ ଦାରୁ ଦେବତା