ପୁରୀ,୦୭/୧୨; ପୁରୀରେ ଦୁଇ ଦିନିଆ ଗ୍ଲୋବାଲ୍ ଏନର୍ଜି ଲିଡର୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ସମ୍ମିଳନୀର ଦ୍ବିତୀୟ ଦିନରେ ପୁରୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରମୁଖ ସଚିବ, ଶକ୍ତି, ପ୍ରତିନିଧିମାନଙ୍କ ଦ୍ୱାରା ବୃକ୍ଷରୋପଣ ଅଭିଯାନ ହୋଇଛି ।
ଗତକାଲି ପୁରୀରେ ଗ୍ଲୋବାଲ୍ ଏନର୍ଜି ଲିଡର୍ସ ସମ୍ମିଳନୀରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିରେ ବହୁ ହେବିୱେଟ ସାମିଲ ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ବି ସାମିଲ ହୋଇଥିଲେ । ରାଜ୍ୟର ବିକାଶରେ ଶକ୍ତି ଯୋଗାଣ ଶୃଙ୍ଖଳ (ଏନର୍ଜି ସପ୍ଲାଇ ଚେନ୍) କୁ ଓଡ଼ିଶା ନିଜର ପ୍ରମୁଖ ଉପାଦାନ ଭାବେ ଗ୍ରହଣ କରିଛି । ଫଳରେ ୨୦୩୬ ସୁଦ୍ଧା ଜୀବାଶ୍ମ ଇନ୍ଧନ ଶକ୍ତି ଉତ୍ପାଦନ ଓ ବ୍ୟବହାର ବ୍ୟୟ କମାଇ ଆମ ରାଜ୍ୟ ସବୁଜ ଶକ୍ତି (ଗ୍ରୀନ୍ ଏନର୍ଜି) ରାଜ୍ୟ ଭାବେ ଉଭା ହେବ । ଶନିବାର ପୁରୀର ଏକ ହୋଟେଲରେ ଆୟୋଜିତ ଗ୍ଲୋବାଲ୍ ଏନର୍ଜି ଲିଡର୍ସ ସମ୍ମିଳନୀ ୨୦୨୫କୁ ଉଦ୍ଘାଟନ କରି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।