ପ୍ରମୂଖ ଖବର
  • ନଭେମ୍ଵର ଓ ଡିସେମ୍ଵରରେ ଓଡ଼ିଶା ଆସିବେ ରାହୁଲ, ରାଜ୍ୟ କଂଗ୍ରେସର ହେବ ବିଶାଳ କାର୍ଯ୍ୟକ୍ରମ
  • ||
  • କନ୍ଧମାଳ : ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର; ୫ ଦିନ ହେଲା ଥିଲେ ନିଖୋଜ
  • ||
  • ନବରଙ୍ଗପୁର : ସାମ୍ବାଦିକଙ୍କୁ ଛୁରା ମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ପୁରୀରୁ ବିପୁଳ ପରିମାଣର ବ୍ରାଉନ ସୁଗର ଜବତ, ୩ ବେପାରୀଙ୍କୁ ବାନ୍ଧିଲା ପୁଲିସ
  • ||
  • ନିଶାମୁକ୍ତ ହେବ ରାଜଧାନୀ: ନିଶା ବେପାରୀଙ୍କୁ ମିଳିବନି ନିସ୍ତାର, ଏସ୍‌ଟିଏଫ ଆରମ୍ଭ କରିବ ‘ଅପରେସନ ପ୍ରହାର’
  • ||
  • ବନ୍ୟାରେ ଭାସି ଯାଇଥିଲେ ଯୁବକ, ଗାଁ ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • ପୁରୁଷୋତ୍ତମ ଏକ୍ସପ୍ରେସ ଶୌଚାଳୟରୁ ଯୁବକଙ୍କ ମୃତଦେହ ଠାବ, ତଦନ୍ତ ଆରମ୍ଭ କଲା ଜିଆର୍‌ପି
  • ||
  • ଦେଶର ଦକ୍ଷ ମୁଖ୍ୟମନ୍ତ୍ରୀ ତାଲିକାରେ ମୋହନ ମାଝୀ, ‘ଇଣ୍ଡିଆ ଟୁଡେ-ସିଭୋଟର’ ପକ୍ଷରୁ ‘ମୁଡ୍‌ ଅଫ ଦ ନେସନ’ ସର୍ଭେରେ ମିଳିଲା ଅଷ୍ଟମ ସ୍ଥାନ
  • ||
  • ଟାରିଫ୍‌କୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟକା; ଶୁଳ୍କକୁ ବେଆଇନ କହିଲେ ୟୁଏସ୍ କୋର୍ଟ
  • ||
  • ୩୧ରୁ ବଢ଼ିବ ବର୍ଷା, ସେପ୍ଟେମ୍ବର ୩ ଯାଏ ଦେଖାଇବ ପ୍ରକୋପ: ଆଜି ଅଧା ଓଡ଼ିଶାକୁ ୟେଲୋ ଆଲର୍ଟ
  • ||

ରାଠି-ରାଣା କଳି: ଦିଲ୍ଲୀ ପ୍ରିମିୟର ଲିଗ୍‌ରେ ଭୟଙ୍କର ଗଣ୍ଡଗୋଳ, ୫ ଖେଳାଳିଙ୍କ ଉପରେ ଲାଗିଲା ଜରିମାନା

Published By : Tapas Panda | August 30, 2025 5:41 PM

Image Courtesy: moneycontrol

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରିମିୟର ଲିଗ୍ (DPL)ରେ ଉତ୍ତେଜନା ଦେଖିବାକୁ ମିଳିଛି । ଖେଳାଳିଙ୍କ ମଧ୍ୟରେ ଅଶୋଭନୀୟ ଆଚରକୁ ନେଇ ଚର୍ଚ୍ଚା ଲାଗି ରହିଛି । ଲିଗ୍‌ରେ  ଆଚରଣ ସଂହିତା ଉଲ୍ଲଂଘନ କରିଥିବାରୁ ଦିଗବେଶ ରାଠି, ନୀତିଶ ରାଣା, ଅମନ ଭାରତୀ, ସୁମିତ ମାଥୁର ଏବଂ କ୍ରିଷ ଯାଦବଙ୍କୁ ଦଣ୍ଡିତ କରାଯାଇଛି । ଏନେଇ ଶନିବାର ଟୁର୍ଣ୍ଣାମେଣ୍ଟ ଆୟୋଜକ କହିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଅରୁଣ ଜେଟଲି ଷ୍ଟାଡିୟମରେ ଦିଲ୍ଲୀ ସୁପରଷ୍ଟାର୍ସ  ଏବଂ ଓ୍ବେଷ୍ଟ ଦିଲ୍ଲୀ ଲାୟନ୍ସ ମଧ୍ୟରେ ଏଲିମିନେଟର ମ୍ୟାଚ୍‌ ହୋଇଥିଲା । ଏହି ମ୍ୟାଚ୍‌ରେ ନୀତିଶ ରାଣା ଏବଂ ଦିଗବେଶ ରାଠିଙ୍କ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଥିଲା । ରାଣା ସ୍ବିପ୍‌ ଖେଳିବାକୁ ଚେଷ୍ଟା କରୁଥିବା ବେଳେ ରାଠି ବୋଲିଂ ଆକ୍ସନ କରିଥିଲେ ବି ବଲ୍‌ ରିଲିଜ୍‌ କରିନଥିଲେ । 

ରାଠି ପୁଣି ଥରେ ବୋଲିଂ କରିବାକୁ ଆସଥିଲେ । କିନ୍ତୁ ରାଣା ପଛକୁ ହଟିଗଲେ। ରାଣା ରାଠିଙ୍କ ପରବର୍ତ୍ତୀ ବଲ୍‌କୁ ରିଭର୍ସ ସ୍ୱଇପ୍ କରି ଡିପ୍ ପଏଣ୍ଟ ଉପରେ ଛକା ମାରିବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହା ପରେ ନୀତିଶ ରାଣା, ରାଠିଙ୍କ ଆଡ଼କୁ କ୍ରୋଧରେ ଯାଉଥିବାର ଦେଖାଯାଇଥିଲା । ଅମ୍ପାୟାର ଗାୟତ୍ରୀ ଭେନୁଗୋପାଳନ ଏବଂ ଅନ୍ୟ ଖେଳାଳି ତୁରନ୍ତ ହସ୍ତକ୍ଷେପ କରି ଦୁଇଜଣଙ୍କୁ ଅଲଗା କରିଥିଲେ। ରାଠି କିଛି କହି କହି ଚାଲିଯାଇଥିଲେ । ଏହା ପରେ ଆଚରଣ ସଂହିତା ଉଲ୍ଲଂଘନ କରିବା ପାଇଁ ରାଣାଙ୍କୁ ତାଙ୍କ ମ୍ୟାଚ୍ ଫିର ୫୦ ପ୍ରତିଶତ ଜରିମାନା କରାଯାଇଛି ।

ସେପଟେ ଆଇପିଏଲ ୨୦୨୫ ରେ ନୋଟବୁକ୍ ଷ୍ଟାଇଲ୍ ସେଲିବ୍ରେସନ୍ ପାଇଁ ଦିଗବେଶ ରାଠିଙ୍କୁ ମଧ୍ୟ ଅନେକ ଥର ଜରିମାନା କରାଯାଇଥିଲା । ଏବେ ଆଚରଣ ସଂହିତା ଉଲ୍ଲଂଘନ କରିବା ପାଇଁ ତାଙ୍କୁ ତାଙ୍କ ମ୍ୟାଚ୍ ଫିର ୮୦ ପ୍ରତିଶତ ଜରିମାନା କରାଯାଇଛି। ଏହା ବ୍ୟତୀତରେ ମ୍ୟାଚ୍‌ରେ ଆଉ ଏକ ବିବାଦ ସୃଷ୍ଟି ହୋଇଥିଲା । ନୀତିଶ ରାଣାଙ୍କ ସାଥୀ ଖେଳାଳି କ୍ରିଶ୍ ଯାଦବ ପ୍ରଥମେ ଅମ୍ପାୟାରଙ୍କ ସହିତ ଏବଂ ତା'ପରେ ଅନ୍ୟ ଜଣେ ଖେଳାଳିଙ୍କ ସହିତ ପ୍ରବଳ ଯୁକ୍ତିତର୍କ କରିଥିଲେ। ଫଳସ୍ୱରୂପ, କ୍ରିଶଙ୍କୁ ତାଙ୍କ ମ୍ୟାଚ୍ ଫିର ୧୦୦ ପ୍ରତିଶତ ଜରିମାନା କରାଯାଇଛି। ପ୍ରତିପକ୍ଷ ଦଳର ଖେଳାଳିଙ୍କୁ ଗାଳିଗୁଲଜ କରିବା ଏବଂ ବ୍ୟାଟ୍ ଦେଖାଇବା ପରେ ଅଶ୍ଳୀଳ ଭାଷା ବ୍ୟବହାର ପାଇଁ ଏହି ଜରିମାନା ଲାଗୁ କରାଯାଇଛି।

ଏହି ମ୍ୟାଚ୍ ସାଉଥ ଦିଲ୍ଲୀ ସୁପରଷ୍ଟାର୍ସ ଏବଂ ଓ୍ବେଷ୍ଟ ଦିଲ୍ଲୀ ଲାୟନ୍ସ ମଧ୍ୟରେ ଖେଳାଯାଇଥିଲା। ସାଉଥ ଦିଲ୍ଲୀ ସୁପରଷ୍ଟାର୍ସ ୨୦୨ ରନର ଲକ୍ଷ୍ୟ ରଖିଥିଲା। ଅଧିନାୟକ ନୀତିଶ ରାଣାଙ୍କ ୫୫ ବଲରୁ ୧୫ ଛକା ଏବଂ ୮ ଚୌକା ସହାୟତାରେ ଅପରାଜିତ ୧୩୪ ରନ ସହାୟତାରେ ଓ୍ବେଷ୍ଟ ଦିଲ୍ଲୀ ୧୭.୧ ଓଭରରେ ୩ ୱିକେଟ ହରାଇ ୨୦୨ ରନ କରି ୭ ୱିକେଟରେ ମ୍ୟାଚ୍ ଜିତିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.