ଭୁବନେଶ୍ୱର,୧୪/୦୫: ମେ ୧୫ ତାରିଖ ହେଉଛି ପିଏମ୍ ଆବାସ ଯୋଜନାରେ ପଞ୍ଜୀକରଣର ଶେଷ ଦିନ । ଏବେସୁଦ୍ଧା ୩୫ ଲକ୍ଷ ଲୋକ ପଞ୍ଜୀକରଣ କରି ସାରିଲେଣି । ତେବେ ପଞ୍ଜୀକରଣ ଅବଧି ପରେ ଅଧିକାରୀମାନେ ଘର ଘର ବୁଲି ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବେ । ମୋଟ ୩ଟି ପର୍ଯ୍ୟାୟରେ ସର୍ଭେ ହେବ । ଯାଞ୍ଚ ହେବା ପରେ ସର୍ଭେ ଠିକ୍ ଅଛି କି ନା, ଜଣାପଡ଼ିବ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଏହି ସୂଚନା ଦେଇଛନ୍ତି । ସର୍ଭେରେ ଅବହେଳା ହୋଇଥିଲେ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ତାଗିଦ୍ କରିଛନ୍ତି । ସର୍ଭେ ସରିବା ପରେ କେନ୍ଦ୍ର ସରକାରଙ୍କ ପାଖକୁ ଚୂଡ଼ାନ୍ତ ତାଲିକା ପଠାଯିବ । କେନ୍ଦ୍ର ସରକାର ଅର୍ଥ ଦେଲା ପରେ ରାଜ୍ୟ ସରକାର ନିଜର ଅଂଶ ଦେବେ ବୋଲି ମନ୍ତ୍ରୀ କହିଛନ୍ତି ।

ଏକାଠି ହେବେ କି ଅଜିତ୍ -ଶରଦ ପାଓ୍ବାର ? ଦାଦା-ପୁତୁରା...