ଭୁବନେଶ୍ୱର,୧୪/୦୫: ମେ ୧୫ ତାରିଖ ହେଉଛି ପିଏମ୍‌ ଆବାସ  ଯୋଜନାରେ ପଞ୍ଜୀକରଣର ଶେଷ ଦିନ । ଏବେସୁଦ୍ଧା  ୩୫ ଲକ୍ଷ ଲୋକ ପଞ୍ଜୀକରଣ  କରି ସାରିଲେଣି । ତେବେ ପଞ୍ଜୀକରଣ ଅବଧି ପରେ ଅଧିକାରୀମାନେ ଘର ଘର  ବୁଲି ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବେ । ମୋଟ ୩ଟି ପର୍ଯ୍ୟାୟରେ ସର୍ଭେ ହେବ । ଯାଞ୍ଚ ହେବା ପରେ ସର୍ଭେ ଠିକ୍‌ ଅଛି କି ନା, ଜଣାପଡ଼ିବ ।  ପଞ୍ଚାୟତିରାଜ  ମନ୍ତ୍ରୀ ରବି ନାଏକ ଏହି ସୂଚନା ଦେଇଛନ୍ତି । ସର୍ଭେରେ ଅବହେଳା ହୋଇଥିଲେ ଅଧିକାରୀଙ୍କ ବିରୋଧରେ ଦୃଢ଼  କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ତାଗିଦ୍‌ କରିଛନ୍ତି । ସର୍ଭେ ସରିବା ପରେ କେନ୍ଦ୍ର  ସରକାରଙ୍କ ପାଖକୁ ଚୂଡ଼ାନ୍ତ ତାଲିକା ପଠାଯିବ । କେନ୍ଦ୍ର ସରକାର ଅର୍ଥ ଦେଲା ପରେ  ରାଜ୍ୟ ସରକାର ନିଜର ଅଂଶ ଦେବେ ବୋଲି ମନ୍ତ୍ରୀ କହିଛନ୍ତି ।