ଭୁବନେଶ୍ୱର,୧୮/୦୧: ଆସନ୍ତା ୨୨ ତାରିଖରୁ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ଘର ପାଇଁ ସର୍ଭେ ହେବ । ପଞ୍ଚାୟତିରାଜ ଓ ପାନୀୟ ଜଳ  ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ  ସର୍ଭେ ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ  ଦିଆଯାଇଛି । ଆବାସ ପ୍ଲସ୍‌ ଆପସ୍‌ ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ  ଚିହ୍ନଟ କରିବାକୁ କୁହାଯାଇଛି । ପୂର୍ବରୁ  ବାଦି ପଡ଼ିଥିବା ଯୋଗ୍ୟ ହିତାଧକାରୀଙ୍କୁ ସର୍ଭେରେ ସାମିଲ କରିବାକୁ ମଧ୍ୟ କୁହାଯାଇଛି । ମାର୍ଚ୍ଚ ୩୧ତାରିଖ ଯାଏ ସର୍ଭେ ଚାଲିବ । 

ନୂଆ ଗାଇଡଲାଇନ୍‌ ଅନୁସାରେ ସର୍ଭେ କରି ହିତାଧିକାରୀ ଚିହ୍ନଟ କରିବାକୁ କୁହାଯାଇଛି । ସର୍ଭେ ହେଉଥିବା ନେଇ ଲୋକଙ୍କୁ ସଚେତନ କରାଯିବ । ସବୁ ପଞ୍ଚାୟତରେ ମାଇକ୍‌ ଯୋଗେ ପ୍ରଚାର ହେବ । ବଡ଼ ବଡ଼ ବ୍ୟାନର ଓ ହୋର୍ଡିଂ ଲଗାଯିବ । ଲୋକନୃତ୍ୟ ଓ ସୋସିଆଲ ମିଡିଆ ଜରିଆରେ ଏହାର ବ୍ୟାପକ ପ୍ରଚାର ପ୍ରସାର କରିବାକୁ ଯୋଜନା ହୋଇଛି ।