ଭୁବନେଶ୍ବର,୨୦।୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ନୀତିଶ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନୀତିଶ କୁମାର ଜଣେ ଅଭିଜ୍ଞ ପ୍ରଶାସକ । ଯାହାଙ୍କର ବହୁ ବର୍ଷ ଧରି ସୁଶାସନର ପ୍ରମାଣିତ ରେକର୍ଡ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତାଙ୍କର ଆଗାମୀ କାର୍ଯ୍ୟକାଳ ପାଇଁ ତାଙ୍କୁ ଶୁଭକାମନା ଜଣାଉଛି।

ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନାଙ୍କୁ୍ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ଉଭୟ ନେତା ଲୋକଙ୍କ ସେବା କରିବା ପାଇଁ ତୃଣମୂଳ ସ୍ତରରେ ବ୍ୟାପକ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେମାନଙ୍କୁ ତାଙ୍କର ଶୁଭକାମନା ଜଣାଇଛନ୍ତି ।

ବିହାର ସରକାରରେ ମନ୍ତ୍ରୀ ଭାବରେ ଶପଥ ନେଇଥିବା ସମସ୍ତଙ୍କୁ ନରେନ୍ଦ୍ର ମୋଦୀ ଶୁଭକାମନା ଜଣାଇଛନ୍ତି । ଉତ୍ସର୍ଗୀକୃତ ନେତାଙ୍କ ସହିତ ଏକ ଚମତ୍କାର ଦଳ ଯେଉଁମାନେ ବିହାରକୁ ସଫଳତାର ନୂତନ ଶିଖରରେ ପହଞ୍ଚାଇବେ ଏବଂ ସେମାନଙ୍କୁ ବହୁତ ଶୁଭକାମନା ଜଣାଇଛନ୍ତି ବୋଲି କହିଛନ୍ତି ।