ନୂଆଦିଲ୍ଲୀ, ୨୯/୦୪ : କୃଷକମାନଙ୍କ ପାଇଁ ବଡ଼ ସାହାରା ପାଲଟିଛି ପିଏମ୍ କିଷାନ ସମ୍ମାନ ନିଧି ଯୋଜନା। ହେଲେ ଛୋଟ ମୋଟ ଭୁଲ୍ ଯୋଗୁଁ ଚାଷୀଙ୍କ ଆକାଉଣ୍ଟକୁ ଆସୁନି ଟଙ୍କା। ଅଟକି ଯାଉଛି କିସ୍ତି। ଯୋଜନାରୁ ବଞ୍ଚିତ ହେଉଛନ୍ତି ଚାଷୀ। ଯଦି ଆପଣଙ୍କର ବି କିସ୍ତି ଆସୁନି ତାହେଲେ ଆଉ ଚିନ୍ତା କରନ୍ତୁନି। ସରକାର ଡାଟା ଅପଡେଟ୍ କରିବାକୁ ଏବଂ ଭୁଲ୍ ସୁଧାରିବାକୁ ସୁଯୋଗ ଦେଇଛନ୍ତି। ଏପ୍ରିଲ ୩୦ ଯାଏଁ ଆପଣଙ୍କ ଭୁଲ୍ ସୁଧାରି ପାରିବେ। ଏହି ଡେଡଲାଇନ୍ ପୂର୍ବରୁ ତ୍ରୁଟି ସୁଧାରି ଅପଡେଟ୍ କରିପାରିବେ। ଏହାଦ୍ଵାରା ପୁଣି ଥରେ ଆପଣଙ୍କ ଆକାଉଣ୍ଟକୁ କିସ୍ତି କ୍ରେଡିଟ୍ ହେବ। ତେବେ ଜାଣନ୍ତୁ କିସ୍ତି ବନ୍ଦ ହେବା ନେଇ ୩ଟି ବଡ଼ ଭୁଲ୍ କଣ ? 

ଇ-କେୱାଇସି ଏବଂ ଲ୍ୟାଣ୍ଡ ଭେରିଫିକେସନ

କିସ୍ତି ଅଟକିବାର ସବୁଠୁ ବଡ଼ କାରଣ ହେଲା ଇ-କେୱାଇସି ଅଧୁରା ରହିବା। ଯଦି ଆପଣ ପ୍ରଧାନମନ୍ତ୍ରୀ କିଷାନ ପୋର୍ଟାଲରେ ଆପଣଙ୍କର ବାୟୋମେଟ୍ରିକ୍ କିମ୍ବା OTP-ଆଧାରିତ KYC ପୂରଣ କରିନାହାଁନ୍ତି, ତେବେ ଆପଣଙ୍କର କିସ୍ତି କେବେବି ଆସିବ ନାହିଁ। ଏହା ସହ ଲ୍ୟାଣ୍ଡ ସିଡିଂ, କିମ୍ବା ଜମି ଯାଞ୍ଚ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣଙ୍କର କୃଷି ଜମି ଡାଟାବେସ୍‌ ରେ ମ୍ୟାପ୍ କରାଯାଇ ନାହିଁ, ତେବେ ସିଷ୍ଟମ୍ ଆପଣଙ୍କୁ ଅଯୋଗ୍ୟ ବୋଲି ବିବେଚନା କରିବ ଏବଂ କିସ୍ତି ଅଟକିଯିବ। ତେଣୁ, ପୋର୍ଟାଲ୍ ରେ ଆପଣଙ୍କର ଲ୍ୟାଣ୍ଡ ସିଡିଂ ଏବଂ ଇ-କେୱାଇସି "yes" ଦେଖାଉଛି କି ନାହିଁ ତାହା ଦେଖିବା ପାଇଁ ଯାଞ୍ଚ କରନ୍ତୁ।

ଆଧାର ଏବଂ ବ୍ୟାଙ୍କ ଆକାଉଣ୍ଟ ମିସମ୍ୟାଚ୍

ଦ୍ଵିତୀୟ ସବୁଠୁ ବଡ଼ ଭୁଲ୍ ହେଉଛି ଆପଣଙ୍କ ଆଧାର କାର୍ଡ କିମ୍ଵା ପିଏମ୍ କିଶାନ ଆବେଦନରେ ନାମ ଏପଟ ସେପଟ ଥିଲେ କିସ୍ତି ଆସିବନି। ସିଷ୍ଟମ ଏହାକୁ ରିଜେକ୍ଟ କରିଦିଏ। ଏତଦ୍ ବ୍ୟତୀତ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଆଧାର ସହ ଲିଙ୍କ ହେବା ନିହାତି ଜରୁରୀ। ଡିବିଟି ପାଇଁ ଏହା ନିତାନ୍ତ ଜରୁରୀ। ବହୁ ଥର ବ୍ୟାଙ୍କ ମର୍ଜର କାରଣରୁ ଆଇଏଫଏସସି କୋଡ୍ ବଦଳିଯାଏ। ଏହାକୁ ଅପଡେଟ୍ ନକରିବା ଦ୍ଵାରା କିସ୍ତି ଫେରିଯାଏ। ତେଣୁ ନିଜ ବ୍ରାଞ୍ଚକୁ ଯାଇ ଚେକ୍ କରି ଖାତା ଆକ୍ଟିଭ୍ ଅଛି କି ନାହିଁ ବୁଝି ନିଅନ୍ତୁ। 

ପୋର୍ଟାଲରେ ଭୁଲ୍ ତଥ୍ୟ

ତୃତୀୟ ସବୁଠୁ ବଡ଼ ଭୁଲ୍ ହେଲା ଆପଣଙ୍କ ଜେଣ୍ଡର, କାଟେଗୋରୀ କିମ୍ଵା ଠିକଣା ସମ୍ବନ୍ଧୀୟ ଭୁଲ୍। ଆବେଦନ କରିବା ବେଳେ ଯଦି ଆପଣ ଭୁଲ୍ କାଟେଗୋରୀ ବାଛନ୍ତି ତେବେ ଭେରିଫିକେସନ ପ୍ରୋସେସରେ ଆପଣଙ୍କ ଫାଇଲ୍ ଅଟକିପାରେ। ସବୁଠୁ ଭଲ କଥା ହେଉଛି ଯେ ଆପଣ ପିଏମ କିଷାନର ଅଫିସିଆଲ୍ ୱେବସାଇଟରେ ଫର୍ମର କର୍ଣ୍ଣରକୁ ଯାଇ ଏହି ସୂଚନାକୁ ନିଜେ ଏଡିଟ୍ କରିପାରିବେ।

ଭୁଲ୍ ସୁଧାରିବାକୁ ଶେଷ ସୁଯୋଗ

ଭୁଲ୍ ସୁଧାରିବାକୁ ସରକାର ଏପ୍ରିଲ ୩୦ ଯାଏଁ ଡେଡଲାଇନ୍ ଦେଇଛନ୍ତି। ଏଥିପାଇଁ ପେଣ୍ଡିଂ କାମକୁ ଟାଳନ୍ତୁ ନାହିଁ। ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଅପଡେଟ୍ କରି ଦିଅନ୍ତୁ। ବ୍ଲକ କୃଷି ଅଧିକାରୀଙ୍କୁ ଭେଟି ନିଜ ସମସ୍ୟା ଜଣାନ୍ତୁ। ଡାଟା କ୍ଲିନ୍ ହୋଇଗଲେ ଆପଣଙ୍କର ଅଟକିଥିବା କିସ୍ତି ପୁଣି ଥରେ ମିଳିବ। 

ଏହି ଖବରଟିକୁ ପଢନ୍ତୁPM Modi in Varanasi: ବାରାଣସୀରେ ମୋଦିଙ୍କ ରୋଡ୍ ସୋ, କାଶୀ ବିଶ୍ଵନାଥଙ୍କୁ କଲେ ଦର୍ଶନ, ଢୋଲ-ନଗାଡା ଶବ୍ଦରେ କମ୍ପିଲା ସାରା ସହର