ନୂଆଦିଲ୍ଲୀ,୧୨/୦୬; ଘରୋଇ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନିକିଆରେ ଭାରତ ୭ ୱିକେଟ୍ରେ ସହଜ ବିଜୟ ହାସଲ କରିଛି । ବର୍ଷା ଯୋଗୁଁ ୪ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ପରେ ମ୍ୟାଚ ଆରମ୍ଭ ହୋଇଥିଲା । ଫଳରେ ଓଭର କାଟ୍ କରାଯାଇ ମ୍ୟାଚକୁ ୨୫ ଓଭର ଖେଳାଯିବାକୁ ସ୍ଥିର ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୪.୫ ଓଭରରେ ୧୯୪ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଜବାବରେ ଭାରତ ୨୨.୫ ଓଭରରେ ୩ ୱିକେଟ୍ ହରାଇ ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ପୂର୍ବ ଅଧିନାୟକ ରୋହିତ ଶର୍ମା ୧୬ ରନ୍ କରି ବି ଇତିହାସ ରଚିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ଓପନର ଭାବରେ ୧୬ ହଜାର ରନ୍ ପୂରଣ କରିଛନ୍ତି । ସେ ଏହି ସଫଳତା ହାସଲ କରିବାରେ ବିଶ୍ୱର ସପ୍ତମ ବ୍ୟାଟର ହୋଇଛନ୍ତି । ରୋହିତ ଅନ୍ତର୍ଜାତୀୟ କ୍ରିକେଟରେ ଓପନର ଭାବେ ୧୬ ହଜାର ରନ୍ କରିଥିବା ପ୍ରଥମ ବ୍ୟାଟର ମଧ୍ୟ ହୋଇଛନ୍ତି । ବୀରେନ୍ଦ୍ର ସେହୱାଗଙ୍କୁ ଟପିଛନ୍ତି ରୋହିତ । ସେହୱାଗ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଓପନର ଭାବରେ ୧୬,୧୧୯ ରନ୍ କରିଥିଲେ । ସେ ଭାରତୀୟ ଦଳ ପାଇଁ ଓପନର ଭାବେ ୧୫, ୭୮୫ ରନ୍ କରିଛନ୍ତି । ୩୯ ବର୍ଷୀୟ ରୋହିତ ଶର୍ମା ଏହି ମ୍ୟାଚରେ ୧୬ ରନ କରିଥିଲେ। ସେ ଏକ ବଡ଼ ଇନିଂସ ଖେଳିପାରି ନଥିଲେ ଏବଂ ଶୁଭମନ ଗିଲଙ୍କ ସହ ଭୁଲ ବୁଝାମଣା ଯୋଗୁଁ ରନ ଆଉଟ ହୋଇଥିଲେ, କିନ୍ତୁ ଏହି ଛୋଟ ଇନିଂସରେ ବଡ଼ ସଫଳତା ହାସଲ କରିଥିଲେ ।
Scaling Mt. 16,000 🗻
— BCCI (@BCCI) June 13, 2026
A monumental milestone unlocked by Rohit Sharma as an opener in international cricket 👏🫡
Updates ▶️ https://t.co/lCuohEZYAl #TeamIndia | #INDvAFG | @IDFCFIRSTBank | @ImRo45 pic.twitter.com/vyC4C0oPvg
ରୋହିତ ଶର୍ମା ଏବେ ଅନ୍ତର୍ଜାତୀୟ କ୍ରିକେଟରେ ଓପନର ଭାବରେ ୧୬,୦୦୦ କିମ୍ବା ତା’ଠାରୁ ଅଧିକ ରନ୍ କରିଥିବା ଖେଳାଳିଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ଏହି ତାଲିକାରେ ଶ୍ରୀଲଙ୍କାର ମହାନ ଖେଳାଲି ସନତ ଜୟସୁରିଆ ଶୀର୍ଷରେ ଅଛନ୍ତି । ଯିଏକି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଓପନର ଭାବରେ ୧୯,୨୮୯ ରନ୍ କରିଛନ୍ତି । ଏହି ତାଲିକାରେ ସପ୍ତମ ସ୍ଥାନରେ ରହିଛନ୍ତି ରୋହିତ । ସେ ୩୮୪ଟି ମ୍ୟାଚ ଖେଳି ୧୬,୦୧୦ ରନ୍ କରିଛନ୍ତି । ରୋହିତଙ୍କ ରେକର୍ଡ କେବଳ ରନ କରିବା ପର୍ଯ୍ୟନ୍ତ ସୀମିତ ନୁହେଁ । ୧୬,୦୦୦ ରୁ ଅଧିକ ରନ କରିଥିବା ଓପନରମାନଙ୍କ ମଧ୍ୟରେ, ରୋହିତଙ୍କ ଷ୍ଟ୍ରାଇକ ରେଟ୍ ୯୩.୦୩ ସର୍ବୋତ୍ତମ ।
ଓପନର ଭାବରେ ୧୬,୦୦୦ ରନ କରିବାରେ ଦ୍ରୁତତମ ବ୍ୟାଟର
ରୋହିତ ଶର୍ମା - ୩୮୪ ଇନିଂସ
ଡେଭିଡ୍ ୱାର୍ଣ୍ଣର - ୩୯୦ ଇନିଂସ
ଗ୍ରାଏମ ସ୍ମିଥ - ୩୯୨ ଇନିଂସ
ବୀରେନ୍ଦ୍ର ସେହୱାଗ - ୩୯୪ ଇନିଂସ
କ୍ରିସ୍ ଗେଲ୍ - ୪୧୫ ଇନିଂସ
ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ଓପନିଂ କରିବାରେ ୧୬,୦୦୦ ରନ୍ ପୂରଣ କରିବାରେ ସପ୍ତମ ବ୍ୟାଟର ହୋଇଛନ୍ତି । ତାଙ୍କ ପୂର୍ବରୁ ଭାରତୀୟ ଖେଳାଳିମାନଙ୍କ ମଧ୍ୟରେ କେବଳ ବୀରେନ୍ଦ୍ର ସେହୱାଗ ଏହି ସଫଳତା ପାଇଥିଲେ । ଏବେ ରୋହିତ ଭାରତର ସବୁଠାରୁ ସଫଳ ଅନ୍ତର୍ଜାତୀୟ ଓପନର ହେବା ପାଇଁ ସେହୱାଗଙ୍କୁ ପଛରେ ପକାଇଛନ୍ତି । ରୋହିତ ଶର୍ମା ଭାରତ ପାଇଁ ଖେଳିବା ସମୟରେ ଓପନର ଭାବରେ ୧୬,୦୦୦ ରନ୍ ପୂରଣ କରିବାରେ ପ୍ରଥମ ବ୍ୟାଟର ମଧ୍ୟ ହୋଇଛନ୍ତି। ବୀରେନ୍ଦ୍ର ସେହୱାଗ ଭାରତ ପାଇଁ ମୋଟ ୧୫,୭୫୮ ରନ୍ କରିଥିଲେ, ଯେତେବେଳେ ସେ ଏସିଆନ୍ ଏକାଦଶ ଏବଂ ଆଇସିସି ଏକାଦଶ ପାଇଁ ଖେଳିବା ସମୟରେ ବାକି ରନ୍ ସଂଗ୍ରହ କରିଥିଲେ ।
ଏହା ବି ପଢନ୍ତୁ...IND vs AFG: ଆଫଗାନିସ୍ତାନକୁ ୭ ଓ୍ବିକେଟରେ ହରାଇଲା ଗିଲ୍ ବାହିନୀ