ନୂଆଦିଲ୍ଲୀ, ୨୯/୦୪ : ଦୁଇ ଦିନିଆ ବାରାଣସୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୁଧବାର ସକାଳେ ପ୍ରଧାନମନ୍ତ୍ରୀ କାଶୀ ବିଶ୍ଵନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ବାବା ବିଶ୍ଵନାଥଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ବରେକାରୁ କାଶୀ ବିଶ୍ଵନାଥ ଯାଏଁ ରୋଡ୍ ଶୋ କରି ମୋଦି ମନ୍ଦିରରେ ପହଞ୍ଚିଥିଲେ। ଏହି ସମୟରେ ବିଜେପି ନେତା ଏବଂ କାର୍ଯ୍ୟକର୍ତ୍ତାମାନେ ମୋଦିଙ୍କୁ ପୁଷ୍ପବର୍ଷା କରି ସ୍ଵାଗତ କରିଥିଲେ। ଢୋଲ-ନଗାଡା ଶବ୍ଦରେ ସାରା ସହର ପ୍ରକମ୍ପିତ ହୋଇ ଉଠିଥିଲା।
କାଶୀ ବିଶ୍ଵନାଥ ମନ୍ଦିର ପରିସରରେ ମୋଦି ସେଠାରେ ଉପସ୍ଥିତ ଥିବା କୁନି କୁନି ପିଲାମାନଙ୍କ ସହ କଥା ହୋଇଥିଲେ। ହାତରେ ତ୍ରିଶୂଳ ଏବଂ ଡମ୍ଵରୁ ଧରି ମୋଦି
ମନ୍ଦିରରେ ଥିବା ଶ୍ରଦ୍ଧାଳୁଙ୍କୁ ଅଭିବାଦନ ଜଣାଇଥିଲେ। ପଣ୍ଡିତ ଓମ୍ ପ୍ରକାଶ ମିଶ୍ରଙ୍କ ସହ ୫ ଜଣ ବ୍ରାହ୍ମଣ ମୋଦିଙ୍କ ଷୋଡ଼ଶ ଉପଚାର ପୂଜା କରାଇଥିଲେ।
हर हर महादेव !
— Narendra Modi (@narendramodi) April 29, 2026
काशी में बाबा विश्वनाथ मंदिर में दर्शन और पूजन का सौभाग्य मिला। यहां भगवान भोलेनाथ से समस्त देशवासियों के लिए सुख-समृद्धि और आरोग्यपूर्ण जीवन की कामना की।
माँ अन्नपूर्णा एवं माँ गंगा के दर्शन से असीम शांति मिली। उनकी कृपा से हर किसी में सकारात्मक ऊर्जा का संचार… pic.twitter.com/68GTnogoZW
ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଦି ମନ୍ଦିରରେ ପ୍ରବେଶ କରିବା ବେଳେ ୫୧ ଜଣ ବ୍ରାହ୍ମଣ ଶଙ୍ଖ ଫୁଙ୍କି ସ୍ଵାଗତ କରିଥିଲେ। ହର ହର ମହାଦେବ ଧ୍ଵନିରେ ଚତୁର୍ଦ୍ଦିଗ ପ୍ରକମ୍ପତି ହୋଇ ଉଠିଥିଲା।
ଏହି ଖବରଟିକୁ ପଢନ୍ତୁ- West Bengal Election: ଭୋଟିଂର କିଛି ଘଣ୍ଟା ମଧ୍ୟରେ ହିଂସାକାଣ୍ଡ, ପୋଲିଂ ବୁଥ୍ ବୁଲିଲେ ମମତା