ନୂଆଦିଲ୍ଲୀ: ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ଦମଦାର ବିଜୟ । ୭ ଓ୍ବିକେଟରେ ଜିତି ନେଇଛି ଭାରତ । ଭାରତ ପକ୍ଷରୁ ଅଧିନାୟକ ଶୁଭମନ ଗିଲ ଅଧିନାୟକତ୍ବ ପାଳି ଖେଳିଛନ୍ତି । ସେ ୬୬ ବଲରୁ ୮୪ ରନର ପାଳି ଖେଳି ଅପରାଜିତ ରହିଛନ୍ତି । ୧୯୫ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଭାରତ ଏହାକୁ ୨୨.୫ ବଲରେ ପୂରଣ କରିଛି ।

ବର୍ଷା ପାଇଁ ମ୍ୟାଚରେ ବିଳମ୍ବ ହୋଇଥିଲା । ପରେ ୨୫ ଓଭର ଲୋଖାଏଁ ଖେଳାଯାଇଥିଲା । ଟସ୍ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଅଲଆଉଟ୍ ହୋଇ ୧୯୪ ରନ କରିବାରେ ସକ୍ଷମ ହୋଇଥିଲା । ୨୪.୫ ବଲରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନ ଅଲଆଉଟ୍ ହୋଇଥିଲା । ଦଳ ପ୪ରୁ ଓପନର ରହମଦୁଲ୍ଲା ଗୁରବାଜ ଶତକୀୟ ପାଳି ଖେଳିଥିଲେ । ଦଳର ବାକି ବ୍ୟାଟ୍ସମ୍ୟାନ ବଡ଼ ପାଳି ଖେଳିବାରେ ବିଫଳ ହୋଇଥିଲେ ।

ଆଫଗାନିସ୍ତାନ ପକ୍ଷରୁ ଗୁରବାଜ୫୧ଟି ବଲ୍ ଖେଳି ୧୦୨ ରନ୍ ସଂଗ୍ରହ କରିଥିଲେ। ଏଥିରେ ୮ଟି ଚୌକା ଏବଂ ୮ଟି ଛକା ସାମିଲ ଥିଲା। ହସମତୁଲ୍ଲା ସାହିଦୀ ୨୭ ରନ୍ ଏବଂ ଆଜମୁତୁଲ୍ଲା ଓମାରଜଇ ୨୬ ରନ୍ ସଂଗ୍ରହ କରିଥିଲେ। ମହମ୍ମଦ ନବି ଏବଂ ରସିଦ ଖାନ ୯-୯ ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ପଦାର୍ପଣ କରିଥିବା ଗୁରନୁର ବ୍ରାର୍ ୩ଟି ୱିକେଟ ଅକ୍ତିଆର କରିଥିଲେ। ସେହିପରି ହର୍ଷ ଦୁବେ ମଧ୍ୟ ୩ ୱିକେଟ୍ ନେଇଥିଲେ। ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏବଂ ନିତିଶ କୁମାର ରେଡ୍ଡୀଙ୍କୁ ୨ଟି ଲେଖାଏଁ ୱିକେଟ୍ ମିଳିଥିଲା।

୧୯୫ ରନକୁ ପିଛା କରୁଥିବାବେଳେ ଭାରତ ଭଲ ଆରମ୍ଭ କରିଥିଲା । ଗିଲ ନିରନ୍ତର ଭାବେ ସ୍କୋର କରି ଚାଲିଥିବାବେଳେ ସାଥ୍ ଦେଇଥିଲେ ଅଭିଜ୍ଞ ରୋହିତ ଶର୍ମା । ରୋହିତ ଶର୍ମା ମାତ୍ର ୧୬ ରନ କରିବାରେ ସକ୍ଷମ ହୋଇଥିଲେ । ପରେ କେଏଲ୍ ରାହୁଲ ଅପରାଜିତ ୩୯ ରନ୍ କରିଥିଲେ, ଯେଉଁଥିରେ ସେ ୪ଟି ଚୌକା ଏବଂ ୩ଟି ଛକା ସାମିଲ କରିଥିଲେ। ରୋହିତ ଶର୍ମା ୧୬ ରନ୍, ଈଶାନ କିଶନ ୩୪ ରନ୍ ଏବଂ ଶ୍ରେୟସ ଆୟର ୧୨ ରନ୍ କରିଥିଲେ।

ଏହାସହ ପଢ଼ନ୍ତୁ : India Alcohol Market: ସାରା ବିଶ୍ବରେ ହ୍ରାସ ପାଇବ ମଦ ବିକ୍ରି, ଭାରତରେ ବଢ଼ିବ ଚାହିଦା