ଅହମ୍ମଦାବାଦ,୨୬/୦୫: ଦେଶ ବିଭାଜନ ପରେ ଜନ୍ମ ହୋଇଥିବା ଦେଶ (ପାକିସ୍ତାନ)ର ଗୋଟିଏ ମାତ୍ର ଲକ୍ଷ୍ୟ ଭାରତ ସହ ଶତ୍ରୁତା । ତାର ଲକ୍ଷ୍ୟ ସବୁବେଳେ ଭାରତକୁ କ୍ଷତି ପହଞ୍ଚାଇବା । କିନ୍ତୁ ଆମ ଲକ୍ଷ୍ୟ ଦାରିଦ୍ର୍ୟ କମାଇବା । ଅର୍ଥନୀତିକୁ ଆଗକୁ ନେବା । ଉନ୍ନତୀ ଆଣିବା । ଆମ ରକ୍ତ ଗରମ ହୋଇଯାଏ ଯେବେ ଆତଙ୍କୀ ନରସଂହାର କରନ୍ତି । ଆତଙ୍କୀ କେବେ ସ୍ୱପ୍ନରେ ଭାରି ନଥିଲେ ମୋଦି ସହ ପଙ୍ଗା ନେବା କେତେ ଭୟଙ୍କର ହୋଇପାରେ । ଗୁଜରାଟର ଦାହୋଦ ଗସ୍ତ କରି ଜନସଭାକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ରାଜ୍ୟବାସୀଙ୍କୁ ୮୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ।

ଜନସଭାରେ ଅପରେସନ୍ ସିନ୍ଦୂର ବାବଦରେ କହି ରଣହୁଙ୍କାରେ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ''ଯେବେ ପାକିସ୍ତାନ ସେନା ଦୁଃସାହସ କରିଥିଲା ତେବେ ଆମ ସେନା ପାକିସ୍ଥାନକୁ ଧୂଳି  ଚଟାଇ ଦେଇଥିଲେ । ପହଲଗାମରେ ପିଲାଙ୍କ ସାମ୍ନାକୁ ବାପାଙ୍କୁ ଗୁଳି ମାରିଥିଲେ ଆତଙ୍କୀ । ସେହି ଫଟୋ ଦେଖି ଆମ ରକ୍ତ ଗରମ ହୋଇଯାଇଥିଲା । ୧୪୦ କୋଟି ଭାରତୀୟ ଚ୍ୟାଲେଞ୍ଜ କରିଥିଲେ ଆତଙ୍କୀ । ମୋଦି ତାହା କରିଥିଲା ଯେଉଁଥିପାଇ ତୁମେ ମୋତେ ପ୍ରଧାନସେବକ କରିଛି । ଆମେ ୯ ଆତଙ୍କୀ ଆଡ୍ଡାରେ ଟାର୍ଗେଟ କରିଥିଲୁ । ୨୨ ମିନିଟ୍‌ରେ ତାକୁ ମାଟିରେ ମିଶାଇ ଦେଲୁ । ଯେବେ କିଏ ଆମ ଭଉମୀଙ୍କ ସିନ୍ଦୂର ମାଟିରେ ମିଶାଇବ ତେବେ ସେ ମାଟିରେ ମିଶିବା ନିଶ୍ଚିନ୍ତ ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି,'' ଆଜି ମେ ୨୬ । ୨୦୧୪ ଆଜିର ଦିନରେ ମୁଁ ଶପଥ ନେଇଥିଲି। କେନ୍ଦ୍ରରେ ଏନଡ଼ିଏ ସରକାରକୁ ଆଜି ୧୧ ବର୍ଷ ପୂରଣ ହୋଇଛି । ପ୍ରଥମେ ଗୁଜରାଟବାସୀ ଆର୍ଶୀବାଦ ଦେଇଥିଲେ । ଏହାପରେ ଦେଶବାସୀଙ୍କ ସମର୍ଥନ ମିଳିଥିଲା । ୧୪୦ କୋଟି ଭାରତୀୟ ଦେଶକୁ ବିକଶିତ କରିବାକୁ କାମ କରୁଛନ୍ତି । ସାମ୍ପ୍ରତିକ ବର୍ଷଗୁଡ଼ିକରେ ଦେଶ ଅନେକ ଅକଳ୍ପନୀୟ, ଅଦ୍ଭୂତପୂର୍ବ ନିଷ୍ପତ୍ତି ନେଇଛି । ଏହି ୧୧ ବର୍ଷ ଅନେକ ଐତିହାସିକ ନିଷ୍ପତ୍ତି ହୋଇଛି ।'' ଗୁଜରାଟର ଦାହୋଦ ଗସ୍ତ କରି ଜନସଭାକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟବାସୀଙ୍କୁ ୮୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି । ସେଥିରେ ୨୪ ହଜାର କୋଟିର ରେଳ ପ୍ରକଳ୍ପ ରହିଛି ।