ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଗୁଜରାଟରେ ପ୍ରଧାନମନ୍ତ୍ରୀ; କହିଲେ ଆତଙ୍କୀ ସ୍ୱପ୍ନରେ ଭାବି ନଥିବେ କି ମୋଦି ସହ ପଙ୍ଗା ନେବା କେତେ ଭୟଙ୍କର ହୋଇପାରେ...

Published By : Ankita S | May 26, 2025 2:13 PM

ଅହମ୍ମଦାବାଦ,୨୬/୦୫: ଦେଶ ବିଭାଜନ ପରେ ଜନ୍ମ ହୋଇଥିବା ଦେଶ (ପାକିସ୍ତାନ)ର ଗୋଟିଏ ମାତ୍ର ଲକ୍ଷ୍ୟ ଭାରତ ସହ ଶତ୍ରୁତା । ତାର ଲକ୍ଷ୍ୟ ସବୁବେଳେ ଭାରତକୁ କ୍ଷତି ପହଞ୍ଚାଇବା । କିନ୍ତୁ ଆମ ଲକ୍ଷ୍ୟ ଦାରିଦ୍ର୍ୟ କମାଇବା । ଅର୍ଥନୀତିକୁ ଆଗକୁ ନେବା । ଉନ୍ନତୀ ଆଣିବା । ଆମ ରକ୍ତ ଗରମ ହୋଇଯାଏ ଯେବେ ଆତଙ୍କୀ ନରସଂହାର କରନ୍ତି । ଆତଙ୍କୀ କେବେ ସ୍ୱପ୍ନରେ ଭାରି ନଥିଲେ ମୋଦି ସହ ପଙ୍ଗା ନେବା କେତେ ଭୟଙ୍କର ହୋଇପାରେ । ଗୁଜରାଟର ଦାହୋଦ ଗସ୍ତ କରି ଜନସଭାକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ରାଜ୍ୟବାସୀଙ୍କୁ ୮୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ।

ଜନସଭାରେ ଅପରେସନ୍ ସିନ୍ଦୂର ବାବଦରେ କହି ରଣହୁଙ୍କାରେ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ''ଯେବେ ପାକିସ୍ତାନ ସେନା ଦୁଃସାହସ କରିଥିଲା ତେବେ ଆମ ସେନା ପାକିସ୍ଥାନକୁ ଧୂଳି  ଚଟାଇ ଦେଇଥିଲେ । ପହଲଗାମରେ ପିଲାଙ୍କ ସାମ୍ନାକୁ ବାପାଙ୍କୁ ଗୁଳି ମାରିଥିଲେ ଆତଙ୍କୀ । ସେହି ଫଟୋ ଦେଖି ଆମ ରକ୍ତ ଗରମ ହୋଇଯାଇଥିଲା । ୧୪୦ କୋଟି ଭାରତୀୟ ଚ୍ୟାଲେଞ୍ଜ କରିଥିଲେ ଆତଙ୍କୀ । ମୋଦି ତାହା କରିଥିଲା ଯେଉଁଥିପାଇ ତୁମେ ମୋତେ ପ୍ରଧାନସେବକ କରିଛି । ଆମେ ୯ ଆତଙ୍କୀ ଆଡ୍ଡାରେ ଟାର୍ଗେଟ କରିଥିଲୁ । ୨୨ ମିନିଟ୍‌ରେ ତାକୁ ମାଟିରେ ମିଶାଇ ଦେଲୁ । ଯେବେ କିଏ ଆମ ଭଉମୀଙ୍କ ସିନ୍ଦୂର ମାଟିରେ ମିଶାଇବ ତେବେ ସେ ମାଟିରେ ମିଶିବା ନିଶ୍ଚିନ୍ତ ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି,'' ଆଜି ମେ ୨୬ । ୨୦୧୪ ଆଜିର ଦିନରେ ମୁଁ ଶପଥ ନେଇଥିଲି। କେନ୍ଦ୍ରରେ ଏନଡ଼ିଏ ସରକାରକୁ ଆଜି ୧୧ ବର୍ଷ ପୂରଣ ହୋଇଛି । ପ୍ରଥମେ ଗୁଜରାଟବାସୀ ଆର୍ଶୀବାଦ ଦେଇଥିଲେ । ଏହାପରେ ଦେଶବାସୀଙ୍କ ସମର୍ଥନ ମିଳିଥିଲା । ୧୪୦ କୋଟି ଭାରତୀୟ ଦେଶକୁ ବିକଶିତ କରିବାକୁ କାମ କରୁଛନ୍ତି । ସାମ୍ପ୍ରତିକ ବର୍ଷଗୁଡ଼ିକରେ ଦେଶ ଅନେକ ଅକଳ୍ପନୀୟ, ଅଦ୍ଭୂତପୂର୍ବ ନିଷ୍ପତ୍ତି ନେଇଛି । ଏହି ୧୧ ବର୍ଷ ଅନେକ ଐତିହାସିକ ନିଷ୍ପତ୍ତି ହୋଇଛି ।'' ଗୁଜରାଟର ଦାହୋଦ ଗସ୍ତ କରି ଜନସଭାକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟବାସୀଙ୍କୁ ୮୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି । ସେଥିରେ ୨୪ ହଜାର କୋଟିର ରେଳ ପ୍ରକଳ୍ପ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.