ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ସମ୍ବିଧାନ ନିର୍ମାତାଙ୍କୁ ମନେ ପକାଇଲେ

Published By : Ankita S | January 26, 2025 8:49 AM

ନୂଆଦିଲ୍ଲୀ,୨୬/୦୧: ବିଶ୍ବର ବଡ ଗଣତାନ୍ତ୍ରିକ ଦେଶ ଭାରତ ଆଜି ୭୬ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ଫରଫର ହୋଇ ଉଡୁଛି ତ୍ରିରଙ୍ଗା ବଖାଣୁଛି ଶୌର୍ଯ୍ୟ ବୀରତ୍ବର ଗାଧା । ପବନ ସୁଅରେ ଭାସି ଆସୁଛି ବନ୍ଦେ ମାତରମ୍ ଜୟ ହିନ୍ଦ ଧ୍ବନୀ । ଏହି ଦିନକୁ ନେଇ ସବୁଠି ଆନନ୍ଦ, ଉତ୍ସାହ ଓ ଉଲ୍ଲାସ । ଏହି ପବିତ୍ର ଦିନରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ।

ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି, ' ଗଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ଶୁଭକାମନା । ଆଜି ଆମେ ଆମର ଗୌରବଶୀଳ ଗଣତନ୍ତ୍ରର ୭୬ତମ ଦିବସ ପାଳନ କରୁଛୁ । ଏହି ଅବସରରେ ଆମ ସମ୍ବିଧାନକୁ ପ୍ରସ୍ତୁତ କରି କରି ଆମର ବିକାଶ ଯାତ୍ରାକୁ ଲୋକତନ୍ତ୍ର, ଗରିମା ଓ ଏକତା ଉପରେ ଆଧାରିତ ଯାତ୍ରାକୁ ସୁନିଶ୍ଚିନ୍ତ କରିଥିଲେ ସେ ସମସ୍ତ ମହାନ୍ ବ୍ୟକ୍ତିଙ୍କୁ ପ୍ରଣାମ । ଏହି ରାଷ୍ଟ୍ରୀୟ ଉତ୍ସବ ଆମ ସମ୍ବିଧାନର ମୂଲ୍ୟକୁ ସଂରକ୍ଷିତ କରିବା ସହିତ ଏକ ସଶକ୍ତ ଏବଂ ସମୃଦ୍ଧ ଭାରତ ତିଆରି କରିବା ଦିଗରେ ଆମର ପ୍ରୟାସକୁ ଅଧିକ ମଜବୁତ କରୁ ଏହା ହିଁ କାମନା ।

ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇ ଏକ୍ସରେ କହିଛନ୍ତି, ସମସ୍ତ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଅଭିନନ୍ଦନ । ଗଣତନ୍ତ୍ର ଦିବସ ଭାରତ ସମ୍ବିଧାନର ସର୍ବଭୌମିକ ମୂଲ୍ୟ ପ୍ରତି ଆସ୍ଥା, ସାମାଜିକ ସମାନତା ପ୍ରତି ଦୃଢତା ଏବଂ ଲୋକତନ୍ତ୍ର ପ୍ରତି ସମର୍ପଣର ପ୍ରତୀକ । ଏହି ଶୁଭ ଅବସରରେ ସମସ୍ତ ସ୍ବତନ୍ତ୍ର ସେନା ଓ ମଜବୁତ ଗଣତନ୍ତ୍ରର ମୂଳଦୁଆ ପକାଇଥିବା ସମସ୍ତ ସମ୍ବିଧାନ ନିର୍ମାତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଆସନ୍ତୁ ଏହି ଗଣତନ୍ତ୍ର ଦିବସରେ ବିକଶିତ ଭାରତ ଓ ଆତ୍ମନିର୍ଭର ଭାରତ ନିର୍ମାଣରେ ଆଗେଇ ଆସି ଯୋଗ ଦାନ ଦେବାକୁ ସଂକଳ୍ପ ନେବା ।

ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି,ଦେଶବାସୀଙ୍କୁ ପବିତ୍ର ଗଣତନ୍ତ୍ର ଦିବସର ଶୁଭେଚ୍ଛା । ଏହି ଦିନ ଆମକୁ ଆମ ଲୋକତନ୍ତ୍ରିକ ମୂଲ୍ୟ, ସମ୍ବିଧାନର ମହତ୍ବ ଓ ସ୍ବତନ୍ତ୍ରତା  ସେନାଙ୍କ ବଳିଦାନ ମନେ ପଡିଥାଏ । ଗଣତନ୍ତ୍ର ଦିବସ ଐତିହାସିକ ଅବସରରେ ମୁଁ ଭାରତ ମାତାର ବୀର ସନ୍ତାନ, ସମ୍ବିଧାନ ନିର୍ମାତା ଏବଂ ରାଷ୍ଟ୍ରଭକ୍ତଙ୍କୁ ପ୍ରଣାମ ଜଣାଉଛି । ତାଙ୍କର ସାହସ, ସଂଘର୍ଷ ଓ ସମର୍ପଣ ପାଇଁ ଆମକୁ ସ୍ବତନ୍ତ୍ର ଗଣରାଷ୍ଟ୍ର ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.