ନୂଆଦିଲ୍ଲୀ,୧୦/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଏକ ବଡ଼ ଘୋଷଣା କରିବାକୁ ପ୍ରସ୍ତୁତ ଥିବା ଜଣାପଡ଼ିଛି। ଭାରତରେ ଅଷ୍ଟ୍ରେଲିୟ ଟି-୨୦ ଲିଗ୍, ବିଗ୍ ବ୍ୟାଶ୍ ଲିଗ୍ ୨୦୨୬-୨୭ (ବିବିଏଲ୍ ୨୦୨୬-୨୭)ର ମ୍ୟାଚ୍ ଆୟୋଜନ କରିବା ନେଇ ଆଲୋଚନା ଜୋର ଧରିଛି। ପ୍ରଧାନମନ୍ତ୍ରୀ ମୋଦୀ ଅଷ୍ଟ୍ରେଲିଆରୁ ଏକ ଆନୁଷ୍ଠାନିକ ଘୋଷଣା କରି ପ୍ରଶଂସକମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ଦେଇପାରନ୍ତି। ଏହି ପରିପ୍ରେକ୍ଷିରେ ପ୍ରଥମ ଥର ପାଇଁ ଭାରତ ମାଟିରେ କୌଣସି ଅଷ୍ଟ୍ରେଲିୟ ଟି-୨୦ ଲିଗ୍ ମ୍ୟାଚ୍ ଖେଳା ହେବାକୁ ଯାଉଛି।
ଆଗାମୀ BBL ସିଜିନର ପ୍ରଥମ ମ୍ୟାଚ୍ ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହା ବିଗ୍ ବ୍ୟାସ୍ ଲିଗ୍ର ଲୋକପ୍ରିୟତାକୁ ଆହୁରି ବୃଦ୍ଧି କରିବ। ଆଇପିଏଲ୍ ପରେ, ବିଗ୍ ବ୍ୟାସ୍ ଲିଗ୍କୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଟି-୨୦ ଲିଗ୍ ଭାବରେ ବିବେଚନା କରାଯାଏ। ଦୀର୍ଘ ଆଲୋଚନା ପରେ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଏବଂ ତାମିଲନାଡୁ କ୍ରିକେଟ୍ ସଂଘ ମ୍ୟାଚ୍ ପାଇଁ ଅନୁମତି ପ୍ରଦାନ କରିଥିଲେ। କ୍ରିକେଟ୍ ଅଷ୍ଟ୍ରେଲିଆର ଏକ ପ୍ରତିନିଧି ଦଳ ଆଇପିଏଲ୍ ୨୦୨୬ରେ ଚେନ୍ନାଇ ସୁପର କିଙ୍ଗସର ଅନ୍ତିମ ଘରୋଇ ମ୍ୟାଚ୍ ଦେଖିବା ପାଇଁ ଏମ.ଏ ଚିଦାମ୍ବରମ ଷ୍ଟାଡିୟମ୍ ପରିଦର୍ଶନ କରିଥିଲେ। ବିସିସିଆଇ ଅଧ୍ୟକ୍ଷ ମିଥୁନ୍ ମନ୍ହାସ୍ ମଧ୍ୟ ଉପସ୍ଥିତ ଥିଲେ।
କ୍ରିଡ଼ା ସମ୍ପର୍କିତ ଖବର ପଢ଼ନ୍ତୁ: ICC Test Rankings: ଶତକ ପରେ ଏହି ସ୍ଥାନରେ ପହଞ୍ଚିଲେ ଗିଲ୍
ସରକାରଙ୍କ ସହ ଆଲୋଚନା ଜାରି ରହିଛି:
ଏବେ ମଧ୍ୟ ଅନେକ ଲଜିଷ୍ଟିକ୍ ବାଧାର ସମାଧାନ କରିବାକୁ ବାକି ଅଛି। ମ୍ୟାଚ୍ ନିଶ୍ଚିତ ହେବା ପୂର୍ବରୁ ସରକାରୀ ଆଲୋଚନା ଚାଲିଛି। 7 Cricket ର ସାମ୍ବାଦିକ ଟମ୍ ମୋରିସ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଚେନ୍ନାଇରେ ପ୍ରଥମ ବିବିଏଲ ମ୍ୟାଚ୍ ଆନୁଷ୍ଠାନିକ ଭାବରେ ଘୋଷଣା କରିବାକୁ ଯାଉଛନ୍ତି। ଏହା ମଧ୍ୟ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ୮ ରୁ ୧୦ ଜୁଲାଇ ମଧ୍ୟରେ ଅଷ୍ଟ୍ରେଲିଆର ସିଡନୀରେ ରହିବେ। ଏହା ଦେଖିବା ଆକର୍ଷଣୀୟ ହେବ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ BBL ମ୍ୟାଚ୍ ସମ୍ପର୍କରେ କୌଣସି ଘୋଷଣା କରୁଛନ୍ତି କି ନାହିଁ।
Indian PM @narendramodi is expected to be in Sydney July 8-10. And it is there and then he is set to formally announce the first game of the BBL season in Chennai.
— Tom Morris (@tommorris32) June 10, 2026
The match will likely begin at 8.30-9pm AEST, which is mid afternoon in Chennai. @7Cricket @SEN_Cricket https://t.co/S1aWRLpXi8
ଗତ ସିଜିନରେ ଟାଇଟଲ୍ ଜିତିଥିଲା ପର୍ଥ ସ୍କର୍ଚର୍ସ:
ଗତ ସିଜନରେ, ଆଷ୍ଟନ୍ ଟର୍ନରଙ୍କ ଅଧିନାୟକତ୍ୱରେ ପର୍ଥ ସ୍କର୍ଚର୍ସ ଫାଇନାଲରେ ସିଡନୀ ସିକ୍ସର୍ସକୁ ୬ ୱିକେଟରେ ପରାସ୍ତ କରି ଟାଇଟଲ ଜିତିଥିଲା। ପ୍ରଥମେ ବ୍ୟାଟିଂ କରି ସିଡନୀ ୨୦ ଓଭରରେ ୧୩୨ ରନ କରି ଅଲଆଉଟ୍ ହୋଇଥିଲା। ଟାର୍ଗେଟର ପିଛା କରି ପର୍ଥ ସ୍କର୍ଚର୍ସ ୧୭.୩ ଓଭରରେ ୪ ୱିକେଟ ହରାଇ ୧୩୩ ରନ କରିଥିଲା।
ସୂଚନାଥାଉକି, ଭାରତର ଆଇପିଏଲ୍ ଭଳି ବିଗ୍ ବାସ୍ ଲିଗ୍ ବା ବିବିଏଲ୍ (BBL) ହେଉଛି ଅଷ୍ଟ୍ରେଲିଆର ଏକ ବହୁତ ଲୋକପ୍ରିୟ ଏବଂ ପ୍ରମୁଖ ଟି୨୦ କ୍ରିକେଟ୍ ଲିଗ୍। ପ୍ରଥମ ଥର ପାଇଁ କୌଣସି ବିଦେଶୀ ଟି ୨୦ ଫ୍ରାଞ୍ଚାଇଜ୍ ଲିଗ୍ ମ୍ୟାଚ୍ ଭାରତର ଚେନ୍ନାଇରେ ଆୟୋଜନ କରିବାକୁ ଯୋଜନା କରାଯାଉଛି।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: BCCI Announces: ଓ୍ବାନଡେ’ ସିରିଜ୍ ପାଇଁ ରୋହିତ୍ ଏବଂ ପାଣ୍ଡ୍ୟା ଫିଟ୍; ଖେଳିବେ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ୍