ମୁମ୍ବାଇ, ୧୦/୦୬: ଆଫଗାନିସ୍ତାନ ବିରୋଧରେ ଦିନିକିଆ ଶୃଙ୍ଖଳା ଖେଳିବେ ହାର୍ଦ୍ଦିକ୍ ଏବଂ ରୋହିତ୍ । ଆଇପିଏଲରେ ଆହତ ହୋଇଥିବା ଦୁଇ ଖେଳାଳି ଓ୍ବାନଡେ’ ସିରିଜ୍ ପୂର୍ବରୁ ଫିଟ୍ ହୋଇଛନ୍ତି । ସେଣ୍ଟର ଅଫ୍ ଏକ୍ସଲେନ୍ସ ହାର୍ଦ୍ଦିକ୍ ପାଣ୍ଡ୍ୟା ଏବଂ ରୋହିତ ଶର୍ମାଙ୍କୁ କ୍ଲିୟରାନ୍ସ ଦେବା ପରେ ବିସିସିଆଇ ସେମାନଙ୍କୁ ଫିଟ୍ ଘୋଷଣା କରିଛି । ଆସନ୍ତା ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ସିରିଜରେ ଦୁଇ ଖେଳାଳି ଉପଲବ୍ଧ ରହିବେ ।
ସୂଚନା ଅନୁଯାୟୀ, ପିଠିରେ ମାଂସପେଶୀରେ ସମସ୍ୟା କାରଣରୁ ପାଣ୍ଡ୍ୟା ଏକାଧିକ ଆଇପିଏଲ ମ୍ୟାଚରୁ ବାଦ୍ ପଡ଼ିଥିଲେ । ଜୁନ୍ ୨ ତାରିଖରୁ ସେ ସିଓଇରେ ୟୋଗ ଦେଇଥିଲେ । ଏବେ ବିନା ବାଧାରେ ୧୦ ଓଭର ବୋଲିଂ କରିପାରୁଛନ୍ତି । ସିଓଇର ସ୍ପୋର୍ଟସ୍ ସାଇନ୍ସ ଟିମ୍ ଫିଟନେସକୁ ସବୁଜ ସଙ୍କେତ ଦେଇଛି । ଫଳରେ ଶନିବାର ଠାରୁ ଧର୍ମଶାଳାରେ ଆରମ୍ଭ ହେଉଥିବା ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ସେ ଯୋଗ୍ୟ ହୋଇଛନ୍ତି । ବେଙ୍ଗାଲୁରୁ ସ୍ଥିତ ସିଓଇରେ ସାମିଲ୍ ହେବା ପୂର୍ବରୁ ହାର୍ଦ୍ଦିକ୍ କିଛି ଦିନ ବିଦେଶରେ କଟାଇଥିଲେ । ବିଶେଷ କରି ପାଣ୍ଡ୍ୟା ତାଙ୍କ କୋଟାର ୧୦ ଓଭର ବୋଲିଂ କରିପାରୁଥିବାରୁ ଭାରତୀୟ ଦଳ ଆଶାବାଦୀ ରହିଛି । ସେହିପରି ରୋହିତ୍ ଶର୍ମା ମଧ୍ୟ ଆଫଗାନିସ୍ତାନ ସିରିଜ୍ ପାଇଁ ଫିଟ୍ ହୋଇଛନ୍ତି । ସେ ଆଇପିଏଲରେ ଆହତ ହୋଇ କିଛି ମ୍ୟାଚ୍ ଖେଳି ପାରିନଥିଲେ । ଏବେ ହିଟ୍ ମ୍ୟାନ୍ ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇଥିବା ବିସିସିଆଇ ଘୋଷଣା କରିଛି । ...
ଅଧିକ ପଢନ୍ତୁ- ICC Test Rankings: ଶତକ ପରେ ଏହି ସ୍ଥାନରେ ପହଞ୍ଚିଲେ ଗିଲ୍