ପ୍ରମୂଖ ଖବର
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବନ୍ତାରା ଓ୍ବାଇଲ୍ଡ ଲାଇଫ୍‌ ଉଦଘାଟନ କଲେ ପିଏମ ମୋଦୀ, ବିଭିନ୍ନ ଶାବକଙ୍କୁ ପିଆଇଲେ କ୍ଷୀର, ବନ୍ୟପ୍ରାଣୀଙ୍କ ସହ ବିତାଇଲେ ସମୟ...

Published By : Ladu Kishor | March 4, 2025 4:51 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ଏକ ବନ୍ୟପ୍ରାଣୀ ଉଦ୍ଧାର, ପୁନର୍ବାସ ଏବଂ ସଂରକ୍ଷଣ କେନ୍ଦ୍ର ବନ୍ତାରାର ଉଦଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବନ୍ତାରାର ବିଭିନ୍ନ ସୁବିଧା ଯାଞ୍ଚ କରିଥିଲେ। ଗୁଜରାଟରେ ତିଆରି ହୋଇଥିବା ବନ୍ତାରା ସଂରକ୍ଷଣ କେନ୍ଦ୍ର ଦୁଇ ହଜାରରୁ ଅଧିକ ପ୍ରଜାତି ଏବଂ ଦେଢ ଲକ୍ଷରୁ ଅଧିକ ଉଦ୍ଧାର କରାଯାଇଥିବା ପ୍ରାଣୀ ମାନଙ୍କର ଆବାସ ସ୍ଥଳ। ପ୍ରଧାନମନ୍ତ୍ରୀ ମୋଦୀ ବନ୍ତାରା ସଂରକ୍ଷଣ କେନ୍ଦ୍ରର ଉତ୍କୃଷ୍ଟ ପଶୁ ଚିକିତ୍ସା ସୁବିଧା ଏବଂ ବିରଳ ପ୍ରଜାତି ବିଷୟରେ ସୂଚନା ନେଇଥିଲେ। ସେ ପଶୁମାନଙ୍କ ଉପରେ ଅସ୍ତ୍ରୋପଚାର ହେଉଥିବା ମଧ୍ୟ ଦେଖିଛନ୍ତି । ତେବେ ବନ୍ତାରା ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ସିଂହ, ବାଘ, ଜିରାଫ, ହାତୀ ଏବଂ ଶୁକପକ୍ଷୀ ସମେତ ଅନେକ ପ୍ରାଣୀଙ୍କ ସହିତ ସମୟ ବିତାଇଥିଲେ।

ପ୍ରଧାନମନ୍ତ୍ରୀ ମୋଦି ଏଠାରେ ବିଭିନ୍ନ ପ୍ରଜାତିର ଛୁଆ ମାନଙ୍କୁ କ୍ଷୀର ଖୁଆଇଥିଲେ। ସେ ଯେଉଁ ଛୁଆମାନଙ୍କ ସହିତ ସମୟ ବିତାଇଥିଲେ ସେମାନଙ୍କ ମଧ୍ୟରେ ଏସିଆଟିକ୍ ଛୁଆ, ଧଳା ସିଂହ, କାରାକଲ ଛୁଆ ଏବଂ ମେଘୁଆ ଚିତାବାଘ ଛୁଆ ଅନ୍ତର୍ଭୁକ୍ତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଧଳା ସିଂହ ଛୁଆକୁ ଖାଇବାକୁ ଦେଉଥିଲେ, ତାହାର ମାଆକୁ ଉଦ୍ଧାର କରାଯାଇ ବନ୍ତାରାକୁ ଅଣାଯାଇଥିଲା। ଭାରତରେ କାରାକାଲ ସିଂହ ପୂର୍ବରୁ ବହୁତ ସଂଖ୍ୟାରେ ଥିଲେ, କିନ୍ତୁ ଏବେ ସେମାନେ ବିରଳ ହୋଇଯାଉଛନ୍ତି। ବନ୍ତାରାରେ କାରାକାଲ ସିଂହ ମାନଙ୍କର ପ୍ରଜନନ ପରେ, ସେମାନଙ୍କୁ ଜଙ୍ଗଲରେ ଛାଡି ଦିଆଯାଏ।

ପ୍ରଧାନମନ୍ତ୍ରୀ ମୋଦୀ ହସ୍ପିଟାଲର MRI ରୁମ୍ ପରିଦର୍ଶନ କରିଥିଲେ ଏବଂ ଏକ ଏସିଆଟିକ୍ ସିଂହର MRI ଦେଖିଥିଲେ। ଏହା ବ୍ୟତୀତ, ସେ ଅପରେସନ୍ ଥିଏଟର ମଧ୍ୟ ପରିଦର୍ଶନ କରିଥିଲେ, ଯେଉଁଠାରେ ଏକ ଚିତାବାଘର ଅସ୍ତ୍ରୋପଚାର କରାଯାଉଥିଲା। ଏହି ଚିତାବାଘଟି ହାଇୱେରେ ଏକ କାର ଦ୍ୱାରା ଧକ୍କା ପାଇଥିଲା, ପରେ ଏହାକୁ ଉଦ୍ଧାର କରାଯାଇ ବନ୍ତାରାକୁ ଅଣାଯାଇଥିଲା। ସେହିପରି ଅନ୍ୟ ସ୍ଥାନରୁ ଉଦ୍ଧାର ହୋଇଥିବା ପଶୁ ମାନଙ୍କୁ ମଧ୍ୟ ବନ୍ତାରାରେ ସ୍ଥାନ ମିଳିଥାଏ। ପ୍ରଧାନମନ୍ତ୍ରୀ ମୋଦୀ ଏହି ସମୟ ମଧ୍ୟରେ ଆହୁରି ଅନେକ ପ୍ରଜାତିର ବନ୍ୟପ୍ରାଣୀଙ୍କୁ ଭେଟିଛନ୍ତି। 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.