ନୂଆଦିଲ୍ଲୀ, ୨୮/୦୨; କିଶୋରୀଙ୍କ ପାଇଁ ବରଦାନ ହେବ HPV । ରାଜସ୍ଥାନର ଆଜମେରରେ HPV ଟିକାକରଣ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସର୍ଭାଇକାଲ କ୍ୟାନ୍ସର ମୁକାବିଲା ପାଇଁ ୯-୧୪ ବର୍ଷର ବାଳିକାଙ୍କୁ ଟିକା ଦିଆଯିବ । ପ୍ରଥମ ଡୋଜ ପରବର୍ତ୍ତୀ ୩ ଡୋଜ ମଧ୍ୟରେ ବର୍ଷେ ଅନ୍ତରାଳ ରହିଛି । କାୟାଦ ରେଷ୍ଟ ହାଉସରୁ ଟିକାକରଣ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

HPV ଟୀକାକରଣ ଅଭିଯାନ- ଦେଶରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ସର୍ଭାଇକାଲ୍ କ୍ୟାନ୍ସର ବା ଗର୍ଭାଶୟ ମୁଖ କର୍କଟରୁ ଦେଶର ଝିଅମାନଙ୍କୁ ସୁରକ୍ଷିତ ରଖିବା ପାଇଁ  ଭାରତରେ HPV ଅର୍ଥାତ୍ ହ୍ୟୁମାନ ପାପିଲୋମା ଭାଇରସ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅଭିଯାନ ଅଧୀନରେ ସରକାର ପ୍ରତିବର୍ଷ ପ୍ରାୟ ୧.୧୫ କୋଟି ୧୪ ବର୍ଷର କିଶୋରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଏହି ଟିକା ପ୍ରଦାନ କରିବେ । ସରକାରୀ ଡାକ୍ତରଖାନାରେ ଏହି ଟିକା ଉପଲବ୍ଧ ହେବ । ସ୍ୱେଚ୍ଛାକୃତ ଭାବେ ଦିଆଯାଉଥିବା ଏହି ଟିକାକରଣ 'ସ୍ୱସ୍ଥ ନାରୀ, ସଶକ୍ତ ରାଷ୍ଟ୍ର' ସଂକଳ୍ପକୁ ଆହୁରି ମଜବୁତ କରିବ । ମହିଳାମାନଙ୍କ ମଧ୍ୟରେ କର୍କଟ ସମ୍ପର୍କିତ ରୋଗର ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ, ଏବଂ ଏହା ସାରା ଦେଶରେ ଝିଅ ଏବଂ ମହିଳାଙ୍କ ଦୀର୍ଘକାଳୀନ ସ୍ୱାସ୍ଥ୍ୟକୁ ସୁରକ୍ଷା ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ ।

​​​​​​​କାହିଁକି ଜରୁରୀ ଏହି ଟିକା ? ଭାରତରେ ମହିଳାମାନଙ୍କ ମଧ୍ୟରେ ଦେଖାଯାଉଥିବା କର୍କଟ ମଧ୍ୟରେ ଅଧିକାଂଶ ସର୍ଭାଇକାଲ କ୍ୟାନ୍ସରରେ ପୀଡ଼ିତ । ଦେଶରେ ପ୍ରତିବର୍ଷ ପ୍ରାୟ ୮୦ ହଜାର ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ୪୨ ହଜାରରୁ ଅଧିକ ମହିଳାଙ୍କ ମୃତ୍ୟୁ ଘଟୁଛି । ଡାକ୍ତରଙ୍କ ଅନୁଯାୟୀ, HPV ଭାଇରସ ବିଶେଷ କରି ଟାଇପ୍ ୧୬ ଏବଂ ୧୮ ଯୋଗୁଁ ଏହି କର୍କଟ ହୋଇଥାଏ । ସଠିକ୍ ସମୟରେ ଟିକାକରଣ ଏବଂ ଯାଞ୍ଚ ଦ୍ୱାରା ଏହି ମାରାତ୍ମକ ରୋଗକୁ ରୋକାଯାଇପାରିବ ।