ନୂଆଦିଲ୍ଲୀ,୩୦/୦୫; ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ)କୁ କଡ଼ା ଭର୍ତ୍ସନା କରିଛନ୍ତି । ଏକାଧିକ ନିରୀକ୍ଷଣ ବ୍ୟବସ୍ଥା, ତଦାରଖ କମିଟି ଥାଇ ବି କିଭଳି ଏପରି ବଡ଼ ଧରଣର ଉଲ୍ଲଂଘନ ହେଲା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । କେନ୍ଦ୍ରୀୟ ଲୋକସେବା ଆୟୋଗ ବା ୟୁପିଏସସି ସହ ଏନଟିଏକୁ ତୁଳନା କରି ସୁପ୍ରିମକୋର୍ଟ କହିଛନ୍ତି, ଦେଶର ଏହି ପ୍ରମୁଖ ସିଭିଲ ସର୍ଭିସେସ୍ ପରୀକ୍ଷାରେ କେବେ ବି ଏଭଳି ଘଟଣା ଘଟିନାହିଁ । ୟୁପିଏସସିଠାରୁ ଏନଟିଏ ଶିକ୍ଷା ନେବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜେ ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି ସଲିସିଟର ଜେନେରାଲ ତୁଷାର ମେହତା । ସୁପ୍ରିମକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ବୟାନ ପରେ ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟାର୍ଗେଟ କରିଛନ୍ତି । କଟାକ୍ଷ କରି ଏକ୍ସରେ ଲେଖିଛନ୍ତି, ପିଏମ୍ ମୋଦି ବି ନିଟ୍ ପେପର ଲିକ୍ ଉପରେ ବ୍ୟକ୍ତିଗତ ଭାବରେ ନଜର ରଖିଛନ୍ତି । '' ରାହୁଲ ଗାନ୍ଧୀଙ୍କ ଏହି ବୟାନକୁ ନେଇ ବିଜେପି ଦାୟିତ୍ୱହୀନ ଏବଂ ଚାଞ୍ଚଲ୍ୟକର ରାଜନୀତି ବୋଲି କହିଛି ।

କ'ଣ କହିଲେ ସୁପ୍ରିମକୋର୍ଟ- ଶୁକ୍ରବାର କେନ୍ଦ୍ର ସରକାର ତଥା ଏନଟିଏ ଏବଂ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡ. କେ. ରାଧାକ୍ରିଷ୍ଣନଙ୍କ ନେତୃତ୍ୱରେ ଗଠିତ ଉଚ୍ଚସ୍ତରୀୟ କମିଟି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା ଶୁଣାଣି ବେଳେ ଯୁକ୍ତି ରଖିଥିଲେ । ମେହତା କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ନିଜେ ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ଉପରେ ନଜର ରଖିଛନ୍ତି । ଯେପରି ଯାଞ୍ଚରେ କୌଣସି ତ୍ରୁଟି ନ ରହିବ । ସରକାର ଏ ବିଷୟକୁ କେତେ ଗୁରୁତ୍ୱର ସହ ନେଉଛନ୍ତି ତାହା ଏଥିରୁ ଜଣାପଡୁଛି ।

ରାହୁଲଙ୍କ ଟାର୍ଗେଟ- ଏହି ବୟାନ ପରେ କଂଗ୍ରେସ ତଥା ଲୋକସଭା ବିରୋଧୀ ଦଳ ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ''ପିଏମ୍ ମୋଦି ନିଟ୍ ପେପର ଲିକର ବି ବ୍ୟକ୍ତଗତ ତଦନ୍ତ କରୁଛନ୍ତି । '' କିଛି ଦିନ ହେବ ରାହୁଲ ଗାନ୍ଧୀ ନିଟ୍ ପେପର ଲିକକୁ ନେଇ କେନ୍ଦ୍ର ସରକାରଙ୍କ ଘେରୁଛନ୍ତି । ଏହା ବ୍ୟତୀୟ ସେ ସିବିଏସଇର ଅନସ୍କ୍ରିନ୍ ମାର୍କିଂ ସିଷ୍ଟମକୁ ନେଇ ଉଠୁଥିବା ବିବାଦକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ ନେତା ଲାଗତାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଜବବା ଦେବାକୁ ଦାବି କରି ଆସୁଛନ୍ତି ।

ଏହା ବି ପଢନ୍ତୁ...NEET UG Retest: ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚାଇବ ବାୟୁସେନା ! ରି-ନିଟ୍ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି    

ଜବାବ ଦେଲା ବିଜେପି- ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ବିଜେପି କଡ଼ା ଜବାବ ଦେଇଛି । ଦଳ କହିଛି, ବିରୋଧୀ ଦଳ ନେତା ଦାୟିତ୍ୱ ଦେଖାଇବା ବଦଳରେ ଚାଞ୍ଚଲ୍ୟ ସୃଷ୍ଟି କରୁଛନ୍ତି । ବିଜେପି ନେତାମାନେ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ ତଥ୍ୟାକୁ ବିକୃତ କରୁଛନ୍ତି ଏବଂ ଏକ ଗମ୍ଭୀର ଛାତ୍ର ପ୍ରସଙ୍ଗକୁ ରାଜନୀତିକରଣ କରୁଛନ୍ତି ।

NEET ପେପର୍ ଲିକ୍ ମାମଲା କ’ଣ ? ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ମେ 3 ତାରିଖରେ ମେଡିକାଲ୍ କଲେଜ ପ୍ରବେଶ ପାଇଁ NEET-UG ପରୀକ୍ଷା କରିଥିଲା। ପେପର୍ ଲିକ୍ ଅଭିଯୋଗ ଆସିବା ପରେ ପରେ ମେ ୧୨ ତାରିଖରେ ପରୀକ୍ଷାକୁ ରଦ୍ଦ କରାଯାଇଥିଲା। ବର୍ତ୍ତମାନ CBI ଏହି ମାମଲାର ତଦନ୍ତ କରୁଛି । ମୋଟ୍ ୧୩ ଜଣଙ୍କୁ ଗିରଫ କରାଯାଇଛି ।