ନୂଆଦିଲ୍ଲୀ,୧୪/୦୨; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ଗସ୍ତ କରିଛନ୍ତି । ତାଙ୍କ ବିମାନ ଚୀନ ସୀମା ଆସାମ ଦିବ୍ରୁଗଡରେ ତିଆରି ହୋଇଥିବା ଏମରଜେନ୍ସିଂ ଲ୍ୟାଣ୍ଡିଂ ଫାସିଲିଟି (ଇଏଲଏଫ)ର ଓହ୍ଲାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ତାଙ୍କୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଦିନିକିଆ ଆସାମ ଗସ୍ତରେ ମୋରମ ବାଇପାସରେ ଏମରଜେନ୍ସିଂ ଲ୍ୟାଣ୍ଡିଂ ଫାସିଲିଟି ସମେତ ବିଭିନ୍ନ ଯୋଜନାର ଉଦଘାଟନ ହୋଇଛି । ଚୀନ ବର୍ଡରେ ଗର୍ଜିଛନ୍ତି ସୁଖୋଇ, ରାଫେଲ ସହ ବାହୁବଳୀ ସି-୧୩୦ । ହାଇୱେରେ ଉଡାଇ ଭରିଛି ଭାରତୀୟ ଯୁଦ୍ଧବିମାନ । ଆସାମ ଦିବ୍ରୁଗଡ଼ ଇଏଲଏଫରେ ଜଲୱା ଦେଖାଇଛି ଫାଇଟର ଜେଟ୍ । ଏହି ପରାକ୍ରମ ଦେଖିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁତ୍ର ନଦୀ ପାର ହୋଇ ଗୌହାଟୀ ଏବଂ ଉତ୍ତର ଗୌହାଟୀକୁ ସଂଯୋଗ କରୁଥିବା କୁମାର ଭାସ୍କର ବର୍ମା ସେତୁର ଉଦଘାଟନ କରିଛନ୍ତି ।

ଚୀନକୁ କଡ଼ା ସନ୍ଦେଶ- ଗତ ୩ ମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ତୃତୀୟ ଆସାମ ଗସ୍ତ । ରାଜ୍ୟରେ କିଛି ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ମୋରନ ବାଇପାସରେ ଫାଇଟର ଏବଂ ଟ୍ରାନ୍ସପୋର୍ଟ ବିମାନ ସହ ହେଲିକପ୍ଟର ଏୟାର ଶୋ ପ୍ରଦର୍ଶିତ ହୋଇଛି । ପୂର୍ବୋତ୍ତରର କୌଣସି ରାଜ୍ୟରେ ଏମରଜେନ୍ସିଂ ଲ୍ୟାଣ୍ଡି ଫାସିଲିଟିର ପ୍ରଥମ ସୁବିଧା ହୋଇଛି । ଏଥିରେ ସେନା ଏବଂ ଯାତ୍ରୀ ବିମାନ ଟେକଅପ ଏବଂ ଲ୍ୟାଣ୍ଡିଂ ସୁବିଧା ମିଳିବ । ଏହାକୁ ଚୀନ ପାଇଁ କଡ଼ା ସନ୍ଦେଶ ଭାବେ ବିବେଚନା କରାଯାଉଛି । ଏହି ସୁବିଧାକୁ ଇଣ୍ଡିଆନ ଏୟାରକ୍ରାପ୍ଟ ସହ ମିଶି ପ୍ରସ୍ତୁତ କରାଯାଇଛି । ଏହାର ଉଦ୍ଦେଶ୍ୟ ଏମରଜେନ୍ସିଂ ରେସପନ୍ସକୁ ମଜଭୁତ କରିବ । ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ପଡୋଶୀ ସହ ଉତ୍ତେଜନା ସ୍ଥିତି ଏହାର ଉପଯୋଗ ରଣନୀତି ଆଧାରରେ ପ୍ରସ୍ତୁତ ହେବ । ଏହି ଫାସିଲିଟି ୪୦ ଟନ ଯୁଦ୍ଧବିମାନ ଏବଂ ୭୪ ଟନ୍ ଯାଏ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଲ୍ୟାଣ୍ଡିଂ ଏବଂ ଟେକଅପ ପାଇଁ ତିଆରି ହୋଇଛି ।

ଏହା ବି ପଢନ୍ତୁ...ବାଂଲାରେ BNPର ପ୍ରଚଣ୍ଡ ବିଜୟ ହେଲେ ଭାରତର ଟେନ୍ସନ କାହିଁକି ବଢାଇଲା Jel ? ହାଇଆଲର୍ଟ ଜାରି

​​​​​​​ଅନ୍ୟ ୫ ସ୍ଥାନରେ ଏହି ସୁବିଧା- ଦିବ୍ରୁଗଡ଼ ଏମରଜେନ୍ସିଂ ଲ୍ୟାଣ୍ଡି ଫାସିଲିଟି ପୂର୍ବୋତ୍ତର ରାଜ୍ୟରେ ପ୍ରଥମ ସୁବିଧା । ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱ ଏବଂ ପୂର୍ବାଞ୍ଚଳ ଏକ୍ସପ୍ରେସୱରେ ଏହି ସୁବିଧା ଉପଲବ୍ଧ ଅଛି । ଏହା ବ୍ୟତୀୟ ଓଡ଼ିଶାର ବାଲେଶ୍ୱର ଏବଂ ଆନ୍ଧ୍ରପ୍ରଦେଶର ନେଲ୍ଲୋରରେ ଏହି ଫାସିଲିଟି ରହିଛି । ଦିବ୍ରୁଗଡରେ ତିଆରି ହୋଇଥିବା ଇଏଲଏଫ ବିଶେଷ ଗୁରୁତ୍ୱପୂର୍ଣ୍ଣ କାରଣ ଚୀନ ସୀମା ନିକଟରେ ଅବସ୍ଥିତ । ଏହା ସହିତ ପ୍ରଧାନମନ୍ତ୍ରୀ ୩୦୦୦ କୋଟିର କୁମାର ଭାସ୍କର ବର୍ମା ସେତୁର ଉଦଘାଟନ କରିଛନ୍ତି । ଯାହା ଗୌହାଟୀକୁ ଉତ୍ତର ଗୌହାଟୀ ସହ ସଂଯୋଗ କରିବ, ଆଞ୍ଚଳିକ ବିକାଶକୁ ବୃଦ୍ଧି କରିବ ।