ନୂଆଦିଲ୍ଲୀ,୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର  ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍ ଯୋଗେ କଥା ହୋଇଛି। ଏହା ସହ ତାଙ୍କୁ ୭୩ ତମ ଜନ୍ମଦିନରେ ଅଭିନନ୍ଦନ ଜଣାଇଥିଲେ। କଥା ସମୟରେ, ଦୁଇ ନେତା ଭାରତ-ରୁଷ ସ୍ୱତନ୍ତ୍ର ଏବଂ ସୁବିଧାଜନକ ରଣନୈତିକ ସହଭାଗୀତାକୁ ଆହୁରି ଗଭୀର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।ରାଷ୍ଟ୍ରପତି ପୁଟିନଙ୍କ ଭଲ ସ୍ବାସ୍ଥ୍ୟ ଏବଂ ତାଙ୍କ ସମସ୍ତ ପ୍ରୟାସରେ ସଫଳତା କାମନା କରିଛନ୍ତି ପିଏମ୍ ମୋଦି। ସେ କହିଛନ୍ତି ଯେ ଭାରତ ରୁଷ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ପ୍ରତିଶୃତିବଦ୍ଧ ଏବଂ ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ରଣନୈତିକ ସହଯୋଗକୁ ଆହୁରି ଉଚ୍ଚତାକୁ ନେବା ପାଇଁ ସୁଯୋଗ ଅନୁସନ୍ଧାନ କରୁଛି। ଆଲୋଚନା ସମୟରେ, ପିଏମ୍ ମୋଦ ରାଷ୍ଟ୍ରପତି ପୁଟିନଙ୍କୁ ଭାରତରେ ସ୍ୱାଗତ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ, ଯାହା ଚଳିତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ୨୩ ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ ସମୟରେ ଅନୁଷ୍ଠିତ ହେବାର ଅଛି।

ଏହି ସମ୍ମିଳନୀ ମାଧ୍ୟମରେ ଦୁଇ ଦେଶ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିଛନ୍ତି ଓ ବିସ୍ତାରିତ କରିବା ଓ ରଣନୈତିକ ସହଭାଗିତାକୁ ନୂଆ ଦିଗ ଦେବାର ଯୋଜନା ତିଆରି କରିଛନ୍ତି। ପିଏମ୍ ମୋଦି ଜୁଲ୍ଲା ୨୦୨୪ ରେ ମସ୍କୋ ଯାତ୍ରା ବେଳେ ପୁଟିନ୍‌ଙ୍କୁ ଭାରତ- ରୁଷ ବାର୍ଷିକ ଶିଖର ସମ୍ମିଳନର ପାଇଁ ନିମନ୍ତ୍ରଣ କରିଥିଲେ। ରୁଷ ରାଷ୍ଟ୍ରପତି ଶେଷ ଥର ୨୦୨୧ ରେ ଭାରତ ଗସ୍ତରେ ଆସିଥିଲ। ସେ ୨୧ ତମ ବାର୍ଷିକ ଦ୍ବିପାକ୍ଷିକ ଶିଖର ସମ୍ମିଳନୀରେ ଭାଗ ନେଇଥିଲେ।

ଦୁଇ ନେତା ଦ୍ବିପାକ୍ଷିକ ଏଜେଣ୍ଡାର ପ୍ରଗତି ନେଇ ସମୀକ୍ଷା କରିଥିଲେ। ଏଥିରେ ବ୍ୟାପାର, ପ୍ରତିରକ୍ଷା, ଶକ୍ତି, ବିଜ୍ଞାନ ଓ ପ୍ରାଦ୍ୟୋଗିକ ଭଳି ସୁବିଧାଜନକ ରଣନୈତିକ ସହଭାଗୀତା ଦିଗରେ ଚର୍ଚ୍ଚା ହୋଇଥିଲା। ଭାରତ ଓ ରୁଷ ଭିତରେ ଲମ୍ବା ସମୟ ଧରି ବିଶେଷ ଓ ପ୍ରିଭିଲେଜଡ୍‌ ରଣନୈତିକ ଭାଗିଦାରୀ ରହିଛି। ଦୁଇ ଦେଶ ଏହାକୁ ଆହୁରି ଗଭୀର  କରିବା ପାଇଁ ଲଗାତାର ଚେଷ୍ଟା କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ପୁଟିନ୍‌ଙ୍କ ଭିତରେ ଏହି ଫୋନ୍ ଯୋଗେ ବାର୍ତ୍ତା ଏହି କଥାର ସଙ୍କେତ ଯେ, ଦୁଇ ଦେଶ ନିଜର ରଣନୈତିକ ଭାଗିଦାରୀ ନା କେବଳ ବଜାୟ ରଖିବାକୁ ଚାହାନ୍ତି, ବଂର ତାକୁ ଆହୁରି ବିକଶିତ କରିବାର ମାର୍ଗ ଖୋଜୁଛନ୍ତି। ଏହାଦ୍ବାରା ଆଗାମୀ ଭାରତ-ରୁଷ ସମ୍ମିଳନୀରେ ସହଯୋଗ ପାଇଁ ନୂଆ କ୍ଷେତ୍ର ଓ ମିଳିତ ପଦକ୍ଷେପ ଉପରେ ବିଶେଷ ଧ୍ୟାନ ଦେବାର ସମ୍ଭାବନା ରହିଛି।