ନୂଆଦିଲ୍ଲୀ,୧୩/୦୩; ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଭିତରେ ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ୍ ଜରିଆରେ ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଇରାନ ସହ ଆମେରିକା ଏବଂ ଇସ୍ରାଏଲର ଚାଲିଥିବା ଯୁଦ୍ଧ ଭିତରେ ଇରାନ ରାଷ୍ଟ୍ରପତିଙ୍କ ସହ ଶାନ୍ତି ଏବଂ ସ୍ଥିରତା ଉପରେ ସିଧାସଳଖ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, ଭାରତୀୟ ନାଗରିକଙ୍କ ସୁରକ୍ଷା ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ଶକ୍ତିର ନିରବଚ୍ଛିନ୍ନ ଯୋଗାଣ ଭାରତର ସର୍ବାଧିକ ପ୍ରାଥମିକତା । ଆମେ ଶାନ୍ତିର ପକ୍ଷଧର ।
ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନଙ୍କ ସହ କଥାବାର୍ତ୍ତା କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ସୂଚନା ଦେଇ କହିଛନ୍ତି, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ସହ ଏହି ଅଞ୍ଚଳର ଗମ୍ଭୀର ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ବଢୁଥିବା ଉତ୍ତେଜନା, ସାଧାରଣ ନାଗରିକଙ୍କର ମୃତ୍ୟୁ ଏବଂ ଭିତ୍ତିଭୂମିର କ୍ଷତି ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ଭାରତୀୟ ନାଗରିକଙ୍କ ସୁରକ୍ଷା ଏବଂ ସାମଗ୍ରୀ, ଶକ୍ତିର ନିରବଚ୍ଛିନ୍ନ ଯୋଗାଣ ଭାରତର ସର୍ବାଧିକ ପ୍ରାଥମିକତା । ସେ ଶାନ୍ତି ଏବଂ ସ୍ଥିରତା ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନ ପାଇଁ ଅନୁରୋଧ କରିଛନ୍ତି ।
Had a conversation with Iranian President, Dr. Masoud Pezeshkian, to discuss the serious situation in the region.
— Narendra Modi (@narendramodi) March 12, 2026
Expressed deep concern over the escalation of tensions and the loss of civilian lives as well as damage to civilian infrastructure.
The safety and security of…
ଏହା ବି ପଢନ୍ତୁ...ଯୁଦ୍ଧ ଭିତରେ ଇରାକରେ ଆମେରିକା ରିପ୍ୟୁଲିଙ୍ଗ୍ ବିମାନ ଦୁର୍ଘଟଣାଗ୍ରସ୍ତ, ପ୍ଲେନ୍ରେ ଥିଲେ ୫ ଜଣ
ଦୁଇ ନେତାଙ୍କ ମଧ୍ୟରେ ଏହି ଆଲୋଚନା ଏପରି ସମୟରେ ହୋଇଛି ଯେବେ ଇରାନ ବିଶ୍ୱର ପ୍ରାୟ ଏକ ପଞ୍ଚମାଂଶ ଅଶୋଧିକ ତୈଳ ଏବଂ ପ୍ରାକୃତିକ ଗ୍ୟାସ ଯୋଗାଣ କରୁଥିବା ଏକ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ । ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରି ଦେଇଛି । ଏହି ଅବରୋଧ ଉପସାଗରୀୟ ତୈଳ ପ୍ରତିଷ୍ଠାନ ଉପରେ ଇରାନର ଆକ୍ରମଣ ଏବଂ ଇରାନରେ ଆମେରିକା ଏବଂ ଇସ୍ରାଏଲ କାର୍ଯ୍ୟକଳାପ ସହିତ ବିଶ୍ୱ ତୈଳ ଯୋଗାଣକୁ ଗୁରୁତର ଭାବରେ ପ୍ରଭାବିତ କରିଛି । ଯାହା ଫଳରେ ଏକ ଗୁରୁତର ଅଭାବ ଏବଂ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି ।
କହି ରଖୁଛି କି ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କ ଇରାନ ପ୍ରତିପକ୍ଷ ଆବାସ ଅରାଘାଚିଙ୍କ ସହ କଥା ହୋଇଥିଲେ । ଏହା ପରେ ରିପୋର୍ଟ ଆସିଥିଲା କି ଇରାନ ହୋର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ତେଲ ଜାହଜଗୁଡିକୁ ସୁରକ୍ଷିତ ପଥ ପ୍ରଦାନ କରିଛି । ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ ପାରସ୍ୟ ଉପସାଗରକୁ ଓମାନ ଉପସାଗର ସହିତ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥରେ ପ୍ରାୟ ୨୦ଟି ତୈଳ ଏବଂ ଗ୍ୟାସ ଟ୍ୟାଙ୍କରକୁ ଅନୁମତି ଦେବା ପାଇଁ ଭାରତ ଇରାନ ସହିତ ଆଲୋଚନା କରୁଛି ।