ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୨୯ରୁ ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ: ଓଡ଼ିଶାରେ ୩ ଦିନ ରହିବେ ମୋଦି, ଅମିତ ଶାହ ଓ ଅଜିତ ଡୋଭାଲ୍‌ ବି ସାମିଲ ହେବେ

Published By : Prameya | November 26, 2024 8:35 AM

ଭୁବନେଶ୍ୱର,୨୬/୧୧: ପ୍ରଥମ ଥର ପାଇଁ  ଓଡ଼ିଶାରେ ହେବ ଡିଜିପି ସମ୍ମିଳନୀ । ଆସନ୍ତା ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଚାଲିବ । ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ । ଏଥିପାଇଁ  ସେ ତିନିଦିନ ଓଡ଼ିଶାରେ ରହିବେ । ସ୍ୱରାଷ୍ଟ୍ର ମନ୍ତ୍ରୀ  ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା  ଅଜିତ ଡୋଭାଲ ମଧ୍ୟ ସାମିଲ ହେବେ । ଲୋକସେବା  ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ  ଆତଙ୍କବାଦ ମୁକାବିଲା, ମାଓବାଦୀ, ସାଇବର କ୍ରାଇମ୍‌,  ଟେକ୍ନାଲୋଜି, ଜେଲ୍‌ ସଂସ୍କାର ଓ ଆଭ୍ୟନ୍ତରୀଣ ସୁରକ୍ଷା  ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।  

ବର୍ତ୍ତମାନ ସାରା ଦେଶରେ ବ୍ରାଉନ୍‌ସୁଗର, ସାଇବର  ଅପରାଧୀ ଓ ଡିପ୍‌ଫେକ୍‌ ଭଳି ନୂଆ ଟେକ୍ନାଲୋଜି  କାୟା ବିସ୍ତାର କରିଛି । ଏହାଦ୍ୱାରା ସୃଷ୍ଟି ହୋଇଥିବା  ଚ୍ୟାଲେଞ୍ଜ୍‌ ଏବଂ ତାହାର ମୁକାବିଲା ଉପରେ ଉକ୍ତ  ସମ୍ମିଳନୀରେ ଆଲୋଚନା ହେବ । ଏହି ସମ୍ମିଳନୀରେ  ଗୃହ ବିଭାଗ ସଚିବ, କ୍ୟାବିନେଟ ସଚିବ, କେନ୍ଦ୍ର  ସରକାରଙ୍କ ବରିଷ୍ଠ ଅଧିକାରୀ, ଆରଏଡବ୍ଲ୍ୟୁ ମୁଖ୍ୟ,  ଏନ୍‌ଆଇଏ ମୁଖ୍ୟ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର  ଡିଜିପି, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‌ ବାହିନୀ ଏବଂ  କେନ୍ଦ୍ରୀୟ ପୁଲିସ୍‌ ବାହିନୀର ମୁଖ୍ୟମାନେ ଯୋଗଦେବେ ।  

ଓଡ଼ିଶାରୁ ପ୍ରଚୁର ପରିମାଣରେ ଗଞ୍ଜେଇ ସାରା  ଦେଶକୁ ଚାଲାଣ ହେଉଛି । ପଡ଼ୋଶୀ ରାଜ୍ୟଗୁଡ଼ିକ  ଏ ଦିଗରେ ଆଲୋଚନା କରିପାରନ୍ତି । ଏନେଇ  ଓଡ଼ିଶା ପୁଲିସ୍‌ ଏବେଠାରୁ ପ୍ରସ୍ତୁତ କରି ସାରିଲାଣି ।  ଓଡ଼ିଶାରେ ଡିଜିପି ସମ୍ମିଳନୀ ଘୋଷଣା ହେବା  ଦିନଠାରୁ ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ଥା  କରିଛନ୍ତି । ସୁରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ରହିବା  ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା କରାଯାଉଛି । ସୁରକ୍ଷାକୁ ଦୃଷ୍ଟିରେ  ରଖି କମିଶନରେଟ୍‌ ପୁଲିସ୍‌ ଅନ୍ୟ ପୁଲିସ ଜିଲ୍ଲାରୁ  ୧୫୦ ଏଏସ୍‌ପି/ଡିଏସ୍‌ପି, ୧୦୦ ଇନ୍ସପେକ୍ଟର, ୧୫୦  ଏସ୍‌ଆଇଙ୍କୁ ଆଣିଛନ୍ତି । ଏ ସବୁ ଅଫିସର ୨୦ ତାରିଖ  ଠାରୁ ଭୁବନେଶ୍ୱରରେ ଡେରା ପକାଇଛନ୍ତି । ଏଥିସହ ୫୦  ପ୍ଲାଟୁନ୍‌ ଫୋର୍ସ ବ୍ୟବସ୍ଥା କରାଯାଇଛି । ସମ୍ମିଳନୀରେ ସାରା ଦେଶର ଭିଭିଆଇପିମାନେ ଯୋଗ ଦେବେ । ସୁରକ୍ଷା  ପାଇଁ ସେମାନଙ୍କୁ କୌଣସି ହୋଟେଲ୍‌ରେ ରଖା ନ ଯାଇ  ରାଜ୍ୟ ଅତିଥି ଭବନରେ ରଖିବାର ବ୍ୟବସ୍ଥା ହୋଇଛି ।  ସେଥିପାଇଁ କମିଶନରେଟ୍‌ ପୁଲିସ୍‌ ମୁଖ୍ୟାଳୟରେ  ଏକ ଅସ୍ଥାୟୀ କଣ୍ଟ୍ରୋଲ୍‌ ରୁମ୍‌ ମଧ୍ୟ ଖୋଲା ସରିଛି । ସମ୍ମିଳନୀର ତଦାରଖ ପାଇଁ ୧୧ ଜଣ ଆଇଏଏସ୍‌ ଓ  ୨୨ ଜଣ ଆଇପିଏସ୍‌ଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର ।  ରବିନ୍ଦ୍ର ମଣ୍ଡପ ଠାରୁ ୧୨୦ ବାଟାଲିୟନ, ରାଜଭବନ,  ଏଜି ଛକ ଓ ପୁଣି ରବିନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ସମସ୍ତ  ଅଞ୍ଚଳରୁ ହାଇ ସିକ୍ୟୁରିଟି ଜୋନ୍‌ ଘୋଷଣା କରାଯାଇଛି।  

ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ କ୍ରମେ  ୨୦୧୪ରୁ ବାର୍ଷିକ ଡିଜିପି ସମ୍ମିଳନୀ ହେଉଛି ।  ୨୦୧୪ରେ ଗୌହାଟୀରେ ଏହି ସମ୍ମିଳନୀ ଆୟୋଜିତ  ହୋଇଥିଲା । ୨୦୧୫ କୋଚି, ୨୦୧୬ରେ ନ୍ୟାସନାଲ  ପୁଲିସ୍‌ ଏକାଡେମୀ ହାଇଦ୍ରାବାଦ, ୨୦୧୭ରେ  ମଧ୍ୟପ୍ରଦେଶ ଟେକାନପୁର ବିଏସ୍‌ଏଫ୍‌ ଏକାଡେମୀ,  ୨୦୧୮ରେ ଗୁଜରାଟ କେଭାଡିଆ, ୨୦୧୯ରେ  ପୁଣେ, ୨୦୨୦ରେ ଦିଲ୍ଲୀ, ୨୦୨୧ରେ ଲକ୍ଷେ୍ନø ପୁଲିସ୍‌  ମୁଖ୍ୟାଳୟ, ୨୦୨୩ରେ ଦିଲ୍ଲୀର ଜାତୀୟ କୃଷି  ବିଜ୍ଞାନ କମ୍ପେ୍ଲକ୍ସ, ୨୦୨୪ ଜାନୁଆରୀରେ ରାଜସ୍ଥାନ  ଜୟପୁରରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । 

ଏନେଇ ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ  କହିଛନ୍ତି, ଏହା ଆମ ପାଇଁ ନିଶ୍ଚିତ ଭାବେ ଖୁସି  ଓ ଗୌରବର ମୁହୂର୍ତ୍ତ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ  କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ଓଡି଼ଶାକୁ  ବାଛିଥିବାରୁ ଅଶେଷ ଧନ୍ୟବାଦ । ମୋଦି ଆସନ୍ତା  ୨୯ ତାରିଖ ରାତିରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ  ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ ।  ଡିସେମ୍ବର ୧ ଅପରାହ୍ଣରେ ସେ ଦିଲ୍ଲୀ ଫେରିଯିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.