ନୂଆଦିଲ୍ଲୀ,୨୧/୦୯: ଜିଏସଟି ୨.O ଲାଗୁ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ । ସନ୍ଧ୍ୟା ୫ଟାରେ ଦେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ସେ ଅର୍ଥନୈତିକ ଏବଂ ବୈଦେଶିକ ବ୍ୟାପାର ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ସୂତ୍ର ଅନୁଯାୟୀ, ଏଥିରେ ଆମେରିକା ଦ୍ୱାରା ଲାଗୁ ହୋଇଥିବା ୫୦% ଅତିରିକ୍ତ ଶୁଳ୍କ, ଟ୍ରମ୍ପଙ୍କ ଦ୍ୱାରା H-1B ଭିସା ନିୟମରେ ପରିବର୍ତ୍ତନ ଏବଂ ଜିଏସଟି ୨.O ଭଳି ପ୍ରସଙ୍ଗ ଅନ୍ତର୍ଭୁକ୍ତ ହୋଇପାରେ। କିନ୍ତୁ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗ ଉପରେ କୌଣସି ମତାମତ ମିଳିନାହିଁ।