ବାରାକପୁର,୨୭।୪:  ‘ଏବେ ସିଧା ମୁଁ ୪ ମଇରେ ହିଁ ପଶ୍ଚିମବଙ୍ଗ ଫେରିବି, ଯେତେବେଳେ ବିଜେପି ସରକାର ଶପଥ ଗ୍ରହଣ କରିବ।’ ନିର୍ବାଚନୀ ରାଲିକୁ ସମ୍ବୋଧନ କରି ଏଭଳି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗର ଲୋକମାନେ ସୁରକ୍ଷା, ସୁଯୋଗ ଏବଂ ସଚ୍ଚୋଟ ଶାସନ ଚାହାଁନ୍ତି, ଯାହା ପ୍ରଦାନ କରିବାରେ ଟିଏମସି ସମ୍ପୂର୍ଣ୍ଣ ବିଫଳ ହୋଇଛି। ବଙ୍ଗଳାର ପରିବେଶ ଦେଖି ମୁଁ ଅନୁଭବ କରୁଛି ଯେ ମୁଁ ବିଜେପି ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ପୁଣି ଆସିବି। ବଙ୍ଗଳାର ନୂତନ ବିଜେପି ସରକାର ରାଜ୍ୟ ପାଇଁ ସମୃଦ୍ଧିର ସ୍ୱପ୍ନ ପୂରଣ କରିବ ଏବଂ ଶରଣାର୍ଥୀ ସମସ୍ୟାର ସମାଧାନ କରାଯିବ। ଓଡିଶା ଏବଂ ବିହାର ପରେ, ବଙ୍ଗଳାରେ ପଦ୍ମ ଫୁଟିବ।’

ସେ ପଞ୍ଚିମବଙ୍ଗ ସହିତ ନିଜର ପୁରୁଣା ସମ୍ପର୍କର ଚର୍ଚ୍ଚା କରି କହିଛନ୍ତି, ପଶ୍ଚିମବଙ୍ଗ ସହିତ ମୋର ବହୁତ ପୁରୁଣା ସମ୍ପର୍କ ରହିଛି। ମୋର ବ୍ୟକ୍ତିଗତ ଜୀବନ ଓ ଆଧ୍ୟାତ୍ମିକ ଯାତ୍ରାରେ ପଶ୍ଚିମବଙ୍ଗର ଏକ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ଶକ୍ତି ପ୍ରତି ମୋର ଆସ୍ଥା ମଧ୍ୟ ପଶ୍ଚିମବଙ୍ଗ ସହ ଯୋଡି ହେବାର ଏକ ବଡ଼ କାରଣ ରହିଛି। ମୋର ବ୍ୟକ୍ତିଗତ ଆଧ୍ୟାତ୍ମକ ଯାତ୍ରାରେ ଏହା ମୋ ପାଇଁ ଶକ୍ତିର ବଡ କେନ୍ଦ୍ର ରହିଛି। ମୁଁ ପଶ୍ଚିମବଙ୍ଗର ବହୁ ମହାନ ହସ୍ତୀଙ୍କଠାରୁ ପ୍ରେରଣା ନେଇଛି। ଏଠାର ଲୋକଙ୍କଠାରୁ ମୋତେ ଖୁବ୍ ଭଲ ପାଇବା ମିଳିଛି। ପଶ୍ଚିମବଙ୍ଗର ମାଟିରୁ ମିଳିଥିବା ଅନୁଭୂତି ମୋର ଜୀବନ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ ରହିଛି। ବଙ୍ଗଳାର ନିର୍ବାଚନ ରାଲି ଓ ରୋଡ୍ ଶୋ’ ବେଳେ ମୁଁ ଦେଖିଲି ଲୋକମାନେ ଖୁବ୍ ଇମୋସନାଲ ବାର୍ତ୍ତା ଦେଇଥିଲେ। ତାଙ୍କର ଏହି ବାର୍ତ୍ତାକୁ ମୁଁ କେବେ ଭୁଲିବିନି। ମୁଁ ରାତିରେ ସମୟ ପାଇଲେ ଲୋକଙ୍କ ମେସେଜ୍ ଦେଖେ। ଆପଣଙ୍କ ମେସେଜ୍ ଓ ଲେଟର ମଧ୍ୟ ପଢେ। ମୁଁ ବହୁ ମେସେଜ୍‌ରେ ଲୋକଙ୍କ ଯନ୍ତ୍ରଣାକୁ ବୁଝିଛି। ମୁଁ ଆପଣଙ୍କ ଆର୍ଶୀବାଦକୁ ବି ବୁଝୁଛି।

ସେ ଆହୁରି କହିଛନ୍ତି ଯେ ସେ ବଙ୍ଗଳାର ସେବା କରିବା, ଏହାର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ରାଜ୍ୟକୁ ସୁରକ୍ଷା ଦେବା ପାଇଁ ନିଜକୁ ଉତ୍ସର୍ଗୀକୃତ ବୋଲି ଭାବନ୍ତି। ଓଡ଼ିଶା ଏବଂ ବିହାର ପରେ ଏଥର ପଶ୍ଚିମବଙ୍ଗରେ ପଦ୍ମ ଫୁଟିବ। ସେ କହିଛନ୍ତି ଯେ ଦେଶର ପ୍ରଗତି ପାଇଁ ପୂର୍ବ ଭାରତର ବିକାଶ ଅତ୍ୟାବଶ୍ୟକ। କେବଳ ଏତିକି ନୁହେଁ ତାଙ୍କର କହିବା ଅନୁସାରେ, ମୋ ପାଇଁ ଦେଶର ଜନତା ହିଁ ପରିବାର ଓ ନିଜର ଘର ଛାଡିବା ପରଠାରୁ ଏପର୍ଯ୍ୟନ୍ତ ମୁଁ ଆପଣଙ୍କ ସହିତ ରହିଛି।

ଆହୁରି ପଢନ୍ତୁ : ଭୋଟ୍ ଦେବାକୁ ଆସନ୍ତୁ କହି ମିଠା ବାଣ୍ଟିଲା ‘ଟିନା’ ! ପୋଲିଂ ଷ୍ଟେସନରେ ଶାଢ଼ି ପିନ୍ଧି ଭୋଟରଙ୍କୁ କଲା ସ୍ୱାଗତ