ଭୁବନେଶ୍ୱର, ୨୭।୪: ମତଦାନ କେନ୍ଦ୍ରରେ ରୋବୋର ଜଲୱା । ମିଠା ବାଣ୍ଟି ଲୋକଙ୍କୁ ଭୋଟ୍ ଦେବାକୁ କଲା ଉତ୍ସାହିତ । ଗତ ଗୁରୁବାର ଅର୍ଥାତ୍ ଏପ୍ରିଲ ୨୩ ତାରିଖରେ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ଲାଗି ମତଦାନ ଅନୁଷ୍ଠିତ ହୋଇଯାଇଛି । ତେବେ ସେହି ସମୟରେ ରାଜ୍ୟର ଏକ ପୋଲିଂ ଷ୍ଟେସନରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଶାଢ଼ି ପିନ୍ଧିଥିବା ଏକ ରୋବୋ ସେଠାରେ ଭୋଟରଙ୍କୁ ସ୍ୱାଗତ କରିବା ସହ ମିଠା ବାଣ୍ଟିଥିଲା । ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ରିପୋର୍ଟ ଅନୁସାରେ, ଅଧିକରୁ ଅଧିକ ଲୋକଙ୍କୁ ଭୋଟଦାନ ଲାଗି ପ୍ରେରିତ କରିବା ଉଦ୍ଦେଶ୍ୟରେ କୋଏମ୍ବାଟୁରର ସରକାରୀ କଳା ମହାବିଦ୍ୟାଳୟର କିଛି ଛାତ୍ର ‘ଟିନା’ ନାମକ ସେହି ରୋବୋକୁ ପ୍ରସ୍ତୁତ କରିଥିଲେ ।
ଗୁରୁବାର ଟିନାକୁ ସେହି କଲେଜରେ ସ୍ଥାପିତ ପୋଲିଂ ଷ୍ଟେସନ ନିକଟରେ ମୁତୟନ କରାଯାଇଥିଲା । ଏହି ସମୟରେ ଶାଢ଼ି ପିନ୍ଧିଥିବା ରୋବୋଟି ଭୋଟରଙ୍କୁ ସ୍ୱାଗତ କରିଥିଲା । ଗଣତନ୍ତ୍ରର ମହାପର୍ବ ଲାଗି ଶୁଭେଚ୍ଛା ଜଣାଇବା ସହ ମିଠା ବାଣ୍ଟିଥିଲା । କେବଳ ସେତିକି ନୁହେଁ, ଲୋକଙ୍କୁ ଧାଡ଼ିରେ ଛିଡ଼ା ହୋଇ ଠିକ୍ ଭାବେ ମତଦାନ କରିବା ସଂପର୍କରେ ସୂଚନା ମଧ୍ୟ ଦେଇଥିଲା । ଟିନାକୁ ବିକଶିତ କରିଥିବା ଛାତ୍ରଙ୍କ ମଧ୍ୟରୁ ଅନ୍ୟତମ ବିମଲ ବିଜୟନ କହିଛନ୍ତି, ଏହି ରୋବୋରେ ଭଏସ୍ ପ୍ରୋସେସିଂ ଏବଂ ରେଡିଓ କଣ୍ଟ୍ରୋଲ ପ୍ରଯୁକ୍ତିର ବ୍ୟବହାର କରାଯାଇଛି । ଲୋକଙ୍କ ପକ୍ଷରୁ ଏହାକୁ ବେଶ୍ ଭଲ ପ୍ରତିକ୍ରିୟା ମଧ୍ୟ ମିଳିଛି ।
ଆହୁରି ପଢ଼ନ୍ତୁ... ଘର ମାଲିକଙ୍କ ଘରେ କଳାକନା ବୁଲାଇ କିଣିଥିଲେ ପ୍ଲଟ୍, ଧରା ପକାଇଦେଲା ଏହି ଭୁଲ୍...