ନୂଆଦିଲ୍ଲୀ, ୧୨/୦୨ : ଶୁକ୍ରବାର ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବ ସାଉଥ୍ ବ୍ଲକ। ଆସନ୍ତାକାଲି ଅପରାହ୍ଣ ୪ଟାରେ ବସିବ ଶେଷ କ୍ୟାବିନେଟ୍ ବୈଠକ। ଏହାପରେ ସେବା ତୀର୍ଥ-୧ରୁ ଚାଲିଯିବ ପିଏମଓ। ସ୍ଵାଧୀନତା ପର ଠାରୁ ସାଉଥ୍ ବ୍ଲକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚାଲୁଥିଲା। ଏବେ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଆଧାରରେ ୧୧୮୯ କୋଟି ଟଙ୍କାରେ ନବ ନିର୍ମିତ ସେବା ତୀର୍ଥ-୧କୁ ପିଏମଓ ସ୍ଥାନାନ୍ତର ହୋଇଯିବ। ତେଣୁ ୮୦ ବର୍ଷ ପୁରୁଣା ସାଉଥ୍ ବ୍ଲକକୁ ଅଲବିଦା କହିବା ପୂର୍ବରୁ ଏଠାରେ ଏକ ସାଙ୍କେତିକ ବୈଠକ ହେବ।
ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ ନିର୍ମିତ ସେବା ତୀର୍ଥ-୧ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କ୍ୟାବିନେଟ ସଚିବାଳୟ, ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ସଚିବାଳୟ ପାଇଁ ଗୃହ ନିର୍ମାଣ ହୋଇଛି। ୨,୨୬,୨୦୩ ବର୍ଗ ଫୁଟରେ ସେବା ତୀର୍ଥ ପରିବ୍ୟାପ୍ତ। ଲାର୍ସନ ଆଣ୍ଡ ଟ୍ରୁବୋ କମ୍ପାନୀ ଏହାକୁ ନିର୍ମାଣ କରିଛି। ପିଏମଓ ସ୍ଥାନାନ୍ତରିତ ହେବାପରେ ସାଉଥ୍ ଏବଂ ନର୍ଥ ବ୍ଲକ ସବୁଦିନ ପାଇଁ ଏକ ସାର୍ବଜନୀନ ସଂଗ୍ରହାଳୟ ପାଲଟିବ। ସେପଟେ ସେପ୍ଟେମ୍ଵରରେ କ୍ୟାବିନେଟ୍ ସଚିବାଳୟ ସେବା ତୀର୍ଥ-୨କୁ ସ୍ଥାନାନ୍ତରିତ ହୋଇସାରିଛି।
ଏହି ଖବରଟିକୁ ପଢନ୍ତୁ- ହାପି ଫ୍ୟାମିଲର ଦି ଇଣ୍ଡ୍ : ରାତିରେ ଅନ୍ କରି ଶୋଇ ପଡ଼ିଥିଲେ ଗିଜର, ସକାଳୁ ଉଠିଲେନି କେହି...