ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ନେଇ ଆସିଲା ଏକ ବଡ ଖବର। ଯଦି ଆପଣ ଏହି ବ୍ୟାଙ୍କର ଜଣେ ଗ୍ରାହକ ତେବେ ଆପଣଙ୍କ ପାଇଁ ଏହି ଖବର ଜରୁରୀ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏହାର ଗ୍ରାହକ ମାନଙ୍କୁ ଏକ ଚେତାବନୀ ଜାରି କରିଛି, ଯେଉଁଥିରେ କୁହାଯାଇଛି ଯେ, ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇପାରେ। ତଥାପି,ଏହି ଚେତାବନୀ ସମସ୍ତ ଗ୍ରାହକଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ । କେବଳ କିଛି ନିର୍ଦ୍ଦିଷ୍ଟ ଗ୍ରାହକଙ୍କ ପାଇଁ ଏହା ପ୍ରଯୁଯ୍ୟ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏହାର ଆନୁଷ୍ଠାନିକ ସୋସିଆଲ ମିଡିଆ ଆକାଉଣ୍ଟରେ ଗ୍ରାହକ ମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ନୋଟିସ ଜାରି କରିଛି। ଏହା ଅନୁଯାୟୀ, ପିଏନବି ଗ୍ରାହକ ମାନେ ୧୫ ଏପ୍ରିଲ, ୨୦୨୬ ପୂର୍ବରୁ ସେମାନଙ୍କର ଶାଖାକୁ ଯାଇ ସେମାନଙ୍କର କେୱାଇସି ପୂରଣ କରିବାକୁ ପଡିବ। ଯଦି ୧୫ ଏପ୍ରିଲ, ୨୦୨୬ ସୁଦ୍ଧା କେୱାଇସି ପୂରଣ ନହୁଏ, ତେବେ ୧୬ ଏପ୍ରିଲ, ୨୦୨୬ ରୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ।

ପିଏନବି କେଉଁ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରିବ ?

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) କହିଛି ଯେ ଯେଉଁ ଗ୍ରାହକ ମାନଙ୍କର ଆକାଉଣ୍ଟ ଗତ ତିନି ବର୍ଷ ମଧ୍ୟରେ କୌଣସି କାରବାର ଦେଖିନାହିଁ ଏବଂ ଯେଉଁ ମାନଙ୍କର ଆକାଉଣ୍ଟ ବାଲାନ୍ସ ଜିରୋ (0) ଅଛି, ସେମାନଙ୍କୁ ୧୫ ଏପ୍ରିଲ, ୨୦୨୬ ପୂର୍ବରୁ ସେମାନଙ୍କର ଶାଖାକୁ ଯାଇ ସେମାନଙ୍କର KYC ପୂରଣ କରିବାକୁ ପଡିବ। ଯଦି ୧୫ ଏପ୍ରିଲ, ୨୦୨୬ ସୁଦ୍ଧା KYC ସମାପ୍ତ ହୁଏ ନାହିଁ, ତେବେ ୧୬ ଏପ୍ରିଲ, ୨୦୨୬ ଠାରୁ ଏପରି ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକୁ ବିନା ନୋଟିସରେ ବନ୍ଦ କରିଦିଆଯିବ।

ନିଷ୍କ୍ରିୟ ଆକାଉଣ୍ଟ କ'ଣ ?

RBI ୱେବସାଇଟ୍ ଅନୁଯାୟୀ, ଏକ ନିଷ୍କ୍ରିୟ ଆକାଉଣ୍ଟ ହେଉଛି ଏକ ସଞ୍ଚୟ କିମ୍ବା ଚାଲୁ ଆକାଉଣ୍ଟ ଯାହା ଦୁଇ ବର୍ଷରୁ ଅଧିକ ସମୟ ଧରି କୌଣସି "ଗ୍ରାହକ-ପ୍ରେରିତ କାରବାର" ଦେଖିନାହିଁ। ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଏକ ବ୍ୟାଙ୍କ ଆକାଉଣ୍ଟ ଅଛି, ଯାହା ଗତ ତିନି ବର୍ଷ ଧରି କୌଣସି କାରବାର ଦେଖିନାହିଁ, ତେବେ ଆପଣଙ୍କୁ ଆପଣଙ୍କର ଶାଖାକୁ ଯାଇ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦାଖଲ କରି ଏବଂ ଫର୍ମ ପୂରଣ କରି KYC ପ୍ରକ୍ରିୟା ସମାପ୍ତ କରିବାକୁ ପଡିବ।