ପ୍ରମୂଖ ଖବର
  • ଫୁଲବାଣୀ : ନିଖୋଜ ବ୍ୟବସାୟୀଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • କୋରାପୁଟ ଜିଲ୍ଲାପାଳଙ୍କ ଅଚାନକ କୋଟିଆ ଗସ୍ତ, ଏସ୍ ଏସ୍‌ ଡି ହାଇସ୍କୁଲ ପିଲାଙ୍କ ସହ କରିଲେ ଆଲୋଚନା
  • ||
  • ଗଞ୍ଜାମ : ସ୍କୁଲ ଗେଟ୍‌ରେ ପଡିଲା ତାଲା, ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା
  • ||
  • କଟକ : ଗାଁ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ନୟାଗଡ଼ : ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଫୋପାଡ଼ିଲା ବୋମା, ଜଣେ ଆହତ
  • ||
  • ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ-ହଂସିକା, ପୂର୍ବରୁ ଖାରଜ ହୋଇଥିଲା ଆବେଦନ
  • ||
  • ଭୌମ ଏକାଦଶୀ ପାଇଁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି ବନ୍ଦ,୩ ମାସରେ କାମ ସାରିବ ଏଏସ୍‌ଆଇ
  • ||
  • ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଆଜି ଯାଜପୁରରୁ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି, ଆଜି ରେଜଲ୍ଟ
  • ||

ବନ୍ଧୁକ ଦେଖାଇ ଦେଢ ଲକ୍ଷ ଟଙ୍କା ଲୁଟ, ଅଫୁଟା ଗୁଳି ଜବତ ସହ ତଦନ୍ତ କରୁଛି ପୋଲିସ

Published By : Prameya | January 14, 2025 11:36 PM

ବିନିକା, ୧୪/୧ : ସୁବର୍ଣ୍ଣପୁର ଜିଲ୍ଲା ହିକୁଡ଼ି ଫାଣ୍ଡି ଅନ୍ତର୍ଗତ ଧର୍ମଶାଳାରେ ବନ୍ଧୁକ ଦେଖାଇ ବଡ଼ ଧରଣର ଡକାୟତି । କିଓସ୍କ ବ୍ୟାଙ୍କ୍ ମାଲିକଙ୍କୁ ଲହୁ ଲୁହାଣ କରି ବନ୍ଧୁକ ମୁନରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା । ଧର୍ମଶାଳାରେ ଥିବା ଲେହେଡି ଗାଁର ନୀଳାମ୍ବର ମହାପାତ୍ରଙ୍କ କିଓସ୍କ ବ୍ୟାଙ୍କ ବନ୍ଦ କରି ଘରକୁ ଯାଇଥିବା ସମୟରେ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଅଭିଯୋଗ । ମାଲିକଙ୍କୁ ଲହୁଲୁହାଣ କରି ଟଙ୍କା ଲୁଟି ନେଇଥିବା ସୂଚନା । 

କିଓସ୍କ ମାଲିକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ଅଭିଯୋଗ ଅନୁସାରେ ପ୍ରତ୍ୟେକ ଦିନ ଭଳି କିଓସ୍କ ବ୍ୟାଙ୍କ ବନ୍ଦ କରି ଘରକୁ ଯାଉଥିବା ସମୟରେ କିଛି ଦୁବୃର୍ତ୍ତ ନୀଳାମ୍ବରଙ୍କୁ ଅଟକାଇଥିଲେ l ଦୁର୍ବୃତ୍ତମାନେ ନୀଳାମ୍ବରଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ l ପରେ ଦୁର୍ବୃତ୍ତମାନଙ୍କ ପାଖରୁ ଖସି ଚାଲିଥିବା ସମୟରେ ତାଙ୍କୁ ଜବରଦସ୍ତି ମାଡ ମାରି ଲାହୁ ଲୁହାଣ କରିଦେଇଥିଲେ l ତେବେ ଟଙ୍କା ନ ଦେବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କ ମୁଣ୍ଡ ଫାଟି ଯାଇଥିଲା । କେବଳ ସେତିକି ନୁହେଁ ଏକ ରାଉଣ୍ଡ ଗୁଳି ମଧ୍ୟ ମାରିଥିଲେ । 

ତାଙ୍କୁ ଦୁର୍ବୃତ୍ତମାନେ ମାଡ ମରିବା ସହିତ ତାଙ୍କ ପାଖରୁ ଥିବା ପ୍ରାୟ ଦେଢ଼ ଲକ୍ଷ ଟଙ୍କା ସହିତ ଅନ୍ୟାନ୍ୟ ସାମଗ୍ରୀ ଧରି ଫେରାର ମାରିଥିଲେ । ପରେ ସ୍ଥାନୀୟ ଲୋକ ନିଳାମ୍ବରଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ପରେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ଅନୁସନ୍ଧାନ କରିବା ସହିତ ଘଟଣାସ୍ଥଳରୁ ଏକ ଅଫୁଟା ଗୁଳି ଜବତ କରିଛି । ବିରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ମଧ୍ୟ ପହଞ୍ଚି ଆକ୍ରମଣ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଘଟଣା ବିଷୟରେ ପଚରାଉଚୁରା କରୁଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.