ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଧରାକୋଟରେ ଦଳିତଙ୍କୁ ନିର୍ଯାତନା ମାମଲା; ଆଉ ୨ ଜଣଙ୍କୁ ବାନ୍ଧିଲା ପୁଲିସ

Published By : Harapriya Sethi | June 26, 2025 12:00 PM

ଧରାକୋଟ,୨୬/୦୬: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସିଙ୍ଗିପୁର ଗାଁର ଦୁଇ ଦଳିତଙ୍କୁ ନିର୍ଯାତନା ମାମଲାରେ ପୁଲିସ ଗୁରୁବାର ଆଉ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଜାହାଡା ଗାଁର ପ୍ରଭାକର ବେହେରା ଓ ନିକଟସ୍ଥ ବେଠୁଆର ଗାଁର ପିଣ୍ଟୁ ବିଷୋୟୀ। ଏହାକୁ ମିଶାଇ ଏହି ମାମଲାରେ ମୋଟ୍ ୧୧ ଜଣଙ୍କୁ ଗିରଫ କରାଯାଇଛି । ଘଟଣା ପରଦିନ ପୁଲିସ ଜଣେ ନାବାଳକ ସମେତ ୯ ଜଣଙ୍କୁ ଗିରଫ କରିଥିଲା। ଘଟଣାରେ ଗିରଫ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସୂଚନା ମିଳିଛି । ପ୍ରାୟ ୨୦ ଜଣ ଏହି ଘଟଣାରେ ସମ୍ପୃକ୍ତ ଥିଲେ ବୋଲି ଜଣାପଡ଼ିଛି।

ଅପରପକ୍ଷରେ ଗୁରୁବାର ଅଖିଳ ଭାରତୀୟ କଂଗ୍ରେସ କମିଟିର ତିନି ଜଣିଆ ଟିମ୍‌ ପୀଡ଼ିତଙ୍କ ଗାଁ ସିଙ୍ଗିପୁର ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ସେମାନେ ଦୁଇ ପୀଡ଼ିତ ବାବୁଲା ନାୟକ ଓ ବୁଲୁ ନାୟକଙ୍କ ପରିବାରକୁ ଭେଟିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.