ମାଲକାନଗିରି ୩୧/୧୨: ଯାତ୍ରା ମଞ୍ଚରେ ନିଶାଙ୍କ ନାଚ ବେଳେ ଜଗିଲା ପୋଲିସ୍ କ୍ୟାମେରା। ଆଇଟମ ଗାର୍ଲ ନିଶା ମହାରଣାଙ୍କ ହଟ୍ ଡାନ୍ସ ବେଳେ ଏଭଳି ଦୃଶ୍ୟ ଡିଏନକେ ଖେଳ ପଡିଆଠାରେ ଚାଲିଥିବା ତାରୀଣି ଗଣନାଟ୍ୟରେ ଦେଖିବାକୁ ମିଳିଛି । ପୋଲିସ ଛାଉଣୀରେ ଅପେରା ପେଣ୍ଡାଲରେ ନାଚିଥିଲେ ନିଶା।
ସୂଚନା ଅନୁଯାୟୀ ଗତ ୨୮ତାରିଖ ରାତିରେ କତାମେଟାରେ ଚାଲିଥିବା ଅପେରାରେ ଭାଗ୍ୟଶ୍ରୀ ସାହୁ ତଥା ବହୁ ଚର୍ଚ୍ଚତ ସାହୁ ଭାଉଜ ଅର୍ଦ୍ଧ ଉଲଗ୍ନ ହୋଇ ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହି ସମୟରେ ବିଶିଷ୍ଟ ଲୋକଙ୍କ ସହିତ ମାଥିଲି ଥାନା ଅଧିକାରୀ ମଧ୍ୟ ମଞ୍ଚ ଆଗରେ ଉପସ୍ଥିତ ରହି ନୃତ୍ୟକୁ ଉପଭୋଗ କରିଥିଲେ । ଏହି ଘଟଣାକୁ ନେଇ ବିଏନଏସ ଧାରା ୨୯୬ରେ ଭାଗ୍ୟଶ୍ରୀ ସାହୁଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ଯାତ୍ରା କମିଟି ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି ।