ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସିରିଜ୍‌ ଏନ୍‌କାଉଣ୍ଟରରେ ଦୁଇ କୁଖ୍ୟାତ ବିହାରୀ ଲୁଟେରା ଘାଇଲା; ୨ବନ୍ଧୁକ, ଚୋରା ବାଇକ୍‌ ଓ ସୁନା ଜବତ

Published By : Prameya | April 4, 2025 8:20 AM

ଭୁବନେଶ୍ୱର,୦୪/୦୪: ରାଜ୍ୟ ବାହାରୁ ଆସି ରାଜଧାନୀରେ  ଲୁଟ୍‌ପାଟ୍‌, ଛିନତାଇ, ଚୋରି କରି  ଆତଙ୍କ ଖେଳାଉଥିବା ଅପରାଧୀମାନେ ହୁସିଆର... । ପୁଲିସ୍‌ ଗୁଳିରେ  ଘାଇଲା ହେବା ଏକରକମର ଥୟ ।  କମିଶନରେଟ୍‌ ପୁଲିସର ଏହି  ସିରିଜ୍‌ ଏନ୍‌କାଉଣ୍ଟରର  ୨  କୁଖ୍ୟାତ ବିହାରୀ ଲୁଟେରା ଶିକାର ହୋଇଛନ୍ତି । ରାଜଧାନୀ ଉପକଣ୍ଠ  ବାଙ୍କୁଆଳ ନଈପଠାରେ ସ୍ପେଶାଲ ସ୍କ୍ୱାଡ୍‌  ଉଭୟଙ୍କୁ ଗୁଳି କରି ଘାଇଲା କରିଛି । 

ଲୁଟେରା ଦ୍ୱୟ ହେଲେ, ମନୀଷ  କୁମାର ଯାଦବ (୨୪) ଓ ସୋନୁ  କୁମାର ଯାଦବ(୨୭) । ଉଭୟଙ୍କ  ଘର ବିହାରର କଠିଆର ଜିଲ୍ଲାରେ । ଏମାନେ ବିହାରର କୁଖ୍ୟାତ ଖୋରା  ଗ୍ୟାଙ୍ଗ ସଦସ୍ୟ । ଉଭୟଙ୍କ ବାମ  ଗୋଡ଼ ଆଣ୍ଠୁରେ ଗୁଳି ବାଜିଛି ।  ସେମାନଙ୍କ ଠାରୁ ପୁଲିସ୍‌ ୨ଟି ବନ୍ଧୁକ,  ଫୁଟା ଗୁଳି, ଗୋଟିଏ ଚୋରା ବାଇକ୍‌  ଓ ସୁନା ଚେନ୍‌ ଜବତ କରିଛି । 

ଡବଲ ଏନ୍‌କାଉଣ୍ଟର ପରେ  ରାଜ୍ୟ ବାହାର ଅପରାଧୀଙ୍କୁ ପୁଲିସ  କମିଶନର ଡ. ସୁରେଶ ଦେବଦତ୍ତ  ସିଂ ଚେତାବନୀ ଦେଇ  କହିଛନ୍ତି, ପୁଲିସ କୋ ଫ୍ଲାୱାର ସମଝେ କ୍ୟା । ଫ୍ଲାୱାର ନହିଁ, ଫାୟାର ହେଁ ପୁଲିସ୍‌... । ଶ୍ରୀ ସିଂଙ୍କ କହିବା ମୁତାବକ, ଗତ ୨୦ ତାରିଖରେ ରାଜଧାନୀରେ ସିରିଜ୍‌ ଲୁଟ୍‌ ହୋଇଥିଲା । ଗୋଟିଏ କି ଦୁଇଟି ନୁହେଁ, ସହରରୁ ଏକାବେଳକେ ୬ଟି ଜାଗାରେ ସୁନା ଚେନ୍‌ ଲୁଟ୍‌ ହୋଇଥିଲା । ମଞ୍ଚେଶ୍ୱର ଥାନା ଅଞ୍ଚଳର ପଳାଶୁଣୀଠାରେ ଏକ ଫଚ୍ୟୁନର କାର ଭିତରୁ ଅମୂଲ୍ୟ ଚମ୍ପତ୍ତିଙ୍କ ସ୍ତ୍ରୀଙ୍କଠାରୁ ସୁନା ଚେନ୍‌ ଲୁଟି ନେଇଥିଲେ । ବଡ଼ଗଡ଼ ଥାନାରୁ ୨ଟି ଜାଗାରୁ ସୁନା ଲୁଟ୍‌ ହୋଇଥିଲା । ଏହାଛଡ଼ା ଶ୍ରୀଲିଙ୍ଗରାଜ, ଚନ୍ଦ୍ରଶେଖରପୁର ଓ କ୍ୟାପିଟାଲ ଥାନା ଅଞ୍ଚଳରେ ୬ଟି ସୁନା ଚେନ୍‌ ଲୁଟ କରି ସହର ପାର୍‌ ହୋଇଯାଇଥିଲେ । 


ଏମାନଙ୍କୁ ଧରିବାକୁ ସ୍ପେଶାଲ୍‌ ସ୍କ୍ୱାଡ୍‌କୁ ନିର୍ଦ୍ଦେଶ ଦେଇଥିଲେ ଡିସିପି ଜଗମୋହନ ମୀନା । ସ୍ପେଶାଲ ସ୍କ୍ୱାଡ୍‌ ମୁଖିଆ ଏସିପି ହିମାଂଶୁ ସ୍ୱାଇଁ ଏହି ସମସ୍ତ ଅପରାଧସ୍ଥଳର ସିସି କ୍ୟାମେରା ଯାଞ୍ଚରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ କଲେ । ସୋନୁ ଓ ମନିଷକୁ ଚିହ୍ନଟ କରିଥିଲେ ସତ । କିନ୍ତୁ  ବାଇକ୍‌ଟି ଚୋରା ହୋଇଥିବାରୁ ସେମାନଙ୍କ ପରିଚୟ ମିଳି ପାରିନଥିଲା । ଏହାବାଦ୍‌ ବିଭିନ୍ନ ଜେଲ୍‌ରୁ ଫେରିଥିବା ପେସାଦାର ଲୁଟେରା ଓ ଅନ୍ୟ  ଅପରାଧୀଙ୍କୁ କୁଣ୍ଡଳି ବାହାର କରିଥିଲେ ।  

ବୁଧବାର ବିଳମ୍ବିତ ରାତିରେ ଏମାନେ ଭୁବନେଶ୍ୱର ରେଳଷ୍ଟେସନ ଦେଇ ସହରରେ ପଶିଥିବାର ଖବର ପାଇଥିଲେ ହିମାଂଶୁ । ଏମାନଙ୍କୁ ଧରିବା ପାଇଁ ସେ ଜାଲ ବିଛାଇଥିଲେ । ତାଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ  ସମ୍ବେଦନଶୀଳ ଛକରେ ପୁଲିସ ଭ୍ୟାନ୍‌ ପଇଁତରା ମାରୁଥିଲା । ଗୁରୁବାର ରାତି ପ୍ରାୟ ୮ଟାରେ ଏମାନେ ବଡ଼ଗଡ଼ ଥାନା ପୁରୀ-କଟକ ବାଇପାସ୍‌ ରାସ୍ତାରେ ଚକ୍କର କାଟୁଥିବା ଅଟୋମେଟିକ୍‌ ନମ୍ବର  ପ୍ଲେଟ୍‌ ରେକଗନାଇଜେସନ କ୍ୟାମେରା (ଏଏନ୍‌ପିଆର) ଫୁଟେଜରୁ  ଜଣାପଡି଼ଥିଲା । ହିମାଂଶୁ ତାଙ୍କ ଟିମ୍‌ ସହ ପୁରୀ ବାଇପାସ୍‌ କେଶୁରା  ଛକରେ ପହଞ୍ଚିଥିଲେ । ଉକ୍ତ ରାସ୍ତାରେ ପୁଲିସ ଭ୍ୟାନ୍‌ ଦେଖି ମନୀଷ ଓ  ସୋନୁ ବାଇକ୍‌ରେ ଦ୍ରୁତ ଗତିରେ ସାଇମନ୍ଦିର ଦେଇ ବାଙ୍କୁଆଳ ରାସ୍ତା  ଆଡ଼େ ପଳାଇଥିଲେ । ହିମାଂଶୁଙ୍କ ସନ୍ଦେହ ହେବାରୁ ସେମାନଙ୍କୁ ପିଛା  କରିଥିଲେ । ବାଙ୍କୁଆଳସ୍ଥିତ କୁଆଖାଇ ନଦୀ ବନ୍ଧରେ ଦ୍ରୁତଗତିରେ ଯିବାବେଳେ ଏକ ସିମେଣ୍ଟ ଚଟାଣରେ ବାଇକ୍‌ଟି ପିଟି ହୋଇଗଲା ।  ଉଭୟେ ତଳେ ପଡି଼ଗଲେ । ସୋନୁ ପୁଲିସ୍‌କୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା । ସ୍ପେଶାଲ ସ୍କ୍ୱାଡ୍‌ର ଅଧିକାରୀମାନେ ପାଲଟା ଫାୟାରିଂ  କରିଥିଲେ । ପୁଲିସ୍‌ର ମାଡ଼ରେ ମନୀଷ ଓ ସୋନୁ ଆହତ ହୋଇଥିଲେ ।  ଗୁଳି ଉଭୟଙ୍କ ବାମ ଗୋଡ଼ ଆଣ୍ଠୁରେ ବାଜିଥିଲା । ଉଭୟଙ୍କଠାରୁ ୯  ଏମ୍‌ଏମ୍‌ ଓ ୭.୬୫ ଏମ୍‌ଏମ୍‌ର ୨ଟି ପିସ୍ତଲ ଜବତ କରାଯାଇଛି ।  ପୁଲିସ୍‌ ସେମାନଙ୍କୁ କାବୁ କରି କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ଆଣିଥିଲା ।  ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ମେଡିକାଲ୍‌କୁ ପଠାଇ ଦିଆଯାଇଛି । ଶୁକ୍ରବାର ଦୁଇ ଜଣଙ୍କର ଅସ୍ତ୍ରୋପଚାର ହେବ ବୋଲି ପୁଲିସ୍‌ କହିଛି ।  

ଡିସିପି ଶ୍ରୀ ମୀନା କହିଛନ୍ତି, ଏହି ଦୁଇ ଜଣ ବିହାର ‘ଖୋରା’ ଗ୍ୟାଙ୍ଗ୍‌ର ପ୍ରମୁଖ ସଦସ୍ୟ । ‘ଖୋରା’ ଗ୍ୟାଙ୍ଗ୍‌ ଲୁଟେରାମାନେ ବିହାର, ପଶ୍ଚିମବଙ୍ଗ ସମେତ ଅନ୍ୟାନ୍ୟ ରାଜ୍ୟରେ ସୁନା ଚେନ୍‌ ଲୁଟ୍‌ପାଟ କରନ୍ତି । ଏମାନେ ଟ୍ରେନ୍‌ରେ କୌଣସି ଏକ ସହରରେ ପହଞ୍ଚିବା ପରେ  ସେଠାରୁ ଏକ ବାଇକ୍‌ ଚୋରି କରିଥାନ୍ତି । ଉକ୍ତ ଚୋରା ବାଇକ୍‌ରେ  ସହର ସାରା ବୁଲି ବୁଲି ସିରିଜ୍‌ ସୁନା ଚେନ୍‌ ଲୁଟ୍‌ କରନ୍ତି । ଲୁଟ୍‌ପାଟ୍‌  ସାରି ଉକ୍ତ ସହରର ରେଳଷ୍ଟେସନର ପାର୍କିଂରେ ବାଇକ୍‌କୁ ରଖି ବିହାର ପଳାନ୍ତି । ସେଠାରେ ଲୁଟ୍‌ ସୁନା ଚେନକୁ ବିକି ଦିଅନ୍ତି ।  ସୂଚନାଯୋଗ୍ୟ, ଗତ ଦୁଇ ମାସରେ ଭୁବନେଶ୍ୱର ୟୁପିଡିର  ଏହା ତୃତୀୟ ଏନ୍‌କାଉଣ୍ଟର । ଫେବ୍ରୁଆରୀ ୨୭ରେ କୁଖ୍ୟାତ  ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେକୁ ବାଲିଅନ୍ତା କେନାଲ  ରୋଡରେ ଏନ୍‌କାଉଣ୍ଟର କରିଥିଲା ସ୍ପେଶାଲ୍‌ ସ୍କ୍ୱାଡ୍‌ । ମାର୍ଚ୍ଚ ୯ରେ  ସ୍ପେଶାଲ ସ୍କ୍ୱାଡ୍‌ ଗୁଳିରେ ବିହାରର କୁଖ୍ୟାତ ଏଟିଏମ୍‌ ଲୁଟେରା ଦିପକ  କୁମାର ଘାଇଲା ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.