ନୂଆଦିଲ୍ଲୀ: ବିବାଦରେ ଫସିଲେ ଭାଇରାଲ ଆଇଆଇଟି ବାବା ଅଭୟ ସିଂ। ପୋଲିସ ତାଙ୍କ ଉପରେ ଏକ ମାମଲା ରୁଜୁ କରିଥିବା ନେଇ ଖବର ସାମ୍ନାକୁ ଆସିଛି। ଖବର ମୁତାବକ, ଜୟପୁରର ରିଦ୍ଧି ସିଦ୍ଧି ଅଞ୍ଚଳରେ ଥିବା ଏକ ହୋଟେଲରେ ବାବା ରହିବା ସହିତ ସେଠାରେ ବିବାଦିୟ ପରିସ୍ଥିତି ସୃଷ୍ଟି କରିଥିଲେ। ଏ ଖବର ଥାନାରେ ପହଞ୍ଚିବା ପରେ ଶିପ୍ରା ପଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଇଆଇଟି ବାବାଙ୍କୁ ନିଜ ହେପାଜତକୁ ନେଇଥିଲା।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାବାଙ୍କୁ ହେପାଜତକୁ ନେବାପରେ ରୁମର ତଲାସି କରିଥିଲା। ଆଉ ଏହି ତଲାସିରେ ପୋଲିସକୁ ବାବାଙ୍କ ରୁମରୁ ଅଳ୍ପ ପରିମାଣର ଗଞ୍ଜେଇ ଜବତ କରିଥିଲା। ଯାହା ଆଇନଗତ ଭାବେ ଅପରାଧ ହୋଇଥିଲେ ମଧ୍ୟ ଦଣ୍ଡନୀୟ ନୁହେଁ। ଏଣୁ ପୋଲିସ ବାବାଙ୍କୁ ବୁଝାଇ ଶୁଝାଇ ପୋଲିସ ଷ୍ଟେସନରୁ ଛାଡିଦେଇଥିଲା।
ପୋଲିସର ଏହି ପ୍ରକାରର କାର୍ଯ୍ୟାନୁଷ୍ଟାନରେ ଅସନ୍ତୁଷ୍ଟ ଆଇଆଇଟି ବାବା ସାମଜିକ ଗଣମାଧ୍ୟମରେ ଲାଇଭ ଆସି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ଆଉ ଏହା ପରେ ବାବଙ୍କ ସମର୍ଥକଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଅନ୍ୟପଟେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ବୋଲି ସୂଚନା ପ୍ରଦାନ କରିଛି।
ତେବେ ବାବା ସମସ୍ତ ଆରୋପକୁ ମିଛ ବୋଲି କହିବା ସହ ତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା ଯେଉଁଥିରେ ତାଙ୍କୁ ବେଲ ମିଳିଯାଇଛି ବୋଲି ପ୍ରକାଶ କହିଛନ୍ତି।