ବୌଦ୍ଧ,୧୬/୫(ଆପ୍ର): ବୌଦ୍ଧ ଥାନା ହରଭଙ୍ଗା ବ୍ଲକ ଅନ୍ତର୍ଗତ ନୂଆପଡା ଡ୍ୟାମ ନିକଟ ଜଙ୍ଗଲରୁ ୯୦ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ। ଏହି ମାମଲାରେ ପୁଲିସ କାହାରିକୁ ଗିରଫ କରି ନାହିଁ। ସୂଚନା ମତେ, ବୌଦ୍ଧ ଥାନା ପୁଲିସ ବିଶେଷ ସୂତ୍ରରୁ ଗଞ୍ଜେଇ ଚାଲାଣ ନେଇ ସୂଚନା ପାଇଥିଲା। ପୁଲିସ ଏକ ଟିମ ନୂଆପଡା ଡ୍ୟାମ ନିକଟ ଜଙ୍ଗଲ ଉପରେ ଚଢଉ କରିଥିଲେ। ସେଠାରୁ ତିନିଟି ଜରି ବସ୍ତାରେ ରଖା ଯାଇଥିବା ଗଞ୍ଜେଇ ଜବତ କରିଥିଲେ। ଜବତ ଗଞ୍ଜେଇକୁ ଓଜନ କରାଯିବାରୁ ତାହା ୯୦ କେଜି ଗଞ୍ଜେଇ ହୋଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।