​​​​​​​ବୋରିଗୁମ୍ମା,୧୬।୨ ; କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ଗୁଲୁମୀ ଜଳପ୍ରପାତରେ ବୁଡ଼ି ଜଣେ ପୁଲିସ ଏସ୍ଆଇ ନିଖୋଜ l ନିଖୋଜ ଏସଆଇ ଛତିଶଗଡ଼ ନଗରନାର ଥାନାର ଆକାଶ ଚୌଧୁରୀ। କୋଟପାଡ଼ ଅଗ୍ନିଶମ ବିଭାଗ ଟିମ୍  ଏବଂ  ଓଡ୍ରାଫ ଟିମ୍  ଜଳପ୍ରପାତରେ ଖୋଜାଖୋଜି କରୁଛନ୍ତି।

ରବିବାର ଗୁଲୁମୀରେ ୫ଜଣ ପିକନିକ କରିବାକୁ ଆସିଥିଲେ।  କୌଣସି କାରଣ ବଶତଃ ଆକଶ ପାଣିରେ ବୁଡ଼ି ଯାଇଛନ୍ତି l ଖବର ପାଇ କୋଟପାଡ଼ ଅଗ୍ନିଶମ ବିଭାଗ ଟିମ୍ ଓ ଓଡ୍ରାଫ ଟିମ୍ ସନ୍ଧାନ ଜାରି ରଖିଛନ୍ତି l କୋଟପାଡ଼ ପୁଲିସ ପହଂଚି ତଦନ୍ତ କରୁଛି l