ନୂଆଦିଲ୍ଲୀ, ୮।୩: ସାଧାରଣତଃ ଲୋକମାନେ ନିଜର କଷ୍ଟଅର୍ଜିତ ଟଙ୍କାକୁ ଏମିତି ଏକ ସ୍ଥାନରେ ନିବେଶ କରିବାକୁ ଚାହାଁନ୍ତି, ଯେଉଁଠାରେ ଟଙ୍କା ସୁରକ୍ଷିତ ରହିବା ସହ ଭଲ ରିଟର୍ଣ୍ଣ ମଧ୍ୟ ମିଳିବ । ଯଦି ଆପଣ ମଧ୍ୟ ବିନା କୌଣସି ବିପଦରେ ଅର୍ଥାତ୍ ଜିରୋ ରିସ୍କରେ ଏକ ବଡ଼ ପାଣ୍ଠି ଗଢ଼ିବାକୁ ଚାହୁଁଛନ୍ତି, ତେବେ ପୋଷ୍ଟ ଅଫିସର 'ଟାଇମ୍ ଡିପୋଜିଟ୍ ସ୍କିମ୍' ଆପଣଙ୍କ ପାଇଁ ସର୍ବୋତ୍ତମ ବିକଳ୍ପ ହୋଇପାରେ । ଏହି ସ୍କିମ୍ରେ ମାତ୍ର ୨ ଲକ୍ଷ ଟଙ୍କା ନିବେଶ କରି ଆପଣ କେବଳ ସୁଧ ଆକାରରେ ପାଖାପାଖି ୯୦ ହଜାର ଟଙ୍କା ରୋଜଗାର କରିପାରିବେ । ଆସନ୍ତୁ ଜାଣିବା ଏହି ସ୍କିମ୍ ବିଷୟରେ ।
ସୁଧ ହାର ଓ ନିବେଶ ଅବଧିପୋଷ୍ଟ ଅଫିସ୍ ଟାଇମ୍ ଡିପୋଜିଟ୍ରେ ଆପଣ ଭିନ୍ନ ଭିନ୍ନ ଅବଧି ପାଇଁ ଟଙ୍କା ରଖିପାରିବେ । ଏଥିରେ ସୁଧ ହାର ମଧ୍ୟ ବେଶ୍ ଆକର୍ଷଣୀୟ ରହିଛି:
୧ ବର୍ଷ ପାଇଁ: ୬.୯% ସୁଧ
୨ କିମ୍ବା ୩ ବର୍ଷ ପାଇଁ: ୭.୦% ସୁଧ
୫ ବର୍ଷ ପାଇଁ: ୭.୫% ସୁଧ
କେମିତି ମିଳିବ ୯୦,୦୦୦ ଟଙ୍କାର ଲାଭ ?
ଯଦି ଆପଣ ଏହି ସ୍କିମ୍ରେ ୫ ବର୍ଷ ପାଇଁ ୨ ଲକ୍ଷ ଟଙ୍କା ନିବେଶ କରୁଛନ୍ତି, ତେବେ ୭.୫% ସୁଧ ହାର ଅନୁଯାୟୀ:
ମୋଟ ସୁଧ: ୮୯,୯୯୦ ଟଙ୍କା (ପ୍ରାୟ ୯୦ ହଜାର)
ମାଚ୍ୟୁରିଟି ପରେ ମୋଟ ରାଶି: ୨,୮୯,୯୯୦ ଟଙ୍କା
ସେହିପରି ଯଦି ଆପଣ ୫ ଲକ୍ଷ ଟଙ୍କା ନିବେଶ କରନ୍ତି, ତେବେ ୫ ବର୍ଷ ପରେ ଆପଣଙ୍କୁ ସୁଧ ବାବଦକୁ ୨,୨୪,୯୭୪ ଟଙ୍କା ମିଳିବ ଏବଂ ଆପଣଙ୍କ ମୋଟ ପାଣ୍ଠି ୭,୨୪,୯୭୪ ଟଙ୍କା ହୋଇଯିବ । ଏହି ସ୍କିମ୍ରେ ସର୍ବନିମ୍ନ ନିବେଶ ୧,୦୦୦ ଟଙ୍କା, ସର୍ବାଧିକ ନିବେଶରେ କୌଣସି ସୀମା ନାହିଁ, ଆୟକର ଧାରା 80C ଅନୁଯାୟୀ ୫ ବର୍ଷିଆ ଜମା ଉପରେ ଟ୍ୟାକ୍ସ ଛାଡ଼, ଖାତା ପ୍ରକାର ସିଙ୍ଗଲ୍ କିମ୍ବା ଜଏଣ୍ଟ ଆକାଉଣ୍ଟ ଖୋଲିହେବ । କହିରଖୁଛୁ ଯେ, ଯେହେତୁ ଏହା ଏକ ସରକାରୀ ଯୋଜନା, ଏଥିରେ ଆପଣଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥାଏ । ବ୍ୟାଙ୍କ ଏଫଡି ତୁଳନାରେ ଏଠାରେ ଅଧିକ ସୁଧ ମିଳୁଥିବାରୁ ଏହା ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ।