ନୂଆଦିଲ୍ଲୀ, ୯।୪: ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ଭବିଷ୍ୟତ ପାଇଁ ଏକ ବଡ଼ ପାଣ୍ଠି ଗଢ଼ିବାକୁ ଚାହାଁନ୍ତି । ଯଦି ଆପଣ ବିନା କୌଣସି ବିପଦରେ ସୁରକ୍ଷିତ ନିବେଶ କରି ଲକ୍ଷାଧିକ ଟଙ୍କା ପାଇବାକୁ ଚାହୁଁଛନ୍ତି, ତେବେ ପୋଷ୍ଟ ଅଫିସ୍ର ରିକରିଂ ଡିପୋଜିଟ୍ ଅର୍ଥାତ୍ RD ସ୍କିମ୍ ଆପଣଙ୍କ ପାଇଁ ଏକ ଶ୍ରେଷ୍ଠ ବିକଳ୍ପ । ଏହି ସ୍କିମ୍ର ଗଣିତ ଅତ୍ୟନ୍ତ ସରଳ । ଯଦି ଆପଣ ଦୈନିକ ୩୦୦ ଟଙ୍କା ସଞ୍ଚୟ କରନ୍ତି, ତେବେ ମାସକୁ ଆପଣ ୯,୦୦୦ ଟଙ୍କା ଜମା କରିବେ ।
୧୦ ବର୍ଷର ନିବେଶ: ଆପଣଙ୍କ ଦ୍ୱାରା ଜମା କରାଯାଇଥିବା ମୂଳ ଧନ ହେବ ୧୦,୮୦,୦୦୦ ଟଙ୍କା ।
ସୁଧ ହାର: ବର୍ତ୍ତମାନ ଏହି ସ୍କିମ୍ ଉପରେ ବାର୍ଷିକ ୬.୭୦% ସୁଧ ମିଳୁଛି ।
ମୋଟ୍ ରିଟର୍ଣ୍ଣ: ୧୦ ବର୍ଷ ପରେ ଆପଣଙ୍କୁ ମାଚ୍ୟୁରିଟି ବାବଦକୁ ପ୍ରାୟ ୧୫,୨୦,୮୮୯ ଟଙ୍କା ମିଳିବ ।
ଲାଭ: ଏଥିରେ କେବଳ ସୁଧ ବାବଦକୁ ଆପଣଙ୍କୁ ପ୍ରାୟ ୪.୪୦ ଲକ୍ଷ ଟଙ୍କା ମିଳିବ ।
ଏହା ବି ପଢ଼ନ୍ତୁ... ରୂପା ମୂଲ୍ୟରେ ୪,୭୦୦ଟଙ୍କା ହ୍ରାସ ,ଜାଣନ୍ତୁ ୧୦ ଗ୍ରାମ ସୁନାର ମୂଲ୍ୟ କେତେ ?
ପୋଷ୍ଟ ଅଫିସ୍ RD ସ୍କିମ୍ର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ:
ମାତ୍ର ୧୦୦ ଟଙ୍କା ଦେଇ ଆପଣ ଏହି ଖାତା ଖୋଲିପାରିବେ । ଏଥିରେ ସର୍ବାଧିକ ଜମା ରାଶିର କୌଣସି ସୀମା ନାହିଁ । ପୋଷ୍ଟ ଅଫିସ୍ RD ସାଧାରଣତଃ ୫ ବର୍ଷ ପାଇଁ ହୋଇଥାଏ । କିନ୍ତୁ ଆପଣ ଏହାକୁ ଆହୁରି ୫ ବର୍ଷ ପାଇଁ ବଢ଼ାଇ ମୋଟ୍ ୧୦ ବର୍ଷ କରିପାରିବେ । ଏହା ଏକ ସରକାରୀ ଯୋଜନା ହୋଇଥିବାରୁ ଏଠାରେ ଆପଣଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହେ । ଯଦି ଆପଣଙ୍କର ଟଙ୍କା ଦରକାର ହୁଏ, ତେବେ ୧୨ଟି କିସ୍ତି ଜମା କରିବା ପରେ ଆପଣ ଜମା ରାଶିର ୫୦% ପର୍ଯ୍ୟନ୍ତ ଋଣ ନେଇପାରିବେ ।
କିପରି ଖୋଲିବେ ଖାତା ?
ଖାତା ଖୋଲିବା ପାଇଁ ଆପଣଙ୍କୁ ନିକଟସ୍ଥ ଡାକଘରକୁ ଯିବାକୁ ପଡ଼ିବ । ଆପଣ ଚାହିଁଲେ ମୋବାଇଲ୍ ବ୍ୟାଙ୍କିଙ୍ଗ୍ କିମ୍ବା ଇ-ବ୍ୟାଙ୍କିଙ୍ଗ୍ ଜରିଆରେ ମଧ୍ୟ ଏହି ଆକାଉଣ୍ଟ ଖୋଲିପାରିବେ । ଏଥିପାଇଁ କେବଳ ଆଧାର କାର୍ଡ, ପ୍ୟାନ୍ କାର୍ଡ ଏବଂ ଫଟୋ ଭଳି ସାଧାରଣ କାଗଜପତ୍ର ଆବଶ୍ୟକ । ନିବେଶ କରିବା ପୂର୍ବରୁ ସବୁବେଳେ ନିଜର ଆର୍ଥିକ ପରାମର୍ଶଦାତାଙ୍କ ସହ ଆଲୋଚନା କରନ୍ତୁ ।