ଶ୍ରୀନଗର,୧୩/୦୫: ଏପ୍ରିଲ ୨୨ରେ ପହଲଗାମ ବୈସରନ ଘାଟିରେ ନରସଂହାର ଘଟାଇଥିବା ଆତଙ୍କୀ କାଶ୍ମୀରରେ ଲୁଚିଛନ୍ତି । ସେମାନେ ପୋଲିସ ହାତରେ ଲାଗି ନାହାନ୍ତି । ତାଙ୍କୁ ଖୋଜି ବାହାର କରିବାକୁ ଦକ୍ଷିଣ କାଶ୍ମୀରର ଗଳି କନ୍ଦିରେ ୩ ମୋଷ୍ଟୱାଣ୍ଟେଡଙ୍କ ପୋଷ୍ଟର ଲାଗିଛି । ଆତଙ୍କୀଙ୍କ ବାବଦରେ ସୂଚନା ଦେଲେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି ।
୨୬ ପର୍ଯ୍ୟଟକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଆତଙ୍କୀ ଏବେ ବି ସୁରକ୍ଷାକର୍ମୀ ହାତରେ ଲାଗିନାହିଁ । ଏବେ ଆତଙ୍କୀଙ୍କୁ କାବୁ କରିବାକୁ କାଶ୍ମୀରରେ ଆତଙ୍କୀଙ୍କ ପୋଷ୍ଟର ଲାଗିଛି । ଦକ୍ଷିଣ କାଶ୍ମୀର ଏକାଧିକ ସ୍ଥାନରେ ୩ ମୋଷ୍ଟୱାଣ୍ଟେଡ଼ଙ୍କ ପୋଷ୍ଟର ଲଗାଯାଇଛି । ସେମାନଙ୍କ ବାବଦରେ ସୂଚନା ଦେଲେ ୨୦ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଘୋଷଣା ହୋଇଛି । କୁହାଯାଉଛି କି ଆତଙ୍କୀ ଆଦିଲ ହୁସେନ, ଅଲି ଓ ହାସିମ ପହଲଗାମ ନରସଂହାର ଘଟାଇବା ପରେ ସେମାନେ ଦକ୍ଷିଣ କାଶ୍ମୀରରେ ଲୁଚିଛନ୍ତି ।
#WATCH | Jammu & Kashmir | Posters appear in different parts of Pulwama District, announcing Rs 20 lakh reward on information of terrorists involved in Pahalgam terror attack pic.twitter.com/QN6cqfHq7r
— ANI (@ANI) May 13, 2025
ଫେରିଲା ଶାନ୍ତି, ଖୋଲିଲା ସ୍କୁଲ- ଭାରତ-ପାକ୍ ଅସ୍ତ୍ରବିରତି ପରେ ଚଳଚଞ୍ଚଳ ହୋଇଛି ସୀମା । ସବୁ କିଛି ଶାନ୍ତ ପଡିଛି । ସ୍ଥିତି ସ୍ୱାଭାବିକ୍ ହୋଇଛି । ସ୍କୁଲ-କଲେଜ୍ ପୁଣି ଖୋଲିଛି । ପିଲାମାନେ ଖୁସିରେ ନାଚିଛନ୍ତି । ଶ୍ରୀନଗର-ରିଆସିରରେ ସ୍କୁଲ ଖୋଲିବା ସମୟର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ପିଲମାନେ ବହୁତ ଖୁସି ଅଛନ୍ତି । ସେହିପରି ଉଦମପୁରରେ ଦୋକାନ ବଜାର ଖୋଲିଛି ।
#WATCH | Jammu & Kashmir | Schools have reopened in Srinagar after cessation of hostilities between India and Pakistan pic.twitter.com/bg9IwLZ5v0
— ANI (@ANI) May 13, 2025
ଅଧିକ ପଢନ୍ତୁ...ଜମ୍ମୁ କାଶ୍ମୀରର ସୋପିଆନରେ ଏନ୍କାଉଣ୍ଟର,ଜଣେ ଆତଙ୍କବାଦୀ ନିହତ
୪ ଆତଙ୍କୀ ସଫା- ଜମ୍ମୁକାଶ୍ମୀର ସୋପିଆନ୍ରେ ବଡ଼ ଧରଣର ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୪ ଆତଙ୍କୀଙ୍କୁ ନିପାତ କରିଛି ସୁରକ୍ଷାକର୍ମୀ । ୨ ଆତଙ୍କୀ ଧରା ପଡିଛନ୍ତି । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଜାରି ରହିଛି । ଅପରେସନ୍ ସିନ୍ଦୂର ପରେ ଏହା ପ୍ରଥମ ଏନକାଉଣ୍ଟର ।
କହି ରଖୁଛୁ କି, ଗତ ଏପ୍ରିଲ ୨୨ରେ ଭାରତର ଭୂସ୍ୱର୍ଗ ଜମ୍ମୁ କାଶ୍ମୀର ପହଲଗାମ ବୈସରନ ଘାଟିରେ ନରସଂହାର କରିଥିଲେ ଆତଙ୍କୀ । ଭୟଙ୍କର ଆତଙ୍କୀ ହମଲାରେ ୨୬ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଜଣେ ନେପାଳୀ ନାଗରିକ ଥିଲେ । ଦେଶକୁ ଦୋହଲାଇ ଦେଇଥିଲା ଆତଙ୍କା ଆକ୍ରମଣ । ପହଲଗାମ ପ୍ରତିଶୋଧ ନେବାକୁ ଭାରତ ଅପରେସନ୍ 'ସିନ୍ଦୂର' ଆରମ୍ଭ କରିଥିଲେ । ପିଓକେ ଓ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ମିଜାଇଲ ମାଡ କରି ଛାରଖାର କରିଥିଲା । ଏଥିରେ ୧୦୦ ଆତଙ୍କୀ ନିପାତ ହୋଇଥିଲେ । ଏହାପରେ ପାକିସ୍ତାନ ଭାରତର ସୀମାବର୍ତ୍ତୀ ରାଜ୍ୟରେ ମିଜାଇଲ ମାଡ କରିଥିଲା । ଭାରତୀୟ ସେନା ମୁହଁତୋଡ ଜବାବ୍ ଦେଇଥିଲା । ୩ ଦିନ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଘମାସାନ ହୋଇଥିଲା । ଏହାପରେ ଆମେରିକା ମଧ୍ୟସ୍ଥତାରେ ଅସ୍ତ୍ରବିରତି ସହମତି ହୋଇଥିଲା ।