ନୂଆଦିଲ୍ଲୀ,୨୧/୧୧; କର୍ଣ୍ଣାଟକ କଂଗ୍ରେସ କଳି ଦିଲ୍ଲୀରେ ପହଞ୍ଚିବା ପରେ ସିଏମ୍ ପଦକୁ ଥିବା ସପେନ୍ସ ଉପରୁ ଚିତ୍ର ସ୍ପଷ୍ଟ ହେଉଛି । କର୍ଣ୍ଣାଟକ ସରକାରଙ୍କ ନେତୃତ୍ୱର ସମ୍ଭାବ୍ୟ ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଅନୁଗତ ବିଧାୟକମାନେ କଂଗ୍ରେସ ଶୀର୍ଷ ନେତାଙ୍କୁ ଭେଟିବା ପାଇଁ ନୂଆଦିଲ୍ଲୀ ଯାଇଛନ୍ତି । ସେମାନେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍ଗେ ଓ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବେ । ସରକାରଙ୍କ ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚାକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଖାରଜ କରିବା ସହି ଏହାକୁ "ଅଯଥା ବିତର୍କ" ବୋଲି କହିଛନ୍ତି ।
''କ୍ଷମତା ସୁରକ୍ଷିତ''- ରାଜ୍ୟରେ ସିଦ୍ଧରମୈୟାଙ୍କ ନେତୃତ୍ୱାଧୀନ ସରକାର ଅଢ଼େଇ ବର୍ଷ ପୂରଣ କରିବା ପରେ ସିଦ୍ଧରମୈୟା ଏବଂ ଶିବକୁମାରଙ୍କ ମଧ୍ୟରେ "ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସୂତ୍ର" ଉପରେ ଆଧାରିତ ଏକ କଥିତ ଚୁକ୍ତିରୁ ସମ୍ପ୍ରତି କଳ୍ପନାଜଳ୍ପନା ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ ସିଦ୍ଧରମୈୟା ଏବଂ ଶିବକୁମାର ଉଭୟ ଅଢ଼େଇ ବର୍ଷ ପାଇଁ ଶୀର୍ଷ ପଦବୀରେ ରହିବେ ବୋଲି 'ଚୁକ୍ତି' କରାଯାଇଥିଲା, କିନ୍ତୁ ଦଳ ଦ୍ୱାରା ଏପର୍ଯ୍ୟନ୍ତ ଏହା ନିଶ୍ଚିତ କରାଯାଇ ନାହିଁ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା "ଏକ ଅନାବଶ୍ୟକ ବିତର୍କ"। ଅଢ଼େଇ ବର୍ଷ ପରେ ମନ୍ତ୍ରିମଣ୍ଡଳ ପୁନଃର୍ଗଠନ କରାଯାଇପାରିବ ବୋଲି କୁହାଯିବା ପରେ ହିଁ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗ ସାମ୍ନାକୁ ଆସିଥିଲା । ଦଳୀୟ ନେତାମାନଙ୍କୁ ମନ୍ତ୍ରିମଣ୍ଡଳ ପୁନର୍ଗଠନ ସମ୍ପର୍କରେ ନିଷ୍ପତ୍ତି ନେବାକୁ ପଡିବ। ଚାମାରାଜନଗର ଗସ୍ତ ବେଳେ ସିଦ୍ଧରମୈୟା କହିଛନ୍ତି ତାଙ୍କ କ୍ଷମତା ସୁରକ୍ଷିତ ଏବଂ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ପ୍ରୟାସ କରାଯାଉଛି । ମୋର କ୍ଷମତା ବର୍ତ୍ତମାନ ଏବଂ ଭବିଷ୍ୟତରେ ସୁରକ୍ଷିତ।"
କ'ଣ କହିଲେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର- ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ଉପରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି, "ସମସ୍ତ ୧୪୦ ବିଧାୟକ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ । ସେମାନେ ସବୁକିଛି ହୋଇପାରିବେ । ମୁଁ କୌଣସି ଗୋଷ୍ଠୀର ନେତା ନୁହେଁ, ମୁଁ ୧୪୦ ବିଧାୟକଙ୍କ ସଭାପତି, ସମସ୍ତ ୧୪୦ ବିଧାୟକ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ, ମୁଁ କାହାକୁ ଛାଡିବାକୁ କହିନାହିଁ, ଗୋଷ୍ଠୀବାଦ ମୋ ରକ୍ତରେ ନାହିଁ । କିଛି ଲୋକ ମୁଖ୍ୟମନ୍ତ୍ରୀଙ୍କ ସହିତ ଯାଆନ୍ତି, ସେମାନେ ନିଜର ମୁହଁ ଦେଖାଇବାକୁ ଚାହାଁନ୍ତି, ସେମାନେ ଏକ ବଡ଼ ଦାୟିତ୍ୱ ପାଇବାକୁ ଆକାଂକ୍ଷା ରଖନ୍ତି, ଏଥିରେ କ’ଣ ଭୁଲ ଅଛି ? ଯେକୌଣସି ବ୍ୟକ୍ତି ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ହୋଇପାରିବେ, ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ୫ ବର୍ଷ ପୂରଣ କରିବେ, ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଆମେ ସମସ୍ତେ ଏକାଠି କାମ କରିବୁ। "
#WATCH | Bengaluru: On speculations around the CM post in the state, Karnataka Deputy CM DK Shivakumar says, "All 140 MLAs are eligible to become ministers, CM. They can become everything...CM has said that he will complete 5 years. I wish him all the best. We will all work with… pic.twitter.com/GbZrbfttRW
— ANI (@ANI) November 21, 2025