ନୂଆଦିଲ୍ଲୀ, ୩୦/୦୬ : ସାଉଥ୍ ସୁପରଷ୍ଟାର ପୱନ କଲ୍ୟାଣଙ୍କ ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରନ୍ତି। ତାଙ୍କର ବହୁ ଫ୍ୟାନ୍ ଫଲୋଇଙ୍ଗ୍ ମଧ୍ୟ ଅଛନ୍ତି। ହେଲେ ତାଙ୍କର ଫିଲ୍ମ ଓଜି ବକ୍ସ ଅଫିସରେ ସେତେଟା କଲେକ୍ସନ କରିପାରିନଥିଲା। ଫିଲ୍ମଟି ଫ୍ଲପ୍ ହୋଇଥିଲା। ଫିଲ୍ମଟି ଆରମ୍ଭରୁ ଦମଦାର୍ ହୋଇଥିଲେ ବି ଶେଷ ବେଳକୁ ବୋରିଂ ଥିଲା। ଏବେ ଓଜି-୨ ପାଇଁ ପ୍ରସ୍ତୁତି ଚାଲିଛି। ତେବେ ଓଜି-୨ରେ ପୱନ କଲ୍ୟାଣଙ୍କ ଅପୋଜିଟ୍ ରେ ଅଭିନେତ୍ରୀ ପୂଜା ହେଗଡେ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ପୂଜା ବଲିଉଡ୍ ଏବଂ ସାଉଥ୍ ଇଣ୍ଡଷ୍ଟ୍ରିରେ ଡିମାଣ୍ଡିଂ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। 

ରିପୋର୍ଟ ଅନୁଯାୟୀ, ଓଜି-୨ରେ ଫିଲ୍ମ ମେକର୍ସ ପୂଜା ହେଗଡେଙ୍କୁ କାଷ୍ଟ କରିବାକୁ ଚାହୁଁଛନ୍ତି। କିଛି ଦିନ ହେବ ତାଙ୍କର ପ୍ରଦର୍ଶନ ଭଲ ରହିଛି। ଏବେ ତାଙ୍କୁ ଏହି ବଡ଼ ପ୍ରୋଜେକ୍ଟ ମିଳିବ ବୋଲି ଅନୁମାନ କରାଯାଉଛି। ତେବେ ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ। ଓଜି-୨ର ଏବେ ସ୍କ୍ରିପ୍ଟ ଫାଇନାଲ୍ କାମ ଚାଲିଛି। ପୱନ କଲ୍ୟାଣ ଖୋଦ ଫିଲ୍ମର ନିର୍ମାଣ କରୁଛନ୍ତି। ଏହି ଫିଲ୍ମରେ ସୁଜିତ ନିର୍ଦ୍ଦେଶନା ଦେଉଛନ୍ତି। 

ଓଜିର ପ୍ରଥମ ପାର୍ଟ ଏତେ ଦମଦାର୍ ନଥିଲା। ଏହି ଫିଲ୍ମ ପ୍ରଥମ ଦିନ ୧୫୦ କୋଟିରୁ ଅଧିକ କଲେକ୍ସନ କରିଥିଲା। ସାଧାରଣତଃ କିଛି ଫିଲ୍ମ ତାଙ୍କର ଲାଇଫଟାଇମ୍ ରେ ଏତେ ଟଙ୍କା ସଂଗ୍ରହ କରିବାରେ ବିଫଳ ହୋଇଛନ୍ତି। ତେବେ ମୋଟାମୋଟି ଭାବେ ଦେଖିବାକୁ ଗଲେ ଫିଲ୍ମଟି ପରେ ଭଲ ବ୍ୟବସାୟ କରିପାରି ନଥିଲା। ୨୫୦ କୋଟି ବଜେଟ୍‌ ରେ ନିର୍ମାଣ ହୋଇଥିବା ଫିଲ୍ମ ୩୦୦ କୋଟି କଲେକ୍ସନ କରିଥିଲା। ପୱନ କଲ୍ୟାଣ ଏବେ ଏକ ସିକ୍ୱେଲ୍ ସହିତ ଏହି ଫିଲ୍ମ ଫ୍ରାଞ୍ଚାଇଜ୍ ରୁ ଫ୍ଲପ୍ ଟ୍ୟାଗ୍ ହଟାଇବାକୁ ଆଶାବାଦୀ ଅଛନ୍ତି। 

ଆହୁରି ପଢନ୍ତୁ- ଓଡ଼ିଆ ଚଳଚ୍ଚିତ୍ର ‘ପଶାପାଲି’ର ଶୁଭ ମହୁରତ, ଶ୍ରୀମୟୀ ମିଶ୍ର ମୁଖ୍ୟ ନାୟିକା