ନୂଆଦିଲ୍ଲୀ: ସ୍ବାମୀଙ୍କ ସତ ଜାଣିବା ପାଇଁ ସ୍ତ୍ରୀ ଇନଷ୍ଟାଗ୍ରାମରେ ଖୋଲିଲେ ଫେକ୍ ଆଇଡି । ନୂଆ ଝିଅ ଭାବି ସ୍ବାମୀର କଲେ ଚାଟିଂ । ହୋଟେଲରେ ମୁହଁ ଦେଖିବା ପରେ ଆରମ୍ଭ ହେଲା ଝଗଡ଼ା । ସ୍ତ୍ରୀକୁ ଆକ୍ରମଣ କଲା ସ୍ବାମୀ । ପ୍ରୟାଗରାଜରୁ ଆସିଛି ଏଭଳି ଏକ ଖବର । ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସ ସ୍ବାମୀ ପ୍ରଭୁଦତ୍ତଙ୍କୁ ଗିରଫ କରିଛି । ସେପଟେ ସ୍ତ୍ରୀ ଖୋଲିଛନ୍ତି ସ୍ବାମୀଙ୍କ ଗୁମର ।
ମହିଳା ଜଣକ କହିଛନ୍ତି କି, ମୋ ସ୍ବାମୀଙ୍କ ଅଲଗା ମହିଳାଙ୍କ ସହ ସମ୍ପର୍କ ରହିଛି । ମୋତେ ପ୍ରଥମରୁ ମଧ୍ୟ ସନ୍ଦେହ ହୋଇଥିଲା । ଯେଉଁ କାରଣରୁ ଆମ ଭିତରେ ଝଗଡ଼ା ମଧ୍ୟ ହେଉଥିଲା । ଏମିତିକି ସେ ମୋତେ ଘରୁ ବାହାର କରି ଦେଇଛନ୍ତି । ମୁଁ ମୋ ବାପଘରେ ରହୁଛି । ସେ ମୋତେ ରଖିବୁକ ସିଧା ସିଧା ମନା କରୁଥିଲେ ।
ମୁଁ ସତ ଜାଣିବା ପାଇଁ ଇନଷ୍ଟାଗ୍ରାମରେ ଏକ ଫେକ୍ ଆକାଉଣ୍ଟ ଖୋଲିଥିଲି । ଆଉ ତାଙ୍କ ସହ ଚାଟ୍ କରିବା ଆରମ୍ଭ କଲି । ଝିଅ ପିଲା ଭାବି ସେ ମଧ୍ୟ କଥା ହେଉଥିଲେ । ସବୁବେଳେ ହୋଟେଲକୁ ଆସିବ ପାଇଁ ଡାକୁଥିଲେ । ଏମିତିକି କଥା ବାହାଘର ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଥିଲା । ତାଙ୍କ ସହ କଥା ହେବା ପରେ ତାଙ୍କ ଚରିତ୍ର କେମିତି ବେଶ ଭାବେ ଜାଣିପାରିଲି ।
ବାରମ୍ବାର ହୋଟେଲକୁ ଡାକୁଥିବାବେଳେ ମୁଁ ମଧ୍ୟ ଚକମା ଦେବାକୁ ଯାଇଥିଲି । ମୁହଁରେ କପଡ଼ା ବାନ୍ଧିଥିଲି ସେ ମୋତେ ଜାଣିପାରିନଥିଲେ । ବହୁତ ସମୟ ପର୍ଯ୍ୟନ୍ତ ମୋ ସହ କଥା ହୋଇଥିଲେ । ମାତ୍ର ଯେତେବେଳେ ମୁହଁରୁ କପଡ଼ା କାଢ଼ିଲି ସେ ଚିହ୍ନି ପକାଇଲେ । ଆଉ ମୋତେ ମାଡ଼ ମାରିବାକୁ ଆରମ୍ଭ କଲେ । ସେଠାରେ ଥିବା ଲୋକେ ମୋ ଚିତ୍କାର ଶୁଣି ମୋତେ ବଞ୍ଚାଇବାକୁ ଆସିଲେ । ପୁଲିସକୁ ଖବର ଦେଇଥିଲେ ଆଉ ତାଙ୍କୁ ଗିରଫ କରାଯାଇଛି । ସେପଟେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହାସହ ପଢ଼ନ୍ତୁ : ବାପାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୁଅ... ବିଜୟଙ୍କୁ 'ଥଲାପଥୀ' କରିଥିବା ପିତାଙ୍କ କାହାଣୀ