ପ୍ରମୂଖ ଖବର
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ଖଟିଆରେ ବୁହା ହେଲେ ଗର୍ଭବତୀ, ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

ଆନନ୍ଦପୁର,୦୯/୧୧: ଆନନ୍ଦପୁର ଅଞ୍ଚଳରେ ଜନନୀ ଯନ୍ତ୍ରଣା । ଗର୍ଭବତୀ ଖଟିଆରେ ବୁହା ହେବାର ଦୃଶ୍ୟ ପୁଣି ଥରେ ଦେଖିବାକୁ ମିଳିଛି । ଗାଁକୁ ରାସ୍ତା ନଥିବାରୁ ପଇତାପାଣି ସୁକୁରା ସାହିର ଶିବ ହୋଙ୍କ ପତ୍ନୀ ଗାଙ୍ଗୀ ଖଟିଆରେ ବୁହା ହୋଇ ଆନନ୍ଦପୁର ଡାକ୍ତରଖାନା ଯାଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ କଣ୍ଟିପାଳ ପଞ୍ଚାୟତ ପଇତାପାଣି ସୁକୁରା ସାହିରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଶିବ ହୋଙ୍କ ପତ୍ନୀ ଗାଙ୍ଗୀ ଗର୍ଭବତୀ ଥିଲେ । ଶୁକ୍ରବାର ଗାଙ୍ଗୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କ ସ୍ୱାମୀ ୧୦୮ ଆମ୍ବୁଲାନ୍ସକୁ ଡକାଇଥିଲେ । ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ସୁକୁରା ସାହି ଠାରୁ ୧କିଲୋମିଟର ଦୂର ମାଝି ସାହି ନିକଟରେ ରହିଥିଲା । ପରେ ମହିଳାଙ୍କ ପରିବାର ଏବଂ ସାହିଲୋକେ ମିଳିମିଶି ଗର୍ଭବତୀ ଗାଙ୍ଗୀଙ୍କୁ ଏକ ଖଟିଆରେ ବୋହି ନେଇଥିଲେ । ଖଟିଆରେ ବୋହି ବିଲ ହିଡ ରାସ୍ତାରେ ଆଣି ଆମ୍ବୁଲାନ୍ସ ନିକଟରେ ଛାଡି ଥିଲେ । ଆମ୍ୱୁଲାନ୍ସ ଯୋଗେ ଯାଇ ମହିଳା ଜଣକ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଗାଙ୍ଗୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ମା ଓ ଶିଶୁ ଉଭୟ ସୁସ୍ଥ ଥିବା ଜଣାପଡିଛି । ତେବେ ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀ କିମ୍ୱା ହଠାତ୍ କାହାର ଦେହ ଖରାପ ହେଲେ ଲୋକେ ନିୟମିତ ଭାବେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି । ତେଣୁ ତୁରନ୍ତ ରାସ୍ତା ନିର୍ମାଣ କରିବା ପାଇଁ ଗାଁଲୋକେ ଦାବି କରିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.