ନୂଆଦିଲ୍ଲୀ: ୩୯ ବର୍ଷ ବୟସରେ ମାଆ ହେବାକୁ ଯାଉଛନ୍ତି ସାଉଥ୍ ଅଭିନେତ୍ରୀ ସାମନ୍ଥା । ନିକଟରେ ତାଙ୍କ ଅଭିନୀତ ଫିଲ୍ମ ହିଟ୍ ହୋଇଥିବାବେଳେ ଭଲ ରୋଜଗାର କରିଛି । ତାଙ୍କ ଅଭିନୀତ ଫିଲ୍ମ ‘ମା ଇନତି ବାଙ୍ଗାମର’ ୮୩.୧୨ କୋଟି ଟଙ୍କାର ରୋଜଗାର କରିଛି । ଫିଲ୍ମର ସଫଳତା ସହ ଫ୍ୟାନ୍ସଙ୍କୁ ଖୁସିୁ ଖବର ଦେଇଛନ୍ତି ସାମନ୍ଥା । ସେ ମା ହେବାକୁ ଯାଉଥିବାବେଳେ ବେବି ବମ୍ଫର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ଲେଖିଛନ୍ତି କି, ମୋ ସିକ୍ସ ପ୍ୟାକ୍ । ଯେତେବେଳେ ଆମର ଦେଖାହେବ ସେତେବେଳେ ମିଶିବା ବୋଲି ମଧ୍ୟ ଲେଖିଛନ୍ତି ।

ତେବେ ସାମନ୍ଥା ମା’ ହେବା ଖବର ପ୍ରଥମ ତାଙ୍କ ଫିଲ୍ମର ନିର୍ଦ୍ଦେଶକ ପ୍ରଥମେ ସୂଚନା ଦେଇଥିଲେ । ଏହାସହ ପରେ ଅଭିନେତ୍ରୀ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ କି, ସେ କିଛିଦିନର ବିରତି ନେବେ । ଯଦିଓ ସାମନ୍ଥା ପ୍ରଥମେ ଏନେଇ କୌଣସି ସୂଚନା ଦେଇନଥିଲେ ମାତ୍ର ତାଙ୍କ ଫିଲ୍ମର ନିର୍ଦ୍ଦେଶକ ପ୍ରକାଶ କରିଥିଲେ କି, ,କ ଗୀତର ସୁଟିଂ ସମୟରେ ସେ ଜାଣିବାକୁ ପାଇଥିଲେ କି, ସାମନ୍ଥା ଗର୍ଭବତୀ ଅଛନ୍ତି ବୋଲି । କାରଣ ସାମନ୍ଥା ସୁଟିଂ ସମୟରେ ସକାଳୁ ଅସୁସ୍ଥ ହୋଇଥିଲେ । ପଚାରିବା ପରେ ସେ ଏହି ସମ୍ପର୍କରେ ଜଣାଇଥିଲେ । ତେବେ ସେତେବେଳକୁ ଫିଲ୍ମର କିଛି ଆକ୍ସନ ସିନ୍ର ସୁଟିଂ ସାରି ଦେଇଥିବା ସମ୍ପର୍କରେ କହିଥିଲେ ।

କହି ରଖୁଛୁ କି, ସାମନ୍ଥା ଡିସେମ୍ବର ୧, ୨୦୨୫ ରେ ଫିଲ୍ମ ନିର୍ମାତା ରାଜ ନିଦିମୋରୁଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏହି ଦମ୍ପତି କୋଏମ୍ବାଟୁରର ଇଶା ଯୋଗ କେନ୍ଦ୍ରର ଲିଙ୍ଗ ଭୈରବୀ ମନ୍ଦିରରେ ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ରାଜ ପୂର୍ବରୁ ଶ୍ୟାମଳୀଙ୍କୁ ବିବାହ କରିଥିଲେ। ସେମାନେ ୨୦୨୨ ରେ ଅଲଗା ହୋଇଯାଇଥିଲେ ଏବଂ ବର୍ଷ ବର୍ଷ ପରେ ସାମନ୍ଥାଙ୍କ ସହିତ ସମ୍ପର୍କରେ ପ୍ରବେଶ କରିଥିଲେ। ତଥାପି, ଏହି ଦମ୍ପତି ଶୀଘ୍ର ଏକ ସନ୍ତାନ ଆଶା କରୁଛନ୍ତି। ତଥାପି, ସାମନ୍ଥା ଏପର୍ଯ୍ୟନ୍ତ ପ୍ରକାଶ କରିନାହାଁନ୍ତି ଯେ ସେ କେବେ ମାତୃତ୍ୱ ଛୁଟିରେ ଯିବେ କିମ୍ବା କେବେ ସେ ପ୍ରସବ କରିବେ।