ପ୍ରମୂଖ ଖବର
  • ବ୍ରହ୍ମପୁର : ବାଇକ୍ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍, ଜଣେ ମୃତ
  • ||
  • ସମ୍ୱଲପୁର : ଜମିବାଡ଼ି ବିବାଦରୁ ରକ୍ତପାତ, ଛୁରାମାଡ଼ରେ ଜଣେ ଗୁରୁତର
  • ||
  • ଇଂଲଣ୍ଡ ଟୁର୍‌ ପାଇଁ ଭାରତୀୟ ଦଳ ଘୋଷଣା; ଶୁବମନ୍ କ୍ୟାପ୍ଟେନ୍‌, ପନ୍ତ ଉପ-ଅଧିନାୟକ, ସାମି ଆଉଟ୍
  • ||
  • ରାଜା ଚକ୍ର ଓ ଦୁଇ ସହଯୋଗୀ କେନ୍ଦୁଝର କୋର୍ଟରେ ହାଜର, ବୋଲ୍ ନେଇ ହେବ ଶୁଣାଣି
  • ||
  • ପୁରୀ: ବଢ଼ିବ ଜଗତଗୁରୁ ଶଙ୍କାରାଚାର୍ଯ୍ୟଙ୍କ ସୁରକ୍ଷା ବ୍ୟବସ୍ଥା, ପୁରୀ ଏସ୍‌ପି ବିନୀତ୍ ଅଗ୍ରୱାଲଙ୍କ ସୂଚନା
  • ||
  • ବାଲେଶ୍ୱର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • କଟକ : ତିଗିରିଆରେ ବଢି ଚାଲିଛି ଖଣି ମାଫିଆଙ୍କ ରାଜ୍‌, ଏକକାଳୀନ ୧୬ଟି ସ୍ଥାନରେ ଚଢାଉ
  • ||
  • ସମ୍ବଲପୁରରୁ ହାତୀ ଶାବକର ମୃତଦେହ ଉଦ୍ଧାର, କିଛି ଦିନ ତଳେ ମୃତ୍ୟୁ ହୋଇଥିବା ଅନୁମାନ
  • ||
  • ବଲିଉଡ଼ରୁ ଆସିଲା ଦୁଃଖଦ ଖବର; ଆଉ ନାହାନ୍ତି ସଲମାନ ଖାନ୍‌ଙ୍କ କୋ-ଷ୍ଟାର ମୁକୁଲ ଦେବ
  • ||
  • କଳାହାଣ୍ଡି : ଟ୍ରକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆକଳନର ୮ ଦିନ ପୂର୍ବରୁ ବର୍ଷିଲା
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ଯୁବକ ମୃ
  • ||
  • 'ତୁମକୁ ସୁରକ୍ଷା ଉପରେ କହିବାର ଅଧିକାର ନାହିଁ ଭାଷଣ ବନ୍ଦ କର'; UNSCରେ ପାକ୍‌ ଉପରେ ବର୍ଷିଲା ଭାରତ
  • ||
  • ଛତିଶଗଡ଼ ବିଜାପୁର ପୁଲିସକୁ ବଡ଼ ସଫଳତା, ଏସ୍‌ପିଙ୍କ ନିକଟରେ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୨୪ ମାଓବାଦୀ
  • ||
  • ଆରବସାରଗରେ ଅବପାତରେ ପରିଣତ ହେଲା ଲଘୁଚାପ, ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ସମ୍ଭାବନା
  • ||
  • ଯାଜପୁର: ଜାରକା-କୁଆଖିଆ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣା, ଜଣେ ମୃତ, ୨ ଆହତ
  • ||
  • ନେଲଗୁଣ୍ଡା -ଇନ୍ଦ୍ରାବତୀ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ
  • ||
  • ଆପଲ୍‌କୁ ଟ୍ରମ୍ପଙ୍କ ନାଲିଆଖି; ଆଇଫୋନ୍ ସମେତ ବିଦେଶୀ ସ୍ମାର୍ଟଫୋନ୍ ଉପରେ ୨୫% ଟାରିଫ୍‌
  • ||
  • ୱାନ୍‌ ବିଗ୍‌ ବିଉଟିଫୁଲ ବିଲ୍‌ ପାସ୍‌: ଆମେରିକାରୁ ଭାରତ ଟଙ୍କା ପଠାଇଲେ ୩.୫% ଟିକସ,୨୦୨୬ ଜାନୁଆରୀରୁ ଲାଗୁ
  • ||
  • IPL 2025: ଆଜି କିଙ୍ଗ୍‌ସ- କ୍ୟାପିଟାଲ୍ସ ମଧ୍ୟରେ ଲଢ଼େଇ, ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ଚେଷ୍ଟା କରିବ ପଞ୍ଜାବ
  • ||
  • ବାଲିପାଟଣା : ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର
  • ||
  • ଖୋର୍ଦ୍ଧା : ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ୨ ପୋଲିସ ବାବୁ, ବାଙ୍କୋଇ ସ୍ଥିତ ବାସଭବନରେ ଚଢାଉ
  • ||
  • ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଜୁନ୍‌ ୩୦ ଯାଏ ଚାଲିବ, ଜୁଲାଇ ୭ରେ ପ୍ରଥମ ମେଧା ତାଲିକ
  • ||
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

ଡାକ୍ତରଙ୍କ ଭୁଲ ଅସ୍ତ୍ରୋପଚାର ଯୋଗୁ ପ୍ରସୂତୀଙ୍କ ମୃତ୍ୟୁ; କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ

Published By : Bijay Swain | May 23, 2025 5:56 PM

ଚନ୍ଦନେଶ୍ଵର, ୨୩|୫(ଆ.ପ୍ର): ପିଲା ଜନ୍ମ ଦେବା ପରେ ଜଣେ ପ୍ରସୂତୀଙ୍କ ମୃତ୍ୟୁ ହୋଇଛି। ଡାକ୍ତରଙ୍କ ଭୁଲ ଅସ୍ତ୍ରୋପଚାର ପାଇଁ ଏଭଳି ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏନେଇ ଡାକ୍ତରଙ୍କ ଉପରେ ବିଭାଗୀୟ ତଦନ୍ତ ସହ ବିହିତ ପଦକ୍ଷେପ ନେବା ପାଇଁ ଦାବୀ ହେଉଛି।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ। ମୃତକ ଜଣକ ନିମାତପୁର ପଞ୍ଚାୟତ ଅଧୀନ ସେହି ଗାଁର ଉତମ ଦଳାଇଙ୍କ ସ୍ତ୍ରୀ ବାସନ୍ତି ଦଳାଇ (୩୦)ବୋଲି ଜଣାପଡିଛି। ମିଳିଥିବା ସୃଚନା ଅନୁଯାୟୀ, ବାସନ୍ତୀ ଦଳାଇଙ୍କର ଏକ ୮ବର୍ଷର ପୁଅ ରହିଛି। ଦ୍ବିତୀୟ ସନ୍ତାନ ପାଇଁ ଗର୍ଭବତୀ ହେବା ପରେ ସେ ଡାକ୍ତର ଶକ୍ତିଧର ପରିଡାଙ୍କ ନିକଟରେ ମାସିକିଆ ଚିକିତ୍ସା କରୁଥିଲେ। ସବୁକିଛି ଠିକ ଥିଲା। ପିଲା ଜନ୍ମ ହେବାର ସମୟ ହେବାରୁ ଜଳେଶ୍ଵରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନ ଯିବାକୁ ଡାକ୍ତର ପରିଡା ପରାମର୍ଶ ଦେଇଥିଲେ। ଏଥିପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ପ୍ରାୟ ଅଧ କି.ମି ଦୂର ଦେହୁର୍ଦ୍ଦା ସ୍ଥିତ ଭବାନୀ ନର୍ସିଂ ହୋମକୁ ନେଇ ଥିଲେ। ସେଠାରେ ଡାକ୍ତର ଶକ୍ତିଧର ପରିଡା ଅସ୍ତ୍ରୋପଚାର କରି ଏକ କନ୍ୟା ସନ୍ତାନର ପ୍ରସବ କରାଇ ଥିଲେ। ମାତ୍ର ପ୍ରସୂତୀଙ୍କ ରକ୍ତସ୍ରାବ ଆଉ ବନ୍ଦ ହୋଇ ନଥିଲା। ନିରୁପାୟ ହୋଇ ଡାକ୍ତର ପରିଡା ପ୍ରସୂତୀଙ୍କୁ କଟକର ଏକ ଘରୋଇ ନର୍ସିଂହୋମକୁ ପଠାଇ ଦେଇଥିଲେ। 

ବାସନ୍ତୀ ସେଠାରେ ଆଇସିୟୁରେ ଚିକିତ୍ସାଧିନ ଥିବା ବେଳେ ମୃତ୍ୟୁବରଣ କରିଥିଲେ। ଏନେଇ ନର୍ସିଂହୋମର ମୁଖ୍ୟ ଡାକ୍ତର ପ୍ରମୋଦ ବେହେରା କହନ୍ତି ୧୯୮୦ ମସିହାରୁ ନର୍ସିଂହୋମରେ ଚିକିତ୍ସା କରି ଆସୁଛନ୍ତି। ବହୁ ରୋଗୀ ସୁସ୍ଥ ହେଉଛନ୍ତି। ଜଣେ ଅଧେ ଗୋଗୀର ମୃତ୍ୟୁ ହେଲେ କଣ କରାଯିବ। ତେବେ ଏଥିରେ ଡାକ୍ତରଙ୍କର ଭୁଲ ଥିବ, ଆମ୍ଭେ କଣ କରିବୁ। ସେହିଭଳି ବିଧାୟକ ଜଳେଶ୍ଵରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କମଳାକାନ୍ତ ଜେନା କହନ୍ତି ଏଠାକୁ ଆସିଥିଲେ ଆମେ ଚିକିତ୍ସା କରିଥାନ୍ତୁ। ଅସୁବିଧା ଥିଲେ ଅନ୍ୟତ୍ର ସ୍ଥାନାନ୍ତର କରିଥାନ୍ତୁ। ତେବେ ଏନେଇ ତଦନ୍ତ ହୋଇ ରିପୋର୍ଟ ଦିଆଯିବ। ତେବେ ନର୍ସିଂହୋମ ମାଲିକ ଓ ପ୍ରସୂତୀଙ୍କ ଜୀବନ ନେଇ ଥିବା ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ହେଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.