ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଗର୍ଭବତୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ହେଲା ଭୟଙ୍କର ବିସ୍ଫୋରଣ

Published By : Anindita Ratha | November 14, 2024 9:39 AM

ନୂଆଦିଲ୍ଲୀ,୧୪/୧୧: ଗର୍ଭବତୀ ମହିଳାଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସରେ ହଠାତ୍‌ ଲାଗିଲା ନିଆଁ। ଫଳରେ ଭୟଙ୍କର ବିସ୍ଫୋରଣ । ମହାରାଷ୍ଟ୍ରର ଜଲଗାଁଓରେ ଘଟିଛି ଏଭଳି କିଛି ଦୁର୍ଘଟଣା। ତେବେ ବିସ୍ଫୋରଣ ଯୋଗୁ ଆଖପାଖ ଅଞ୍ଚଳର ଥିବା ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। 

ସୂଚନା ମୁତାବକ, ବୁଧବାର ରାତିରେ ମହାରାଷ୍ଟ୍ର ଜଲଗାଓଁରେ ଜଣେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଏରାଣ୍ଡୋଲ ସରକାରୀ ଡାକ୍ତରଖାନାରୁ ଜାଲଗାଓଁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଉଥିଲା। ଏତିକି ବେଳେ ଆମ୍ବୁଲାନ୍ସର ଇଞ୍ଜିନ୍‌ରୁ ଧୂଆଁ ବାହାରୁଥିବା ଦେଖିଥିଲେ ଡ୍ରାଇଭର। ଏହାପରେ ତୁରନ୍ତ କିଛି ଅଘଟଣ ଘଟିବା ପୂର୍ବରୁ ରୋଗୀଙ୍କୁ ଆମ୍ବୁଲାନ୍ସରୁ ବାହାରକୁ ଆଣି ନିଜେ ମଧ୍ୟ ଓହ୍ଲାଇ ପଡିଥିଲେ। ପରେ ଦେଖୁ ଦେଖୁ ଆମ୍ବୁଲାନ୍ସରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ଘଟିଥିଲା। ଆମ୍ବୁଲାନ୍ସରେ ରଖାଯାଇଥିବା ଅମ୍ଲଜନା ସିଲିଣ୍ଡର ଯୋଗୁ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଏହି ପୂରା ଘଟଣା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିସ୍ପୋରଣ ଯୋଗୁ ଆଖପାଖରେ ଥିବା ଘରର ଝରକା ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଏଥିସହ ଆମ୍ବୁଲାନ୍ସଟି ପୂରାପୂରି ଖଣ୍ଡଖଣ୍ଡ ହୋଇଥିବା ବେଳେ ଦୁର୍ଘଟଣା ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଗର୍ଭବତୀଙ୍କୁ ହସ୍ପିଟାଲକୁ ପଠାଯାଇଥିବା ସୂଚନା ମିଳିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.