ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ; କହିଲେ 'ସରକାରୀ ଯୋଜନାରୁ ଗରିବଙ୍କୁ ମିଳୁଛି ସମ୍ମାନ, ୨୫ କୋଟି ଲୋକ ଗରିବୀ ମୁକ୍ତ'

Published By : Ankita S | January 31, 2025 11:24 AM

ନୂଆଦିଲ୍ଲୀ,୩୧/୦୧: ବଜେଟ୍ ଅଧିବେଶନ ଅବସରରେ ସଂସଦର ଉଭୟ ଗୃହକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ଆଗକୁ ବଢୁଛି । ଭାରତର ଏହି ବିକାଶ ଯାତ୍ରାରେ ମୋ ସରକାର ଅଦ୍ଭୂତପୂର୍ବ ଉପଲବ୍ଧି ଜରିଆରେ ନୂଆ ଉର୍ଜା ଦେଇଛି । ତୃତୀୟ କାର୍ଯ୍ୟକାଳରେ ୩ ଗୁଣା ଦ୍ରୁତ ଗତିରେ କାମ ହେଉଛି । ମହିଳାଙ୍କୁ ସଶକ୍ତ କରିବା ଆମ ସରକାରଙ୍କ ଲକ୍ଷ୍ୟ । ଗରିବଙ୍କ ସେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ଦୃଢତାର ସହ ନିଷ୍ପତ୍ତି ନେଉଛି । ବଡ ନିର୍ଣ୍ଣୟ ଓ ନୀତି ଲାଗୁ ହେଉଛି । ବଜେଟ୍ ଅଧିବେଶନ ଅବସରରେ ଅଭିଭାଷଣ ରଖି ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ମହାକୁମ୍ଭ ଅଘଟଣକୁ ନେଇ ଦୁଃଖ ପ୍ରକାଶ କଲେ, ମନମୋହନଙ୍କୁ ମନେ ପକାଇଲେ- ୧୨ ବର୍ଷ ପରେ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ହୋଇଥିବା ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦଳଚକଟା ପରିସ୍ଥିତି ଉପୁଜି ୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ୫୦ରୁ ଅଧିକ ଆହତ ହୋଇଥିଲେ । ଘଟଣାକୁ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି । ଏହା ସହିତ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଅଭିଭାଷଣରେ ନାରୀଶକ୍ତିଙ୍କ କଥା- ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ନାରୀ ଶକ୍ତି କଥା କହିଛନ୍ତି। ସେ କହିଛନ୍ତି ଯେ, ଦେଶର ନାରୀ ଶକ୍ତିକୁ ମଜବୁତ କରିବା ପାଇଁ ସରକାର କାମ କରୁଛନ୍ତି। ସରକାରୀ ଯୋଜନାରୁ ଗରିବଙ୍କୁ ସମ୍ମାନ ମିଳୁଛି। ସବକା ସାଥ, ସବକା ବିକାଶ ମନ୍ତ୍ରରେ ସରକାର କାମ କରୁଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ  ୭୦ ବର୍ଷ ଏବଂ ତାଠୁ ଉର୍ଦ୍ଧ୍ଵ ବୟସ୍କ ୬ କୋଟି ଲୋକଙ୍କୁ ସ୍ଵାସ୍ଥ୍ୟବୀମା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆମ ଝିଅମାନେ ଅଲମ୍ପିକରେ ଦେଶର ନାମ ରଖୁଛନ୍ତି । ଦେଶର ଯୁବକ ସବୁ କ୍ଷେତ୍ରରେ ଆଗକୁ ବଢୁଛନ୍ତି । ଏକ ଦଶକ ମଧ୍ୟରେ ଯୁବଶକ୍ତିଙ୍କୁ ବହୁ ରୋଜଗାର ମିଳିଛି । ତିନି କୋଟି ଲକ୍ଷପତି ଦିଦି ତିଆରି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏବେ ୧ କୋଟି ୩୦ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି । ଡ୍ରୋନ ଦିିଦି ଜରିଆରେ ମହିଳାଙ୍କୁ ସଶକ୍ତ କରାଯାଉଛି । ଆଜିର ମହିଳା ଲଢୁଆ ବିମାନ ଉଡାଉଛନ୍ତି ।

ସମ୍ବୋଧନରେ ମହାମହିମ କହିଛନ୍ତି, ଏଆଇ ଓ ଡିଜିଟାଲ କ୍ଷେତ୍ରରେ ଭାରତ ଏବେ ପଥ ପ୍ରଦର୍ଶକ । କ୍ରୀଡା ପାଇଁ ବିଶ୍ବସ୍ତରୀୟ ବାତାବରଣ ସୃଷ୍ଟି କରାଯାଉଛି । ବନ୍ଦେ ଭାରତ ଓ ନମୋ ଭାରତ ଟ୍ରେନ ଦୌଡୁଛି । ୨୫ କୋଟି ଲୋକଙ୍କୁ ଗରିବୀ ସୀମାରୁ ଉପରକୁ ଉଠିଛନ୍ତି । ଭାରତ ବିଶ୍ବର ତୃତୀୟ ବଡ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି । ସରକାରୀ କର୍ମଚାରୀଙ୍କ ପାଇଁ ଅଷ୍ଚମ ବେତନ କମିଶନ ଗଠନ ହୋଇଛି । ମଧ୍ୟବିତ ଯେତେ ବଡ ସ୍ବପ୍ନ ଦେଖିବେ ଦେଶ ସେତେ ଆଗେଇବ । ଆୟକର ଦାତାଙ୍କ ପାଇଁ ଟିକସ ବ୍ୟବସ୍ଥା ସରଳ ହୋଇଛି । ଆୟୁଷ୍ମାନ ଯୋଜନାରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଋଣ ସୀମା ବୃଦ୍ଧି କରାଯାଇଛି । ସମସ୍ତଙ୍କୁ ଆବାସ ପାଇଁ ପଦକ୍ଷେପ ନିଆଯାଇଛି । ୧୦ବର୍ଷର କାର୍ଯ୍ୟକାଳରେ ବିକଶିତ ଭାରତକୁ ଗତି ଦେଇଛି । ଶିକ୍ଷା ଓ ରୋଜଗାରକୁ ଗୁରୁତ୍ବ ଦିଆଯାଉଛି । ଏକ ଦେଶ ଏକ ନିର୍ବାଚନ ବିଲ ନେଇ କାର୍ଯ୍ୟ ଚାଲିଛି । ଦେଢ ଲକ୍ଷ ଷ୍ଟାର୍ଟଅପ କାର୍ଯ୍ୟକ୍ଷମ ହୋଇଛି ।



ଏହା ବି ପଢନ୍ତୁ...ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ; କହିଲେ ଦେଶକୁ ଶକ୍ତି ଦେବ ଏ ବଜେଟ୍

ପ୍ରକାଶ ଥାଉ କି, ଆର୍ଥିକ ବର୍ଷ ୨୦୨୫-୨୬ର ବଜେଟ୍ ଉପସ୍ଥାପନ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଆସନ୍ତାକାଲି (ଶନିବାର) ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର ରାଜକୋଷର ହିସାବ ଦେବେ ଅର୍ଥମନ୍ତ୍ରୀ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.