ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ; କହିଲେ ଦେଶକୁ ଶକ୍ତି ଦେବ ଏ ବଜେଟ୍

Published By : Ankita S | January 31, 2025 10:41 AM

ନୂଆଦିଲ୍ଲୀ,୩୧/୦୧: ସିଦ୍ଧି... ବୁଦ୍ଧି ପ୍ରଦେ ଦେବୀ...ଭୁକ୍ତି ମୁକ୍ତି ପ୍ରଦାୟିନୀ..ମନ୍ତ୍ରମୂର୍ତ୍ତେ ସଦାଦେବୀ ମହାଲକ୍ଷ୍ମୀ ନମସ୍ତୁତେ... ମା' ଲକ୍ଷ୍ମୀଙ୍କ ସ୍ତୁତି ଗାନ କରି ବଜେଟ୍ ଅଧିବେଶନ ପୂର୍ବରୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀ ତୃତୀୟ ଥର ସେବା କରିବାକୁ ସୁଯୋଗ ଦେଇଛନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ । ଦେଶକୁ ସଶକ୍ତ କରିବାକୁ ନୂଆ ଆଇନ ପ୍ରଣୟନ ହେବ । ଦେଶକୁ ନୂଆ ଶକ୍ତି ଯୋଗାଇବ ଏ ବଜେଟ୍ ।  ବଜେଟ୍ ସେସନରେ ଏକାଧିକ ଐତିହାସିକ ବିଲ୍ ଆସିବ। ଏଥର ବଜେଟ ନୂଆ ବିଶ୍ବାସ ସୃଷ୍ଟି କରିବ ବୋଲି ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପେବୃଆରୀ ପହିଲାରେ ବଜେଟ୍ ପେଡି ଖୋଲିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ । ବଜେଟ୍ ଅଧିବେଶନ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମା' ଲକ୍ଷ୍ମୀ ଆମକୁ ସିଦ୍ଧି ଓ ବିବେକ ପ୍ରଦାନ କରିଥାନ୍ତି । ସମୃଦ୍ଧି ଓ କଲ୍ୟାଣ କରିଥାନ୍ତି । ମୁଁ ଲକ୍ଷ୍ମୀ ପ୍ରାର୍ଥନା କରୁଛି ଦେଶର ଗରିବ ଓ ମଧ୍ୟବିତଙ୍କ ଉପରେ କୃପା ରହୁ । ଆମ ଗଣତନ୍ତ୍ରର ୭୫ବର୍ଷ ପୂରଣ ହୋଇଛି ଯାହା ଦେଶବାସୀଙ୍କ ପାଇଁ ଗୌରବପୂର୍ଣ୍ଣ । ଦେଶବାସୀ ତୃତୀୟ ଥର ସେବା କରିବାକୁ ସୁଯୋଗ ଦେଇଛନ୍ତି । ତୃତୀୟ କାର୍ଯ୍ୟକାଳର ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ମୁଁ ବିଶ୍ବାସର କହୁଛି ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ଲକ୍ଷ୍ୟ । ଏହି ବଜେଟ୍ ଏକ ନୂଆ ବିଶ୍ବାସ ସୃଷ୍ଟି କରିବ ଦେଶକୁ ଶକ୍ତି ଦେବ । ୧୪୦ କୋଟି ଦେଶବାସା ସାମୂହିକ ପ୍ରୟାସରେ ଏହି ସଂକଳ୍ପକୁ ପୂରଣ କରିବେ । ମିଶନ ମୋଡରେ ଦେଶର ସର୍ବାଙ୍ଗିନ ବିକାଶ ମୋଡରେ ନେବା । ବଜେଟ୍ ସେସନରେ ଏକାଧିକ ଐତିହାସିକ ବିଲ ଉପରେ ଗୃହରେ ଚର୍ଚ୍ଚା ହେବ । ବିଶେଷ କରି ନାରୀ ଶକ୍ତିର ଗୌରବକୁ ପୁନଃ ପ୍ରସ୍ତାବିତ କରିବା ତାଙ୍କୁ ସମ୍ମାନପୂର୍ଣ୍ଣ ଜୀବନ ପ୍ରଦାନକୁ ଗୁରୁତ୍ବପୂର୍ଣ୍ଣ ନିର୍ଣ୍ଣୟ ନିଆଯିବ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆମର ଯୁବା ଦେଶ, ଯୁବାଶକ୍ତି ୫୦ବର୍ଷରେ ପାଦ ଥାପିରେ ବିକଶିତ ଭାରତର ଲାଭ ଉଠାଇବେ । ଏକ ବିକଶିତ ଭାରତ ସହ ଆଗକୁ ବଢିବେ । ଏହି ବଜେଟ ଅଧିବେଶନରେ ସମସ୍ତ ସାଂସଦ ବିକଶିତ ଭାରତକୁ ମଜବୁତ କରିବାକୁ ଯୋଗଦାନ କରନ୍ତୁ । ବିଶେଷ କରି ଯୁବ ସାଂସଦଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ସେସନରେ ଯେତେ ଭାଗ ନେବେ ତାଙ୍କ ପାଇଁ ମହତ୍ତ୍ବପୂର୍ଣ୍ଣ ହେବ । ଆମେ ଦେଶର ଆଶା, ଆକାକ୍ଷାଂକୁ ସଫଳ କରିବା ଦିଗରେ କାର୍ଯ୍ୟ କରିବା । ୨୦୧୪ରୁ ପରଠୁ ଏହା ପ୍ରଥମ ସଂସଦ ଅଧିବେଶନ ହେବ ଯାହା ବିଦେଶୀ ଚିଙ୍ଗାରୀ ବା ବିଦେଶୀ ଇଣ୍ଟରଫେରନ୍ସ ଦେଖିବାକୁ ମିଳିନାହିଁ । ୧୦ ବର୍ଷରେ ଏହା ପ୍ରଥମ ଥର ହୋଇଛି ।

ଏହା ବି ପଢନ୍ତୁ...ଏଥର ବଜେଟ୍‌ରେ ୬ ବଡ଼ ଘୋଷଣା କରିପାରନ୍ତି ସୀତାରମଣ; ପେଟ୍ରୋଲ, ଡିଜେଲରୁ ଖସିପାରେ ଉତ୍ପାଦ ଶୁଳ୍କ

ଆର୍ଥିକ ବର୍ଷ ୨୦୨୫-୨୬ର ବଜେଟ୍ ଉପସ୍ଥାପନ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଆସନ୍ତାକାଲି ( ଶନିବାର) ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର ରାଜକୋଷର ହିସାବ ଦେବେ ଅର୍ଥମନ୍ତ୍ରୀ । ଏହା ଅର୍ଥମନ୍ତ୍ରୀଙ୍କ ଲାଗାତାର ଅଷ୍ଟମ ବଜେଟ୍ ହେବ । କେମିତ ରହିବ ବଜେଟ୍ କେଉଁ ସେକ୍ଟରକୁ କେତେ ବ୍ୟୟ ବରାଦ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ୬ଟି ବଡ ଘୋଷଣା ହେବା ନେଇ ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍  । ଶିକ୍ଷା,ସ୍ବାସ୍ଥ୍ୟ,କୃଷି ସେକ୍ଟରକୁ କେତେ ମିଳିବ ତାହା  ଉପରେ ଦେଶବାସୀଙ୍କ ନଜର ରହିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.