ନୂଆଦିଲ୍ଲୀ, ୧।୧: ଦେଶବାସୀଙ୍କୁ ଇଂରାଜୀ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆ ବର୍ଷର ଉତ୍ସାହପୂର୍ଣ୍ଣ ଅବସରରେ ଦେଶ ଓ ବିଦେଶରେ ବାସ କରୁଥିବା ସମସ୍ତ ଭାରତୀୟଙ୍କୁ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ନବବର୍ଷର ଉର୍ଜା ଓ ସକାରତ୍ମକ ପରିବର୍ତ୍ତନର ପ୍ରତୀକ । ଏହା ଆତ୍ମନିର୍ଭର ଓ ନୂଆ ସଂକଳ୍ପ ନେବାର ସମୟ । ଚଳିତ ନବବର୍ଷରେ ଆମେ ଦେଶର ବିକାଶ, ସାମାଜିକ ସମାନତା ଓ ପର୍ଯ୍ୟାବରଣ ସଂରକ୍ଷଣ ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ଼ କରେ । ବର୍ଷ ୨୦୨୬ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ ତଥା ସଶକ୍ତ ଓ ଉଜ୍ୱଳ ଭାରତର ନିର୍ମାଣ ଆମ ସଂକଳ୍ପକୁ ନୂଆ ଉର୍ଜା ପ୍ରଦାନ କରୁ ବୋଲି ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି କହିଛନ୍ତି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ଇଂରାଜୀ ନବବର୍ଷ​​​​​​​ ୨୦୨୬ ନୂଆ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ବର୍ଷଟି ସମସ୍ତଙ୍କ ଜୀବନରେ ନୂଆ ଆଶା, ନୂଆ ସଂକଳ୍ପ ଏବଂ ନୂଆ ଆତ୍ମବିଶ୍ୱାସ ନେଇ ଆସୁ । ଏହି ବର୍ଷ ସମସ୍ତଙ୍କୁ ଜୀବନରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଉ ବୋଲି କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଜ୍ଞାନ, ବୈରାଗ୍ୟ ଐଶୋର୍ଯ୍ୟ, ସାହସ, ତେଜ, ଶକ୍ତି, ସ୍ମୃତି, ସ୍ୱାଧୀନତା, କୌଶଳ, ସୌନ୍ଦର୍ଯ୍ୟ, ଧୈର୍ଯ୍ୟ ଓ ସହନଶୀଳତା ଏହି ସମସ୍ତ ଗୁଣ ମଣିଷଙ୍କୁ ଜୀବନରେ ସଫଳତା ଦେଇଥାଏ । ତେଣୁ ନୂଆ ବର୍ଷରେ ସମସ୍ତେ ଏହି ଗୁଣଗୁଡ଼ିକୁ ଅନୁସରଣ କରି ଆଗକୁ ବଢ଼ନ୍ତୁ । ​​​​​​​

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଇଂରାଜୀ ନବବର୍ଷ ୨୦୨୬ ଉପଲକ୍ଷେ ଓଡ଼ିଶାବାସୀ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଚଳିତ ନୂଆ ବର୍ଷ ସମସ୍ତଙ୍କ ଜୀବନରେ ନୂଆ ଆଶା, ନୂଆ ସଙ୍କଳ୍ପ ଓ ନୂଆ ଆତ୍ମବିଶ୍ୱାସ ନେଇଆସୁ ବୋଲି କାମନା କରିଛନ୍ତି ।