ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ

Published By : Prameya | December 3, 2024 8:12 AM

ଭୁବନେଶ୍ୱର,୦୩/୧୨: ମଙ୍ଗଳବାରଠାରୁ  ୫ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ଅପରାହ୍ନ ୫ଟାରେ ସେ ଭୁବନେଶ୍ୱର  ବିମାନବନ୍ଦରରେ ପହଞ୍ଚିବେ । ୭ ତାରିଖ ଯାଏ ସେ ଓଡ଼ିଶାରେ ରହିବେ । ପୁରୀରେ ଜଗନ୍ନାଥଙ୍କ ଦର୍ଶନ ପରେ  ସମୁଦ୍ର ବେଳାଭୂମିରେ ହେବାକୁ ଥିବା  ଭାରତୀୟ ନୌସେନା ଦିବସରେ  ମୁଖ୍ୟ ଅତିଥି ଭାବେ ଯୋଗଦେବେ । ରାଜଧାନୀରେ ଓୟୁଏଟିର ସମାବର୍ତ୍ତନ  ଉତ୍ସବ, ନୂଆ ଜୁଡିସିଆଲ୍‌ କମ୍ପେ୍ଲକ୍ସର  ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହିତ ରାଜଧାନୀ ଓ ମୟୂରଭଞ୍ଜର ଏକାଧିକ  କାର୍ଯ୍ୟକ୍ରମରେ ସେ ଯୋଗଦେବେ । 

ଡିସେମ୍ବର ୩ ତାରିଖରେ ରାଷ୍ଟ୍ରପତି  ରାଜଧାନୀର ନୀଳାଦ୍ରିବିହାରରେ ପଣ୍ଡିତ  ରଘୁନାଥ ମୁର୍ମୁଙ୍କ ନୂଆ ପ୍ରତିମୂର୍ତ୍ତି  ଅନାବରଣ କରିବେ । ସେଠାରେ ଥିବା  ଆଦିବାସୀଙ୍କ ଇଷ୍ଟଦେବ ମାରାଂ ବୁରୁଙ୍କ  ସ୍ଥାନ ‘ଆଦିମ ଓୱାର ଜାର୍ପା ଜାହେର’  ପରିଦର୍ଶନ କରିବେ । ୪ ତାରିଖରେ ସେ ପୁରୀ ଯାଇ ଜଗନ୍ନାଥ ମନ୍ଦିରରେ ଦର୍ଶନ  ଓ ପୂଜାର୍ଚ୍ଚନା କରିବେ । ପରେ ଗୋପବନ୍ଧୁ  ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ  ବାର୍ଷିକ ଉତ୍ସବରେ ଯୋଗଦେବେ । ଅପରାହ୍ନରେ ପୁରୀ ବ୍ଲୁ ଫ୍ଲାଗ୍‌  ବେଳାଭୂମିରେ ଆୟୋଜିତ ନୌସେନା ଦିବସ ସମାରୋହ ଓ ସମର କୌଶଳ ପ୍ରଦର୍ଶନରେ ଯୋଗଦେବେ। ନୌସେନା  ଦିବସ ଅବସରରେ ଆୟୋଜିତ ଏହି  କାର୍ଯ୍ୟକ୍ରମ ଦେଖିବାକୁ ସମସ୍ତ ବିଧାୟକ  ପୁରୀ ଯିବେ । ଏକ ସ୍ୱତନ୍ତ୍ର ବସ୍‌ରେ  ସମସ୍ତଙ୍କୁ ପୁରୀ ନିଆଯିବ । ପୁରୀରେ  ନୌସେନା ସମରାଭ୍ୟାସ ଦେଖିବା ପରେ  ସେମାନଙ୍କୁ କୋଣାର୍କ ନୃତ୍ୟ ମହୋତ୍ସବକୁ  ନିଆଯିବ । ଏହାକୁ ଦେଖବା ପରେ  ସମସ୍ତେ ରାଜଧାନୀ ଫେରିବେ ବୋଲି  ବାଚସ୍ପତି ସୁରମା ପାଢ଼ୀ ଆଜି ଗୃହରେ  ସୂଚନା ଦେଇଛନ୍ତି । 

୫ ତାରିଖରେ ସେ ଓଡ଼ିଶା କୃଷି  ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୪୦ତମ  ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ।  ସେଦିନ ଭୁବନେଶ୍ୱର କୋର୍ଟ ପାଖରେ  ଥିବା ଜୁଡିସିଆଲ୍‌ କମ୍ପେ୍ଲକ୍ସକୁ ସେ  ଉଦ୍‌ଘାଟନ କରିବେ । 

୬ ତାରିଖରେ ରାଷ୍ଟ୍ରପତି ମୟୂରଭଞ୍ଜ ଉପରବେଡ଼ାଠାରେ  ଛାତ୍ରଛାତ୍ରୀ ଓ ଗାଁ ଲୋକଙ୍କ ସହ ମତବିନିମୟ କରିବେ ।  ସେଦିନ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର  ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କ ସହ କଥା ହେବେ । 

୭ରେ ରାଷ୍ଟ୍ରପତି ବାଙ୍ଗିରିପାଷି-ଗୋରୁମହିଷାଣୀ,  ବୁରମରା-ଚକୁଳିଆ ଏବଂ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳଲାଇନ୍‌, ଆଦିବାସୀ ଗବେଷଣା ଓ  ବିକାଶ କେନ୍ଦ୍ର, ରାଇରଙ୍ଗପୁର-ଦାଣ୍ଡପୋଷ ବିମାନବନ୍ଦର  ଓ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ  ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.