ଅହମ୍ମଦାବାଦ; ୧୦/୧ : ତିନିଦିନିଆ ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ସୋମନାଥରେ ପହଞ୍ଚିଛନ୍ତି । ସଂନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏକ ବିଶାଳ ରୋଡ୍ ଶୋ’ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଲକ୍ଷ ଲକ୍ଷଙ୍କ ସମାଗମ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆରେ ଏହି ଫଟୋ ଭିଡିଓ ପୋଷ୍ଟ କରାଯାଇଛି । ଏଥିରେ ସେ ସୋମନାଥଙ୍କ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଯେଉଁଥିରେ ସେ ନିଜକୁ ଧନ୍ୟ ମନେ କରିଥିବା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ପୋଷ୍ଟକୁ ୟୁଜର୍ସମାନେ ଲାଇକ୍ କମେଣ୍ଟ କରିବା ସହ ସେୟାର ମଧ୍ୟ କରୁଛନ୍ତି ।

 

ସୋମନାଥ ମନ୍ଦିରରେ ଅନୁଷ୍ଠିତ ଭବ୍ୟ କାର୍ଯ୍ୟକ୍ରମରେ ମୋଦି ଯୋଗଦାନ କରିଥିବାବେଳେ ଓଁକାର ମନ୍ତ୍ର ଜପ କରିଥିଲେ । ୭୨ ଘଣ୍ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବାକୁ ଥିବାବେଳେ ଲାଇଟ୍ ଶୋ’ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଏହି ଅବସରରେ ଯୋଗ ଦେଇଥିବାବେଳେ ଳକ୍ଷାଧିକ ଳୋକଙ୍କ ସମାଗମ ହୋଇଛି । ୧୦୨୬ ମସିହାରେ ସୋମନାଥ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ୧୦୦୦ ବର୍ଷ ପୂର୍ତ୍ତି ହୋଇଛି । ଜାନୁଆରୀ ୮ରୁ ଏଠାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ୧୧ ତାରିଖ ପର୍ଯ୍ୟନ୍ତ ଚାଳିବ ।